Sunday , September 24 2023
Breaking News

Recent Posts

ଓଳସିଂହରେ ବିଶ୍ୱ କଲ୍ୟାଣ ବିଷ୍ଣୁ ମହାଯଜ୍ଞ ପାଇଁ କଳସ ଯାତ୍ରା

ନିରାକାରପୁର, ୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଅର୍ନ୍ତଗତ ଐତିହ ମଣ୍ଡିତ ପ୍ରାଚୀନ ଗ୍ରାମ ଓଳସିଂହ ପତିତପାବନ ଦେବ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ହେବାକୁ ଥିବା ବିଶ୍ୱ କଲ୍ୟାଣ ବିଷ୍ଣୁ ମହାଯଜ୍ଞର ଶୁଭ ଜଳାଧିବାସ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପୀଠାଧିଶ ଗିରିଧାରୀ ଦେବ, ବାଲୁେଙ୍କଶ୍ୱର ଦେବ, ପୀଠାଧିଶ୍ୱରୀ ଶିଦ୍ଧବରାହୀ ଦେବୀ ଗ୍ରାମର ସର୍ବ ଦେବାଦେବୀଙ୍କ ସହିତ ବ୍ରତୀ ଓ ଭକ୍ତମାନେ ଯଜ୍ଞସ୍ଥଳୀକୁ ବିରାଜମାନ କରିଛନ୍ତି । ବ୍ରତୀ ଓ ଭକ୍ତମାନେ କୋଭିଡ଼ କଟକଣାକୁ ପାଳନ କରି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ …

Read More »

ଅଜଣା ବ୍ୟକ୍ତିଙ୍କ  ମୃତ ଦେହ ଉଦ୍ଧାର

କେନ୍ଦ୍ରାପଡା, ୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଏକ ଅଜଣା ବ୍ୟକ୍ତିଙ୍କ  ମୃତଦେହ କେନ୍ଦ୍ରାପଡା ମେଡିକାଲ ରୋଡରେ ପଡିଥିବା ସମୟରେ ୧୦୮ ଆମ୍ବୁଲାନ୍ସ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା । ପରେ “ଓଡିଶା ମୋ ପରିବାର”ର ସଂଯୋଜକ କାଳୀ ପ୍ରସାଦ ମିଶ୍ର, ସହ ସଂଯୋଜକ  ହିରଣ୍ୟ କୁମାର ପଣ୍ଡା ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚି କେନ୍ଦ୍ରାପଡା ଟାଉନଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିଥିଲେ । ଖବର ପାଇ ଟାଉନ ଥାନାର ଏ.ଏସ.ଆଇ. ଶରତ  କୁମାର ବାରିକ ସେଠାରେ ପହଁଚିବା …

Read More »

ନିର୍ଯ୍ୟାତିତ ଦଳିତଙ୍କୁ ନ୍ୟାୟ ପ୍ରଦାନ ସହ ପଟ୍ଟାମୁଣ୍ଡାଇ ଏସଡିପିଓ ଓ ଥାନା ଅଧିକାରୀଙ୍କ ବହିଷ୍କାର ଦାବୀରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣା

କେନ୍ଦ୍ରାପଡା, ୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ନିର୍ଯ୍ୟାତିତ ଦଳିତମାନଙ୍କୁ ନ୍ୟାୟ ପ୍ରଦାନ ସହ ପଟ୍ଟାମୁଣ୍ଡାଇ ଏସଡିପିଓ ଏବଂ ପଟ୍ଟାମୁଣ୍ଡାଇ ଥାନାର ଭାରପ୍ରାପ୍ତ ଇନିସପେକ୍ଟରଙ୍କ ବହିଷ୍କାର ଦାବିରେ ରାଷ୍ଟ୍ରୀୟ ଦଳିତ ମହାସଭା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳିତନେତାମାନେ ଗଣଧାରଣାରେ ବସିରହିଛନ୍ତି । ଜିଲ୍ଲାରେ ଦଳିତ ଲୋକମାନଙ୍କ ଉପରେ  ଦିନକୁ ଦିନ ନିର୍ଯ୍ୟାତନା ବଢି ଚାଲିଛି । ନିର୍ଯ୍ୟାତିତମାନେ ଥାନାକୁ ଦୌଡି ଦୌଡି ନ୍ୟାୟ ପାଇପାରୁନଥିବା ଅଭିଯୋଗ ହେଉଛି । ଉଦାହରଣ ସ୍ୱରୂପ ରାଜନଗର ଥାନା ଅନ୍ତର୍ଗତ ଦିଘି ଗ୍ରାମର ଦଳିତ ନାବାଳିକା ଶଶୀରେଖା ସେଠୀଙ୍କ ହତ୍ୟାର …

Read More »