Friday , February 3 2023

Recent Posts

ଅପପୃଷ୍ଟିର ଶୀକାର ହୋଇଥିବା ଶିଶୁଙ୍କୁ କୁପୋଷଣରୁ ରକ୍ଷା କରିବା

କେନ୍ଦ୍ରାପଡା ୦୯/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଅପ ପୃଷ୍ଟିର ଶୀକାର ହୋଇଥିବା ଶିଶୁମାନଙ୍କୁ କୁପୋଷଣରୁ ରକ୍ଷା କରିବା ନିମନ୍ତେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ କୁପୋଷଣ ମୁକ୍ତ କେନ୍ଦ୍ରାପଡା ଶୀର୍ଷକ ଅଭିଯାନ ଗତ ଜୁଲାଇମାସ ୧୬ତାରିଖରୁ ଜିଲ୍ଲାରେ ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ଏକ ନୂତନ ପ୍ରକାର ଚିନ୍ତାଧାରାରୁ ଆରମ୍ଭ ହୋଇଥିବା ଏହି ମହତ କାର୍ଯ୍ୟକ୍ରମ ତାଙ୍କରି ପ୍ରତ୍ୟେକ୍ଷ ତଦାରଖରେ ଚାଲିଛି । ଏହି ଉପଲକ୍ଷେ ଗତ ଜୁଲାଇମାସ ୧୬ତାରିଖରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଶିଶୁ ବିକାଶ ଯୋଜନା ଅଧିକାରୀଣୀ,ମହିଳା …

Read More »

ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

ଭୁବନ ୦୯/୦୮/୨୦୧୯(ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ “ଅଗଷ୍ଟ କ୍ରାନ୍ତି ଦିବସ” ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ ରଂଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦୀର୍ଘ ୭୭ ବର୍ଷ ପୂର୍ବେ ଇଂରେଜ ସରକାର ଙ୍କ ବିରୁଦ୍ଧରେ ଆଜିର ଦିନରେ ଭାରତଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଆନ୍ଦୋଳନକୁ ତୀବ୍ରତର କରିବା ନିମନ୍ତେ “କର ବା ମର” ଡାକରା ଦିଆଯିବା ପରେ ଅସଂଖ୍ୟ ଆନ୍ଦୋଳନକାରୀ ଦେଶପ୍ରେମୀ ସହିଦ୍ ହୋଇଥିଲେ । ଓଡିଶାର …

Read More »

ସହଦେବ ବାବା ମିଶନଶକ୍ତି ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମପଂଚାୟତର ସହଦେବ ବାବା ମହିଳା ମହାସଙ୍ଘ ମିଶନ ଶକ୍ତିର କର୍ମକର୍ତା ମାନେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ମିଶନଶକ୍ତି ଗୃହ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସ୍ଥିର କରାଯାଇଥିଲା ଯେ ନରସିଂହପୁର ଗ୍ରାମପଂଚାୟତର ମିଶନଶକ୍ତି ଗୃହ ନିର୍ମାଣ ପଂଚାୟତର ମଧ୍ୟସ୍ଥଳି ଅର୍ଥାତ ଅଇନିପଡା ସେଦ୍ଧେଶ୍ୱର ମନ୍ଦିର ପାଖ ସରକାରୀ ଜମିରେ ନିର୍ମାଣ କରାଯିବ …

Read More »