Friday , June 9 2023

Recent Posts

୪୨ ମୌଜ଼ା କଳପଡାରେ କାର୍ତ୍ତିକେଶ୍ୱର ପୂଜା ପାଳିତ

କଟକ ୦୫/୧୨/୨୦୨୦ (ଓଡ଼ିଶା ସମାଚାର)- କଟକ ସଦର ବ୍ଲକ ୪୨ ମୌଜ଼ା ଉପକଣ୍ଠ କଳପଡାସ୍ଥିତ ମୁଦୁଲି ସାହିରେ କାର୍ତ୍ତିକେଶ୍ୱର ପୂଜା ନିରାଡ଼ମ୍ବରଭାବେ ପାଳିତ ହୋଇଯାଇଛି । ଏହି ମହତ ପୂଜାକର୍ମ ସଭାପତି ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତହୋଇ ପୂଜାର୍ଚ୍ଚନା କରାଯିବାସହ ଅନ୍ୟମାନଙ୍କ ମଧ୍ୟରେ ଜଗନ ମୁଦୁଲି,ବପୁନା ମୁଦୁଲି,ବିଭୁନା ମୁଦୁଲି,କାଳିଆ ମୁଦୁଲି,ବଳିଆ ସାହୁ,ସୁନିଲ ସାହୁ ତଥା ସ୍ଥାନୀୟ ବାସିନ୍ଦା,ବହୁ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଆଶିଷ ଲାଭ କରିଥିଲେ । ଓଡ଼ିଶା ସମାଚାର

Read More »

ଜୟପୁର ଭାଗବତ ବାସୁଦେବଙ୍କ ନୂତନ ଗୃହ ପ୍ରବେଶ ଉତ୍ସବ

ଭୁବନେଶ୍ୱର, ୦୫/୧୨/୨୦୨୦ (ଓଡ଼ିଶା ସମାଚାର)-ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ୱାର୍ଡର ଜୟପୁର ଗ୍ରାମର ଭାଗବତ ବାସୁଦେବଙ୍କ ୧୧୩ତମ ବାର୍ଷିକ ମହୋତ୍ସବ ଅବସରରେ ନୂତନ ଗୃହ ପ୍ରବେଶ କାର୍ଯ୍ୟକ୍ରମ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଅନୁଷ୍ଠିତ ହୋଇଯାଇଛି । ରାଉତରାୟ ପରିବାରର ସ୍ୱର୍ଗତ ପ୍ରାଣବନ୍ଧୁ ରାଉତରାୟଙ୍କସ୍ତରାଧିକାରୀ ଆନ୍ତର୍ଜାତିକ କ୍ରୀଡ଼ାବିତ୍ ଅରୂପାନନ୍ଦ ରାଉତରାୟ, ଉମେଶ ଚନ୍ଦ୍ର ରାଉତରାୟ, ଅକ୍ଷୟ କୁମାର ରାଉତରାୟ, ବିକ୍ରମ ରାଉତରାୟ, ବୈଜ୍ଞାନିକ ସ୍ୱରୂପ ରାଉତରାୟ, ଆଡଭୋକେଟ୍ ଚୁ୍ୟତାନନ୍ଦ ରାଉତରାୟ, ବିଜୟାନନ୍ଦ ରାଉତରାୟଙ୍କ ସହଯୋଗରେ ପ୍ରତିଷ୍ଠିତ ନୂତନ ଗୃହ ହୋମ, ଯଜ୍ଞ, ପ୍ରତୀକାତ୍ମକ …

Read More »