Sunday , January 29 2023
Breaking News

Recent Posts

ଲଗାଣବର୍ଷା ଯୋଗୁ କଂଟାସାହି-ନଈଗୁଆଁ ରାସ୍ତା ଧୋଇଗଲା

ସାଲେପୁର,୦୯/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା )- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କଂଟାସାହି-ନଈଗୁଆଁ ରାସ୍ତା ଧୋଇଯିବାରୁ ଜନସାଧାରଣଙ୍କ ଯାତାୟତରେ ଘୋର ଅସୁବିଧା ହୋଇଛି । ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସପନପୁର କଂଟାସାହି ଜେନାଘାଇ ପୋଲ ନିକଟରେ ରାସ୍ତା ଧୋଇଯିବାରୁ ଲୋକମାନଙ୍କ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହୋଇଛି । ଚାରିଚକିଆ ଯାନ ଯିବା ତ ଦୂରର କଥା ସାଇକେଲ୍ରେ ମଧ୍ୟ ପଥଚାରୀମାନେ ଉକ୍ତ ରାସ୍ତା ଦେଇ ଯାତାୟତ କରିପାରୁନାହାଁନ୍ତି । ଏହି ରାସ୍ତା ଦେଇ ୩ଟି …

Read More »

ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା, ମହିଳା ଡାକ୍ତର ଗୁରୁତର

ସାଲେପୁର,୦୯/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା )- ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସାଲେପୁର-କୁଆଁପାଳ ରାସ୍ତାର ନାରାୟଣ ମନ୍ଦିର ନିକଟରେ ଏକ ମୋଟର ସାଇକେଲ୍ ଚାଳକ ଏକ ସ୍କୁଟିକୁ ସମ୍ମୁଖରୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ   ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବୋଦାମୁଣ୍ଡାଇ ଅଂଚଳର ନରେନ୍ଦ୍ର ସେଠୀଙ୍କ ପୁତ୍ର ରାମଚନ୍ଦ୍ର ସେଠୀ ଦ୍ରୁତଗତିରେ ସାଲେପୁରରୁ ବୋଦାମୁଣ୍ଡାଇ ଯାଉଥିବାବେଳେ ବିପରୀତ ଦିଗରୁ ଏକ ସ୍କୁଟି ଯୋଗେ ଆସୁଥିବା ଏରକଣା ଡାକ୍ତରଖାନାର ଡାକ୍ତର …

Read More »

ଚୋରା ସୁନାଗହଣା କିଣି ବ୍ୟବସାୟୀ ଅଡୁଆରେ

ସାଲେପୁର,୦୯/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା )- ସାଲେପୁର ଅଂଚଳର ଜଣେ ସୁନା ବ୍ୟବସାୟୀ କଟକ ଅଂଚଳରୁ ଚୋରା ସୁନା ଅଳଂକାର କିଣି ଏବେ ହରଡ଼ଘଣାରେ ପଡିଛନ୍ତି । ଆଜି ଦିନ ୨ଟା ପରେ ହଠାତ୍ କଟକ କମିଶନରେଟ୍ ପୋଲିସ ଚୋରା ସୁନା କିଣିଥିବା ଏହି ବ୍ୟବସାୟୀଙ୍କ ଦୋକାନରେ ଚଢ଼ଉ କରି ତାଙ୍କୁ ଧରି ସାଲେପୁର ଥାନା ଜିମା ଦେଇଥିବାବେଳେ ବ୍ୟବସାୟୀ ଜଣକ କିଣିଥିବା ପ୍ରାୟ ୪ଟି ସୁନାମୁଦି ପୋଲିସକୁ ହସ୍ତାନ୍ତର କଲାପରେ ବ୍ୟବସାୟୀଙ୍କୁ ପୋଲିସ ସର୍ତମୂଳକ ଭାବେ ଛାଡିଦେଇଥିବା ଜଣାଯାଇଛି । ଏହି …

Read More »