Thursday , December 1 2022
Breaking News

Recent Posts

ଅଗଷ୍ଟ କ୍ରାନ୍ତି ଦିବସ ଓ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳିତ

    ଅଖଣ୍ଡ ଭାରତର ଜ୍ୱାଳାକୁ ନିଜ ମଧ୍ୟରେ ପ୍ରଜ୍ଜ୍ୱଳିତ କରି ରଖିବାକୁ ରାଜ୍ୟପାଳଙ୍କ ଆହ୍ୱାନ ଭୁବନେଶ୍ୱର , ୧୦/୦୮/୨୦୧୯(ଓଡ଼ିଶା ସମାଚାର)-  କ୍ରାନ୍ତିର ଅର୍ଥ ରକ୍ତପାତ ନୁହେଁ । ଏହାର ଅର୍ଥ ପରିବର୍ତନ । ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ଜୀବନରେ କ୍ରାନ୍ତି ଆଣିଥିଲେ । ସେହିପରି ବିଂଶ ଶତାଦ୍ଦୀରେ ଜାତିର ପିତା ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ଓ ଅହିଂସା ମାର୍ଗ ଜରିଆରେ ଭାରତମାତାକୁ ପରାଧୀନର ଶୃଙ୍ଖଳରୁ ମୁକ୍ତ କରିବାକୁ ଦେଶବାସୀଙ୍କ ମଧ୍ୟରେ କ୍ରାନ୍ତିର ଚେତନା ଜାଗ୍ରତ କରାଇଥିଲେ । ଗାନ୍ଧୀଜୀଙ୍କ ନେତୃତ୍ୱରେ ୧୯୪୨ …

Read More »

ପ୍ରକାଶ ପାଇଲା ଚିଠା କୃଷିନୀତି – ୫ବର୍ଷ ଯାଏଁ କାଳିଆ ଯୋଜନା!

ଭୁବନେଶ୍ୱର , ୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଲଗାତାର ପଂଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକଙ୍କ ଆୟକୁ ଗୁରୁତ୍ୱ ଦେବାରେ ତତ୍ପରତା ପ୍ରକାଶ କରିଛନ୍ତି । ଚୂଡ଼ାନ୍ତ କୃଷି ନୀତି ପୂର୍ବରୁ ଚିଠା କୃଷିନୀତି ୨୦୧୯ ପ୍ରକାଶ ପାଇଛି । ଏଥିରେ ଫୋକସରେ ରହିଛି କାଳିଆ ଯୋଜନା । କାଳିଆ ଯୋଜନାରେ ହିତାଧିକାରୀ କିଭଳି ଉପକୃତ ହେବେ ସେନେଇ ଚୂଡ଼ାନ୍ତ କୃଷି ନୀତି ପ୍ରକାଶ ପାଇବା ପୂର୍ବରୁ ପ୍ରଥମେ ଚିଠା କୃଷିନୀତି ପ୍ରକାଶ କରାଯାଇଛି । …

Read More »

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗ ସ୍ୱତନ୍ତ୍ର ସଚିବ ଏସ୍.ଏନ୍. ଗିରୀଶ କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି । ଗିରୀଶ ବାଙ୍ଗାଲୋରସ୍ଥିତ ଷ୍ଟାଫ୍ ସିଲେକ୍ସନ କମିଶନର ପ୍ରାନ୍ତୀୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିବେ । ସେହିପରି ଅର୍ଥ ସଚିବ ଥିବା ଅଶୋକ ମୀନାଙ୍କୁ ଜିଏ ଆଣ୍ଡ ପିଜିର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିଭଳି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ସ୍ତରରେ ମଧ୍ୟ ମଧ୍ୟମ ଧରଣର ଅଦଳବଦଳ କରାଯାଇଛି । ମୁରଲୀଧର ମଲ୍ଲିକଙ୍କୁ …

Read More »