Thursday , December 1 2022
Breaking News

Recent Posts

ବୋକାରୋ ଠାରେ ଏଲ୍ପିଜି ବଟଲିଂ ପ୍ଲାଂଟ ଓ ପିଓଏଲ୍ ଟର୍ମିନାଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ବୋକାରୋ/ଭୁବନେଶ୍ୱର, ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ଝାଡଖଣ୍ଡର ବିକାଶ ଦ୍ରୁତ ଗତିରେ କରାଯିବାର ଆବଶ୍ୟକତା ରହିଥିବା ବେଳେ ଏ ଦିଗରେ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରାଳୟ କାମ କରୁଛି ବୋଲି ଝାଡଖଣ୍ଡର ବୋକାରୋ ଠାରେ ୩୫୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏଲ୍ପିଜି ବଟଲିଂ ପ୍ଲାଂଟ ଓ ପିଓଏଲ୍ ଟର୍ମିନାଲର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଲିୟମ ଓ ଇସ୍ପାତ୍ ବିଭାଗ ଉଭୟ ମିଶି ଝାଡଖଣ୍ଡ ରାଜ୍ୟର ରୋଜଗାର, ଅର୍ଥନୀତି ଓ ମାଆ ଭଉଣୀଙ୍କୁ …

Read More »

ଓଡ଼ିଶା ପତ୍ରକାର ସଂଘର ୧୦ମ ପ୍ରତିଷ୍ଠା ଦିବସ ପାଳିତ – ସାମ୍ବାଦିକଙ୍କ ସମସ୍ୟା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର , ୧୧/୦୮/୨୦୧୯(ଓଡ଼ିଶା ସମାଚାର)-ଓଡ଼ିଶା ପତ୍ରକାର ସଂଘର ୧୦ମ ପ୍ରତିଷ୍ଠା ଦିବସ ରେଡ଼କ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ରାଜ୍ୟ ତଥା ଦେଶର ବିଭିନ୍ନ କୋଣ ଅନୁକୋଣରେ ମୃତ୍ୟୁବରଣ କରିଥିବା ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମାର ସଦଗତି କାମନା କରାଯାଇଥିଲା । ଅତିଥିମାନେ ଏହି ଉତ୍ସବରେ ଯୋଗଦେଇ ‘ଗଣମାଧ୍ୟମ ବନାମ ସାମାଜିକ ଗଣମାଧ୍ୟମ’ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ପତ୍ରକାର ଦିଲ୍ଲୀପ କୁମାର ବିଶୋୟୀ ସ୍ୱାଗତ ଭାଷଣ ସାଙ୍ଗକୁ ଅତିଥି ପରିଚୟ ପ୍ରଦାନ କରିଥିଲେ …

Read More »

ଲାୟନ୍ସ ଜିଲ୍ଲା ୩୨୨ ସି୪ର ଅଧିଷ୍ଠାନ ଉତ୍ସବ

ଭୁବନେଶ୍ୱର , ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ଆନ୍ତର୍ଜାତିକ ଲାୟନ୍ସ ସଂଘ ସହ ଅନୁବନ୍ଧିତ ଓଡ଼ିଶାର ଅନ୍ୟତମ ଲାୟନ୍ସ ଜିଲ୍ଲା ୩୨୨ ସି୪ର ଅଧିଷ୍ଠାନ ଦିବସ ରବିବାର ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସିଲେନ୍ସିର ସମ୍ମିଳନୀ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅଧିଷ୍ଠାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆନ୍ତର୍ଜାତିକ ଲାୟନ୍ସ କ୍ଲବର ପୂର୍ବତନ ନିର୍ଦ୍ଦେଶକ ଲାୟନ ଶ୍ରୀ ବିନୋଦ ଖାନ୍ନା ଯୋଗଦାନ କରି ନୂତନ ବର୍ଷର ନୂତନ କର୍ମକର୍ତାମାନଙ୍କୁ ପାରମ୍ପରିକ ରୀତିରେ ଅଧିଷ୍ଠିତ କରାଇଥିଲେ । ଲାୟନ ଜିଲ୍ଳା ୩୨୨ ସି୪ର ମୁଖ୍ୟ ତଥା ଗଭର୍ଣ୍ଣର …

Read More »