Thursday , December 1 2022
Breaking News

Recent Posts

ପ୍ରତିଷ୍ଠା ଦିବସରେ ସେବା ପାଇଁ ଶପଥ

ଭୁବନେଶ୍ୱର , ୧୨/୦୮/୨୦୧୯(ଓଡ଼ିଶା ସମାଚାର)-ରୋଟାରି କ୍ଲବ ଭୁବନେଶ୍ୱର(ଆରସିବି) କ୍ୟାପିଟାଲ ପେସ୍ ଫାଉଣ୍ଡେସନ୍ ଇଂଟ୍ରାକ୍ଟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଇଂଟ୍ରାକ୍ଟର ଉପଦେଷ୍ଠା ତଥା ପେସ୍ ଫାଉଣ୍ଡେସନ ର ଅଧ୍ୟକ୍ଷ ପ୍ରସନ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଂଟ୍ରାକ୍ଟର ସଭ୍ୟମାନେ ବିଭିନ୍ନ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରି କ୍ଲବର ଆଗାମୀ ବର୍ଷ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି, ସମ୍ମାନୀତ ଅତିଥି ଜିଲ୍ଲା ଇଂଟ୍ରାକ୍ଟର ଅଧ୍ୟକ୍ଷ ଧିରେନ୍ଦ୍ର କୁମାର …

Read More »

ବିଜେପି ନେମାଳ ମଣ୍ଡଳର ସ୍ମୃତିଚାରଣ ସଭା

  ନିଶ୍ଚିନ୍ତକୋଇଲି / ସାଲେପୁର, ୧୨/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା )- ନେମାଳ ମହିମାଗାଦି ପ୍ରାଙ୍ଗଣରେ ଦିବଂଗତ ନେତ୍ରୀ, ପୂର୍ବତନ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ ପାଇଁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପସ୍ଥିତ ବିଜେପି ସଦସ୍ୟ ତଥା କର୍ମକର୍ତାମାନେ ସ୍ୱର୍ଗତ ସୁଷମାଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନୂତନ ସଦସ୍ୟତା ଅଭିଯାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ନେମାଳ ମଣ୍ଡଳ ସଭାପତି ରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ …

Read More »

ନାଗସାପ କାମୁଡ଼ାରେ  ବୃଦ୍ଧାଙ୍କ ମୃତ୍ୟୁ

ସାଲେପୁର, ୧୨/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା )- ଆଜି ଓଡ଼ାସିଂହ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ସକାଳେ ଜଣେ ବୃଦ୍ଧା ନିଜ ଘରେ କାମ କରୁଥିବାବେଳେ ଏକ ନାଗସାପ ଦଂଶନରେ ସେ ମୃତ୍ୟୁବରଣ କରିବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ଖବରରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୬ଟା ସମୟରେ ଓଡ଼ାସିଂହ ଗ୍ରାମର କମଳା ଭଦ୍ର(୬୨) ନିଜ ଘର କାମ କରୁଥିବାବେଳେ ପୂର୍ବରୁ ଘରେ ଥିବା ଏକ ନାଗସାପ ତାଙ୍କୁ ଦଂଶନ କରିଥିଲା …

Read More »