Tuesday , September 27 2022
Breaking News

Recent Posts

ରମାଦେବୀ ବିଶ୍ୱବିଦ୍ୟାଳୟରୁ ଉଠିଯିବ ଜୁନିଅର କଲେଜ

  ଭୁବନେଶ୍ୱର , ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଜୁନିଅର କଲେଜ ଉଠାଯାଇ ୟୁନିଟ ୯ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ । ଏନେଇ ରମାବେଦୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି । ରମାଦେବୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବା ପରଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଦାବି କରାଯାଉଥିଲା । ବିଶ୍ୱବିଦ୍ୟାଳୟ ପରିସରରେ ଜାଗା କମ ଥିବାରୁ କ୍ଲାସରୁମ ସଂଖ୍ୟା ଅଧିକ ହୋଇପାରୁନାହିଁ । ତେଣୁ ଏଠାରୁ + ୨ ଜୁନିଅର କଲେଜ ଉଠାଯାଇ ୟୁନିଟ ୯ …

Read More »

ମଧ୍ୟାହ୍ନ ଭୋଜନ ଖାଇ ୩୩ ଛାତ୍ରଛାତ୍ରୀ ଅସୁସ୍ଥ

ମାଲକାନଗିରି, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ପଂଚାୟତ ନିକଟ ଟେମ୍ପୋରାରୀ କଲୋନୀରେ ଥିବା ପ୍ରାଥମିକ ଆବାସିକ ବିଦ୍ୟାଳୟରେ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ୩୩ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥ ଛାତ୍ରୀ ମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେମାନେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ଭଜା ଖାଇଥିଲେ । ଅପରାହ୍ନ ୪ଟା ପରେ ପ୍ରଥମେ ଛାତ୍ରୀମାନଙ୍କ ପେଟ ବ୍ୟଥା ଆରମ୍ଭ ହୋଇଥିଲା । ଏହା ପରେ ପେଟରେ …

Read More »

ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଇଓ ଅଫିସ ମୁଖ୍ୟ କିରାଣୀ

ବଲାଙ୍ଗୀର, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଡମନ୍ ପ୍ରସାଦ ମିଶ୍ର ଲାଂଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଅବସରପ୍ରାପ୍ତ ଶିକ୍ଷକ ହାଡୁ ଭୋଇଙ୍କ ଏସିପି ଏରିଅର ବିଲ୍ କରାଇଦେବାକୁ ମିଶ୍ର ୫ ହଜାର ଟଙ୍କା ଲାଂଚ ମାଗିଥିଲେ । ଏ ନେଇ ଶିକ୍ଷକ ଭୋଇ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଟିମ୍ ମଙ୍ଗଳବାର ମଧ୍ୟାହ୍ନରେ ଗୁଡଭେଲା ବିଇଓ ଅଫିସରେ ଚଢ଼ାଉ କରିଥିଲେ । ମୁଖ୍ୟ କିରାଣୀ ମିଶ୍ରଙ୍କଠାରୁ ଆବଶ୍ୟକ …

Read More »