Wednesday , September 28 2022
Breaking News

Recent Posts

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମୀକ୍ଷା ବୈଠକ

ଭୁବନେଶ୍ୱର ,୨୩/୦୮/୨୦୧୯(ଓଡ଼ିଶା ସମାଚାର)-ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଚ୍ଚ ମାଧ୍ୟମିକଶିକ୍ଷା ପରିଷଦ ବୈଠକର ସମୀକ୍ଷା କରି କହିଲେ ଯେ ରାଜ୍ୟର ଯୁକ୍ତ-୨ରେ ଅଧ୍ୟୟନରତ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଶୃଙ୍ଖଳିତ ଓ ସୁଚାରୁ ରୂପେ ପରିଚାଳନା କରିବା ଏବଂ ଠିକ୍ ସମୟରେ ଏହାର ପରୀକ୍ଷା ଫଳପ୍ରକାଶ କରିବା ସଂପର୍କରେ ଉପସ୍ଥିତ ବିଭାଗୀୟ କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ବିଭାଗୀୟ ଅଧିକାରୀ ଏବଂକର୍ମଚାରୀମାନେ ସୁଚାରୁ ଭାବେ ଏହି ପରୀକ୍ଷା କାର୍ଯ୍ୟକୁ ତଦାରଖ କରିବା ସଂପର୍କରେ କର୍ମକର୍ତାମାନଙ୍କୁ ଅବଗତ କରାଇଥିଲେ …

Read More »

ଜଷ୍ଟିସ୍ ବି.ପି. ଦାସ ଓଏଚଆରସି ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର,୨୩/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ମାନବାଧିକାର କମିଶନ (ଓଏଚଆରସି) ଅଧ୍ୟକ୍ଷ ଭାବେ ଗୁରୁବାର ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ସେ ପୁରୀ ଶ୍ରୀମନ୍ଦିର ସଂସ୍କାର କମିଶନର ଜଣିକିଆ ଅଧ୍ୟକ୍ଷ ଥିଲେ । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଏଚଆରସିର ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇଁ ବୈଠକ ବସିଥିଲା । ଏଥିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତନାୟକ, ଆଇନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Read More »

ସ୍କୁଲରେ ସହପାଠୀକୁ ବ୍ଲେଡ଼ରେ ଆକ୍ରମଣ

ଗଞ୍ଜାମ,୨୩/୦୮/୨୦୧୯(ଓଡ଼ିଶା ସମାଚାର)-ଗଞ୍ଜାମ ବରିଡ଼ାଗାଁ ଦଧିବାମନ ହାଇସ୍କୁଲରେ ଜଣେ ଛାତ୍ର ନିଜ ସହପାଠୀଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ,ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବରିଡ଼ା ଗାଁ ଦଧିବାମନ ହାଇସ୍କୁଲର ଦଶମ ଶ୍ରେଣୀର ଦୁଇଜଣ ଛାତ୍ରଙ୍କ ମଧ୍ୟରେ କୈାଣସି କାରଣକୁ ନେଇ ବଚସା ଓ ପରେ କଳି ହୋଇଥିଲ । ବଚସାରୁ ଜଣେ ଛାତ୍ର ଉତ୍ୟକ୍ତ ହୋଇ ଅନ୍ୟ ଜଣେ ଛାତ୍ରଙ୍କୁ ବ୍ଲେଡ଼ରେ ଆକ୍ରମଣ କରିଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁରସ୍ଥିତ …

Read More »