Tuesday , September 27 2022
Breaking News

Recent Posts

କାଳିଆ ଯୋଜନାରେ ୨ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରସଙ୍ଗ

ରାଜକୋଷରୁ ବରବାଦ ହୋଇଛି ୨୦୦ କୋଟି: ବିଜେପି ଭୁବନେଶ୍ୱର,୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଶାସକ ବିଜେଡି ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା କରି ବେଆଇନ ଭାବେ ଅର୍ଥ ବାଂଟିଥିଲା । କେବଳ ନିର୍ବାଚନୀ ବୈତରଣୀ ପାର ହେବା ଥିଲା ଏହି ଯୋଜନାର ମୁଖ୍ୟ ଉଦ୍ଧେଶ୍ୟ । କାଳିଆ ଯୋଜନାରେ ସ୍ୱଚ୍ଛତା ନାହିଁ ବୋଲି ବିଜେପି ପ୍ରଥମରୁ ଅଭିଯୋଗ କରିଆସିଛି । ଭୋଟରଙ୍କୁ ଲାଂଚ ଦେଇ ଭୋଟ ହାତେଇ ଶାସନ କ୍ଷମତା ଆପଣେଇବା ପାଇଁ ଏହି ଯୋଜନା କରାଯାଇଥିଲା ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି …

Read More »

ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ

ସମ୍ବଲପୁର, ୨୪/୦୮/୨୦୧୯(ଓଡ଼ିଶା ସମାଚାର)- ଉପରମୁଣ୍ଡରେ ବର୍ଷାର ପରିମାଣ କମିଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିଯାଇତିବା ବେଳେ ଭଣ୍ଡାରର ସବୁ ଗେଟ୍ ବନ୍ଦ କରାଯାଇଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୯.୬୫ ପୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୬୧ ହଜାର ଜଳ ପ୍ରବେଶ କରୁଛି । ଧୀରେ ଧୀରେ ଜଳ ପ୍ରବାହ କମିବାରୁ ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯାଇଥିଲା । ଉପରମୁଣ୍ଡରେ ବର୍ଷାର ପରିମାଣ ବଢ଼ିଥିବାରୁ ଗତ ୧୬ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୨୦ଟି ଗେଟ୍ …

Read More »

ପୋଲିସକୁ ଚକମା ଦେଖାଇ ଚୋର ଚମ୍ପଟ !

ଝାରସୁଗୁଡ଼ା, ୨୪/୦୮/୨୦୧୯(ଓଡ଼ିଶା ସମାଚାର)-ପୁଣି ପୋଲିସ ଆଖିରେ ଧୂଳି ଦେଇ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି । ଝାରସୁଗୁଡ଼ାରେ ଚୋରି ଅଭିଯୋଗରେ ବନ୍ଧା ହୋଇଥିବା ଅଭିଯୁକ୍ତ ପୋଲିସ ଗାଡ଼ିରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାରରେ ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ହଠାତ ଆଜି ପୋଲିସ ହେପାଜତରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଗତକାଲି ସଂନ୍ଧ୍ୟାରେ ମଙ୍ଗଳବଜାର ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଚୋରି କରୁଥିବା ବେଳେ …

Read More »