Friday , June 9 2023

Recent Posts

ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଜୁରୁକୁପୁଡ଼ା ଗ୍ରାମବାସୀ : ନାଳ ଓ ଚୁଆଁ ପାଣି ସାହା ଭରସା 

ବାଲିଗୁଡା, ୨୦/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଗ୍ରାମାଞ୍ଚଳରେ କୋଟି କୋଟି ଟଙ୍କାର ବସୁଧା ଭଳି ବିଭିନ୍ନ ପ୍ରକାର ଜଳପ୍ରକଳ୍ପ ଯୋଜନା ପାଇଁ  ଅର୍ଥ ବିନିଯୋଗ କରୁଥିଲେ ମଧ୍ୟ ଏହି ଭଳି ଯୋଜନା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ପଞ୍ଚାୟତର ଜୁରୁକୁପଡା ଗ୍ରାମରେ ପହଂଚି ପାରିନାହିଁ  ।  ଫଳରେ ଜୁରକୁପଡା ଗ୍ରାମବାସୀ ଙ୍କ ବଦଳୁନି  ସମସ୍ୟା । ଏହି ସମସ୍ୟା ମଧ୍ୟରେ ବର୍ତ୍ତମାନ ପ୍ରବଳ ଖରା  ଯୋଗୁଁ ପାଣି ସମସ୍ୟା ମୁଖ୍ୟ …

Read More »

ତୁମୁଡିବନ୍ଧ ମଦ ଦୋକାନ ରୁ ଲୁଟ ଘଟଣା ପରେ ଏସଡିପିଓ ଙ୍କ ଷ୍ଟ୍ରିଙ୍ଗ ଅପରେସନ : ସୌଖିନ ଓ ପ୍ରେମ ପାଇଁ ଡକାୟତି ଯୋଜନା :ଏସଡିପିଓ 

ବାଲିଗୁଡା, ୨୦/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ସମେତ ବିଭିନ୍ନ ଥାନା ଅଞ୍ଚଳ ସମେତ ୫୯ନଂ.ଜାତୀୟ ରାଜପଥ ଉପରେ ଡକାୟତି କରୁଥିବା ଏକ ଗ୍ୟାଙ୍ଗ ତୁମୁଡ଼ିବନ୍ଧ ସ୍ଥିତ ଏକ ବିଦେଶୀ ମଦ ଦୋକାନ ରୁ ୬ଲକ୍ଷ ଟଙ୍କାର ମଦ ଲୁଟିବା ପରେ ପୁଲିସ ଆରମ୍ଭ କରିଥିଲା ଷ୍ଟ୍ରିଙ୍ଗ ଅପରେସନ । ପୁଲିସ ଜାଣିସାରିଥିଲା କି ଏହି ମଦ ଦୋକାନ ଲୁଟରେ ଯୁବ ଲୁଟେରା ଗ୍ୟାଙ୍ଗ ର ସଦସ୍ୟ ରହିଛନ୍ତି। ବାଲିଗୁଡ଼ା ଏସଡିପିଓ ମନୋଜ କୁମାର  ପୂଜାରୀ ଏହି ଅପରେସନ …

Read More »

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୨୦୪କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୨୦/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ଗୁରୁବାର ୨୦୪ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ   ଆଳି ବ୍ଲକରେ ୫ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୨୮,  ଗରଦପୁର ବ୍ଲକରେ ୫, କେନ୍ଦ୍ରାପଡା ବ୍ଲକରେ ୫୦, ମହାକାଳପଡା ବ୍ଲକରେ ୨୧, ମାର୍ଶାଘାଇ ବ୍ଲକରେ ୨୯ , ପଟ୍ଟାମୁଣ୍ଡାଇ ବ୍ଲକରେ ୨୩, ରାଜକନିକା ବ୍ଲକରେ ୬, ରାଜନଗର ବ୍ଲକରେ ୨୫ ଏବଂ  କେନ୍ଦ୍ରାପଡା ପୈାରାଳରେ ୪ ଜଣ କରୋନା ପଜିଟିଭ …

Read More »