Friday , February 3 2023

Recent Posts

ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରତିଭା ସମ୍ପନ୍ନ ଓଡିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୫/୦୧/୨୦୨୧ (ଓଡ଼ିଶା ସମାଚାର)- ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଅନେକ ପ୍ରତିଭାଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତକରି ଆମ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ମାନ୍ୟତା ଦେବା ସହଜାତୀୟ ସ୍ତରରେ ଓଡିଶାର ପ୍ରତିଭାକୁ ସର୍ବୋଚ୍ଚ ସମ୍ମାନ ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ସମ୍ମାନଜନକ “ପଦ୍ମବିଭୂଷଣ ଓ ପଦ୍ମଶ୍ରୀ” ପୁରସ୍କାର ପାଇଁ ମନୋନୀତ ହୋଇଥିବା …

Read More »

କଲେଜ ଛାତ୍ରୀ ଙ୍କ ଉପରେ ଚଢ଼ିଗଲା ଟ୍ରକ୍ – ଛାତ୍ରୀ ମୃତ

ଟାଙ୍ଗୀ/ସାଲେପୁର୨୫/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା)- କଲେଜ ଛାତ୍ରୀ ଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଛାତ୍ରୀ ମୃତ । ମିଳିଥିବା ସୁଚନା ମୁତାବକ ସ୍ଥାନୀୟ ଟିକରା ଗ୍ରାମର ଦେବସ୍ମିତା ସାହୁ ବୟସ ୧୮ ଜଗତପୁର ରୁ କଲେଜ ସାରି ଅପରାହ୍ନ ୪ଟା ବେଳ ଘରକୁ ଫେରିବା ବାଟରେ ଟାଙ୍ଗି ଡ୍ରିମ୍ସ କଲେଜ ନିକଟରେ ଏକ ସିମେଣ୍ଟ ଟ୍ରକ ତଙ୍କ ସାଇକେଲ କୁ ଧକା ଦେବାରୁ ତଳେ ପଡି ଯିବା ଫଳରେ ଟ୍ରକ୍ ର ପଛ ଚକା ଅଣ୍ଟା ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ …

Read More »

ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁଙ୍କସହ ପ୍ରଧାନମନ୍ତ୍ରୀଙ୍କ ଆଳାପ

ଭୁବନେଶ୍ୱର, ୨୫/୦୧/୨୦୨୧(ଓଡ଼ିଶା ସମାଚାର /ପି.ଆଇ.ବି)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁମାନଙ୍କ ସହ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଳାପ ଆଳୋଚନା କରିଛନ୍ତି । ଏହି ଆଲୋଚନାରେ ମହିଳା ଏବଂ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତିଯୁବିନ୍ ଇରାନୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ଚଳିତବର୍ଷ କରୋନା ଯୋଗୁଁ ଏକ କଷ୍ଟଦାୟକ ସମୟ ମଧ୍ୟରେ ଏଭଳି ପୁରସ୍କାର ବିଜେତାମାନେ ପୁରସ୍କାର ପାଇଥିବା ଯୋଗୁଁ ଏହାର ସ୍ୱାତନ୍ତ୍ର୍ୟ ରହିଛି । ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଅଭିଯାନରେ …

Read More »