Saturday , December 3 2022
Breaking News

Recent Posts

ଚର୍ଚ୍ଚାରେ ମାହାଙ୍ଗା ରାଜନୀତି,ବିଶ୍ୱ ମହିଳା ଦିବସରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

ମାହାଙ୍ଗା,୦୭/୦୩/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ଅନ୍ତର୍ଜାତୀୟ ମହିଳା ଦିବସକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ । ଶାସକ ବିଜେଡି ଓ ବିରୋଧୀ ବିଜେପି ଉଭୟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମହିଳା ଭୋଟ ବ୍ୟାଙ୍କ ତିଆରି ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଥିବା କୁହାଯାଉଛି । ଆସନ୍ତା ସୋମବାର ୮ ତାରିଖରେ ବିଜୁ ଜନତା ଦଳ ହଜାର ହଜାର ମହିଳାଙ୍କୁ ଏକାଠି କରି ନବୀନ ବାବୁଙ୍କ ମହିଳା ସଶକ୍ତକରଣ ନାରାକୁ ତଳ ସ୍ତରରେ ଆହୁରି ଅଧିକ ବ୍ୟାପକ କରିବାପାଇଁ ଉଦ୍ୟମ ଆରମ୍ଭ କରିଛି …

Read More »

କୁମ୍ଭକର୍ଣ୍ଣ ନିଦ୍ରାରେ ଜଙ୍ଗଲ ବିଭାଗ – ଜଙ୍ଗଲ କଟା ସହ ନିଆଁ ଲାଗି ରହିଛି : ପରସ୍ପର ଦୋଷାରୋପ ମହଙ୍ଗା ପଡିବ

ବାଲିଗୁଡା, ୦୭/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଶିମିଳି ପାଳ ଜଙ୍ଗଲରେ ନିଆଁ ଲାଗିବା ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବେଳେ ସେଥିରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବନାଞ୍ଚଳ ମଧ୍ୟ ବାଦ ପଡିନି । କିଛି ଦିନ ପୂର୍ବରୁ ତୁମୁଡିବନ୍ଧ ବନାଞ୍ଚଳ ବିଭାଗର ଗୁଦଗୁଦା ଜଙ୍ଗଲ ରେ ନିଆଁ ଲାଗିବା ପରେ ଗଣମାଧ୍ୟମ ଦ୍ୱାରା ଖବର ପ୍ରସାରଣ ହେବା ପରେ ମଧ୍ୟ ତୁମୁଡିବନ୍ଧ ବନ ବିଭାଗ କୁ କିଛି ପ୍ରଭାବ ପଡିନି । …

Read More »

ଶ୍ରୀ ଶ୍ରୀ ନୀଳାଚଳ ନିଖିଳ ଉକ୍ରଳ ପାଲା ଗାୟକ ପରିଷଦ ବାର୍ଷିକ ପାଲା ସମ୍ମିଳନୀ

ରଘୁନାଥପୁର, ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ଅବିଭକ୍ତ କଟକ ଜିଲ୍ଲା ଶାଖା ଓ ଜଗତସିଂହପୁର ଜିଲ୍ଲା ଶାରଳା ପାଲା କଳାକାର ସଂଘର ବାର୍ଷିକ ପାଲା ସମ୍ମିଳନୀ ଗତ ୨ଦିନ ଧରି ମହାସମାରୋହରେ ଗୁଆଳିପୁର ପଂଚାୟତର ରାଧାନଗର ଗ୍ରାମର ଭାଲିଆ ମଠ ଶ୍ରୀ ଶ୍ରୀ ବିଶେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ମନ୍ଦିରର କାର୍ଯ୍ୟକାରୀ ସମତିର ସଭାପତି ରମେଶ ଚନ୍ଦ୍ର ସ୍ୱାଇଁ, ସଂପାଦକ ଅଦୈତ ମହାପାତ୍ର ଏବଂ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବର ଉଦ୍ୟାପନ …

Read More »