Sunday , February 5 2023
Breaking News

Recent Posts

ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବତୀଙ୍କୁ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା, ୩୧/୦୫/୨୦୨୧(ଓଡ଼ିଶା ସମାଚାର)- ଜଣେ ଦୃଷ୍ଟିବାଧିତ ଭିନ୍ନକ୍ଷମ ଅସହାୟା ଯୁବତୀଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଖବର ପାଇ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ସମାଜସେବୀ ତଥା ଚଳଚିତ୍ର ପ୍ରଯୋଜକ ମାନସ କୁମାର ସାହୁ(ମାନ) । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ନେମ୍ବରା ଗ୍ରାମର ଖଗେଶ୍ୱର ମଲ୍ଲଙ୍କ ଝିଅ ସୁଲୋଚନା ମଲ୍ଲ (୩୦)ଜଣେ ଦୃଷ୍ଟିବାଧିତ ଭିନ୍ନକ୍ଷମ । ଜନ୍ମରୁ ଦୃଷ୍ଟିବାଧିତ ନଥିବା ସୁଲୋଚନା ୭ମ ଶ୍ରେଣୀରେ ପାଠପଢୁଥିବା ବେଳେ ତାଙ୍କର ଗୋଟିଏ ଚକ୍ଷୁ ନଷ୍ଟ ହୋଇଯାଇଥିଲା । ପରେ ୧୭ବର୍ଷ ବୟସରେ …

Read More »

ମହାମାରୀ ଓ ବାତ୍ୟାରେ ନିରବଚ୍ଛିନ୍ନ ଭାବେ ସହଯୋଗର ହାତ – ଚର୍ଚ୍ଚାରେ ଅରିନ୍ଦମ ସାର୍ଖେଲ

ପାରାଦ୍ୱୀପ,୩୧/୦୫/୨୦୨୧(ଓଡ଼ିଶା ସମାଚାର)- କଥାରେ ଅଛି ‘ସମ୍ପଦେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା’ ବିପଦର ବନ୍ଧୁ ହେଉଛି  ପ୍ରକୃତ ବନ୍ଧୁ । ବର୍ଷାଧିକ କରୋନା ମହାମାରୀ ଏବଂ ଗତ ବାତ୍ୟା ‘ୟାସ୍’ରେ ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପ ତଥା ଏହାର ଆଖପାଖ ଅଂଚଳବାସୀ ସାହାଯ୍ୟ, ସହଯୋଗ ଓ ସାହାରା ଖୋଜୁଥିବା ବେଳେ, ପ୍ରଶାସନ ବ୍ୟତିତ ଆଉ କାହାରି ଦେଖାନଥିଲା । ଏ ପରିସ୍ଥିତିରେ ସ୍ଥାନୀୟ ଅଂଚଳର ଚର୍ଚ୍ଚିତ ସମାଜସେବୀ, ରାଜନେତା ତଥା ଶ୍ରମିକ ନେତା ଅରିନ୍ଦମ ସାର୍ଖେଲ (ବାପି ସାର୍ଖେଲ) ସାଧାରଣରେ …

Read More »

ପାରାଦ୍ୱୀପ ବନ୍ଦରର ପୁନର୍ବାର କିର୍ତୀମାନ ସ୍ଥାପନ – ୨୪ ଘଂଟାରେ ୩୦ ଜାହାଜ ପରିଚାଳନା

ପାରାଦ୍ୱୀପ,୩୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦରର ସାମୁଦ୍ରିକ ବିଭାଗ (ମେରାଇନ୍ ବିଭାଗ) ବନ୍ଦରରେ ଜାହାଜ ଓ ପଣ୍ୟ କାରବାର ପରିଚାଳନା ଏକ ପ୍ରମୁଖ ଭୂମୀକା ଗ୍ରହଣ କରିଥାଏ । କରୋନା ମହାମାରୀ ସମୟରେ କୋଭିଡ୍-୧୯ କଟକଣା ଓ ଗାଇଡ଼ଲାଇନ୍ ଅନୁସରଣ କରି ପାରାଦ୍ୱୀପ ବନ୍ଦର ତାର ପଣ୍ୟ କାରବାର ଓ ଜାହାଜ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି । ତେବେ ଗତ ୨୬ ତାରିଖ ବାତ୍ୟା ୟାସ ର ୩ ଦିନ ପରେ ଅର୍ଥାତ ମେଁ ୨୯ ରୁ ୩୦ ତାରିଖ ୨୪ …

Read More »