Thursday , December 1 2022
Breaking News

Recent Posts

ଛବିନ୍ଦ୍ର ସ୍ମାରକୀ ଚ୍ୟାଲେଂଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ପାରାଦ୍ୱୀପ,୦୭/୦୩/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ୟୁଥ ସ୍ପୋର୍ଟିଂ କ୍ରିକେଟ କ୍ଲବ୍ ଓ ଡାଇମଣ୍ଡ କ୍ରିକେଟ କ୍ଲବ୍ ମିଳିତ ଆନୁକୁଲ୍ୟରେ ଦ୍ୱିତୀୟ ଛବିନ୍ଦ୍ର ସ୍ମାରକୀ ଚ୍ୟାଲେଂଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମଂଟ ପାରାଦ୍ୱୀପର ଏନଏସି ପଡିଆ ଠାରେ ରବିବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସାତ ଦିନ ବ୍ୟାପି ଟୁର୍ଣ୍ଣାମେଂଟକୁ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ଓଡିଶାର ଖ୍ୟାତନାମା ଦଳ ଓ ଖେଳାଳୀମାନେ ଅଂଶ ଗ୍ରହଣ କରୁଛନ୍ତି । …

Read More »

ମଠକରଗୋଳା ସରପଂଚ ସୁନେଲୀ ନାୟକ ଙ୍କୁ ‘କାଦମ୍ବିନୀ ସମ୍ମାନ’

ଭୁବନ ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ସରପଂଚ ଶ୍ରୀମତୀ ସୁନେଲୀ ନାୟକ ଙ୍କୁ ଓଡିଶାର ପ୍ରଥମ ପାରିବାରିକ ମାସିକ ପତ୍ରିକା ‘କାଦମ୍ବିନୀ’ ତରଫରୁ ବିଶ୍ୱ ମହିଳା ଦିବସରେ ସମ୍ମାନୀତ କରାଯାଇଛି । ସରପଂଚ ଶ୍ରୀମତୀ ନାୟକ ସମାଜସେବା ସହିତ ରାଜନୀତରେ ସକ୍ରିୟ ରହି ନିଜ ଦକ୍ଷତାର ପ୍ରମାଣ ଦେଇଥିବା ଯୋଗୁ ତାଙ୍କୁ ‘କାଦମ୍ବିନୀ ସମ୍ମାନ’ରେ ସମ୍ମାନୀତ କରାଯାଇଛି । ‘କାଦମ୍ବିନୀ’ ସମ୍ପାଦିକା ଡ.ଇତି ସାମନ୍ତ ଓ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସରପଂଚ ଶ୍ରୀମତୀ ନାୟକଙ୍କୁ ପ୍ରଶଂସାପତ୍ର ,ପୁଷ୍ପଗୁଚ୍ଛ …

Read More »

ପୋଥାଳ ସାହିରେ ଚବିଶ ପ୍ରହର ନାମଯଜ୍ଞ

ଭୁବନ ୦୭/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ପୋଥାଳ ସାହିରେ ଗତକାଲି ଠାରୁ ଚବିଶ ପ୍ରହର ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଅଛି । ଶୁକ୍ରବାର ଅପରାହ୍ନରେ ଶତାଧିକ ଶ୍ରଦ୍ଧାଳୁ କଳସ ଶୋଭାଯାତ୍ରା କରି ପୋଥାଳସାହି ସ୍ଥିତ ଶ୍ରୀକୃଷ୍ଣ ଚୈତନ୍ୟ ଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ଘଟସ୍ଥାପନ କରିଥିଲେ । ସଭାପତି ନରୋତମ ସାହୁ ଓ ସଂକୀର୍ତନ ମୁଖ୍ୟ ଗୌରାଙ୍ଗ ଚରଣ ଗୁରୁ ଙ୍କ ତତ୍ୱାବଧାନରେ ଗତକାଲି ପ୍ରାତଃ ସମୟରୁ ନାମସଂକୀର୍ତନ ଆରମ୍ଭ ହୋଇଅଛି । ୩୦ ରୁ ଉଦ୍ଧ୍ୱର୍ କୀର୍ତନମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିଛନ୍ତି …

Read More »