Thursday , December 1 2022
Breaking News

Recent Posts

କେବେ ମିଳିବ ଗ୍ରାମବାସୀ ମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ?

ଓଭର ହେଡ୍ ଟାଙ୍କି ନିର୍ମଣ ହୋଇଛି – ପାଇପି ମଧ୍ୟ ବିଛା ହୋଇଛି ନିରାକାରପୁର, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ସରକାର ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ପାଇଁ ବସୁଧା ଯୋଜନାରେ ପ୍ରତି ପଂଚାୟତରେ ଲକ୍ଷ୍ୟଲକ୍ଷ୍ୟ ଟଙ୍କା ପାଣି ଭଳି ଖର୍ଚ୍ଚ କରି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି ।ବିଭାଗୀୟ ଅଧିକାରୀ ଠିକାଦାରଙ୍କ ଅସାଧୁ ମେଂଟ ଯୋଗୁଁ କେତକ ପାନୀୟ ଜଳ ପ୍ରକଳ୍ପ ଅଧପାନ୍ତରିଆ ଅବସ୍ଥାରେ ପଡିରହିଛି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଟାଙ୍ଗି ବ୍ଲକ ଛଣଗିରି ଗ୍ରାମପଂଚାୟତ ଅଧିନସ୍ଥ ରମାବିଲ ଗ୍ରାମରେ …

Read More »

ଚାଷୀଙ୍କ ଠାରୁ ସମସ୍ତ ଧାନ କିଣିବାକୁ ଜିଲ୍ଲାପାଳଙ୍କୁ ଦାବି ଜଣାଇଲା କଂଗ୍ରେସ

କେନ୍ଦ୍ରାପଡା, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ ସାକ୍ଷାତ କରି କେନ୍ଦ୍ରାପଡା ଚାଷୀମାନଙ୍କର ଧାନ କିଣା ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ ଜିଲ୍ଲାର ପ୍ରାୟ ୧୧୮ଟି ମଣ୍ଡିରେ ଚାଷୀଙ୍କ ଧାନ କିଣା ହୋଇନପାରି ପଡିରହିଛି । ଦ୍ୱିତୀୟରେ ଶହ ଶହ ଚାଷୀଙ୍କର ଟୋକନ ଅବଧି ଗଡିଯାଇଥିବାରୁ ସେମାନଙ୍କ ଧାନକୁ ମଧ୍ୟ ସରକାର କିଣୁ ନାହାନ୍ତି । ଚାଷୀମାନେ  ନିର୍ଦ୍ଧାରିତ ସମୟରେ ପଞ୍ଜିକରଣ …

Read More »

ଆନ୍ତର୍ଜାତୀୟ ମହିଳା ଦିବସରେ ରେସୱା ସ୍ୱାଧାରଗୃହ ଅଧିକ୍ଷିକା ସମ୍ବର୍ଦ୍ଧିତ

କେନ୍ଦ୍ରାପଡା, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହର ଅଧିକ୍ଷିକା ମିନତୀ ମହାରଣାଙ୍କୁ ଜିଲ୍ଲାପାଳ ଅମ୍ରୁତ ଋତୁରାଜ ଟ୍ରଫି, ମାନପତ୍ର, ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଚଳିତବର୍ଷ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ସେବା ପ୍ରଦାନରେ ଉତ୍କର୍ଷତା ନିମନ୍ତେ ଗୃହର ଅଧିକ୍ଷିକା ସୁଶ୍ରୀ ମହାରଣାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣୀ ଚିନ୍ମୟୀ ରଥ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ବ୍ଲକ ସମ୍ମିଳନୀ ଗୃହରେ …

Read More »