Thursday , December 1 2022
Breaking News

Recent Posts

ନଦୀକୁ ଗାଧେଇବାକୁ ଯାଇ ଜଣେ ନାବାଳକ ମୃତ – ୩ ଉଦ୍ଧାର

ଭୁବନେଶ୍ୱର, ୧୩/୦୩/୨୦୨୧(ଓଡ଼ିଶା ସମାଚାର)- ଘରେ କାହାକୁ ନଜଣାଇ ଲକ୍ଷ୍ମୀସାଗର ଅଂଚଳର ୪ ଜଣ ବାଳକ କୁଆଖାଇ ନଦୀର ବାଙ୍କୁଆଳ ଠାରେ ନଦୀକୁ ଗାଧେଇବାକୁ ଯାଇଥିଲେ । ତେବେ ମହେଶ୍ୱର ପୃଷ୍ଟି ନାମକ ଜଣେ ନାବାଳକ ବୁଡ଼ିଯାଇ ନିଖୋଜ ଥିବାବେଳେ ଅନ୍ୟ ୩ ଜଣ ଉଦ୍ଧାର ହୋଇଥିଲେ । ବାଲିଅନ୍ତା ଅଗ୍ନୀଶମ ବାହିନୀ ଖୋଜାଖୋଜି କରି ମହେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ନେଇଥିଲାବେଳେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଓଡ଼ିଶା ସମାଚାର

Read More »

ଫାଣ୍ଡି ପରିସରରେ ଜବତ ଗାଡ଼ି ଭିତରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା : ଫାଣ୍ଡି ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର, ୧୩/୦୩/୨୦୨୧(ଓଡ଼ିଶା ସମାଚାର)- ଫାଣ୍ଡି ପରିସରରେ ଥିବା ଏକ ଜବତ ଗାଡ଼ି ଭିତରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ୟ୍ୟ(ଏସ୍ଆଇ)ଙ୍କୁ ନିଲମ୍ବିତ କରାଯାଇଛି। ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ିରେ ମହିଳା ମୃତ୍ୟୁବରଣ କରିଥିଲେ ମଧ୍ୟ ଥାନା ଅଧିକାରୀ ଜାଣି ନପାରିବା କାରଣୁ ସେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି। ଏଣୁ ତାଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ। ଗତ ୮ ତାରିଖ ଦିନ ଏହି ମୃତଦେହ ଗାଡ଼ି ପଛରୁ ମିଳିଥିଲା। ଦୀର୍ଘ …

Read More »

ବିନା ପରୀକ୍ଷା ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ପ୍ରମୋସନ୍ ଓ ଏପ୍ରିଲ ପରିବେର୍ତ ଜୁନ୍ ରୁ ଶିକ୍ଷା ବର୍ଷ ଆରମ୍ଭ ହେବ

ଭୁବନେଶ୍ୱର, ୧୩/୦୩/୨୦୨୧(ଓଡ଼ିଶା ସମାଚାର)- ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ପ୍ରମୋସନ୍ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି। ଏହି ପିଲାଙ୍କର ଆଉ କ୍ଲାସ୍ ହେବ ନାହିଁ। ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ଏଣୁ ଗତବର୍ଷ ଭଳି ଏ ବର୍ଷ ବି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯାଏଁ ସବୁ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ …

Read More »