Thursday , June 30 2022
Breaking News

Recent Posts

ବାଳିକାକୁ ପ୍ରତାରଣା କରି ଯୁବକ ଗିରଫ

  ସାଲେପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ତା’ ସହିତ ବାରମ୍ବାର ଶାରୀରିକ ସଂପର୍କ ସ୍ଥାପନ କରି ଶେଷରେ ପ୍ରତାରଣା କରିବାରୁ ସଂପୃକ୍ତ ନାବାଳିକାର ଏତଲା କ୍ରମେ ସାଲେପୁର ପୋଲିସ ଜଣେ ଯୁବକକୁ ଗିରଫ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଜଣେ ୧୬ବର୍ଷର ନାବାଳିକାକୁ ଉକ୍ତ ଗ୍ରାମର ହଏଦର ଅଲ୍ଲୀ(୨୨) ବିବାହର ପ୍ରଲୋଭନ ଦେଖାଇ …

Read More »

ସଂକ୍ଷେପରେ ତାଜା ଖବର : ଡ଼ଙ୍ଗା ବୁଡ଼ି ଜଣେ ମୃତ, ୩ ନିଖୋଜ

ମାଲକାନାଗିରି,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଡ଼ଙ୍ଗା ବୁଡ଼ି ଜଣେ ମୃତ୍ୟୁ ବରଣ କରିଥିବାବେଳେ ୩ ଜଣ ନିଖୋଜ ଅଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଏହି ଦୁର୍ଘଟଣା ଘଟିଛି । ବାଲିମେଳା ଜଳଭଣ୍ଡାରର ଆମ୍ବୁଳିବେଡ଼ା ଘାଟରେ ନଦୀ ପାର ହେଉଥିବାବେଳେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ବୁଡ଼ିଯିବା ଫଳରେ ଜଚ୍ଚଙ୍କର ମୃତ୍ୟୁ ହୋଇଛି । ବର୍ତମାନସୁଦ୍ଧା ୩ ଜଣଙ୍କର ପତା ମିଳୁନି । ଓଡ଼ିଶା ସମାଚାର

Read More »

ସଂକ୍ଷେପରେ ଖବର : ହୀରାକୁଦ ଜଳଭଣ୍ଡାରର ୮ ଟି ଗେଟ ଖୋଲା

ସମ୍ବଲପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ୮ ଟି ଗେଟ ଖୋଲା ରହିଛି । ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତମାନ ୬୨୮.୦୪ ଫୁଟ ରେ ଜଳସ୍ତର ପହଂଚିଛି । ପ୍ରତି ସେକେଣ୍ଡ ରେ ଜଳଭଣ୍ଡାର ମଧ୍ୟକୁ ୧ଲକ୍ଷ୩୮ ହଜାର ୧୮୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୫୦ ହଜାର ୮୮୭ କ୍ୟୁସେକ ଜଳ ୮ ଟି ଗେଟ ଦେଇ ନିସ୍କାସିତ ହେଉଛି । …

Read More »