Tuesday , September 27 2022
Breaking News

Recent Posts

ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଦିବସ

ଯୁବସମାଜ ନିର୍ଭୀକ ଓ ସଂଜମୀ ହେଲେ ନିଜେ ସଫଳତାର ଶୀର୍ଷ ଛୁଇଁବା ସହ ସମାଜର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ନିରାକାରପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲା କମାଗୁରୁସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ଦ୍ୱାରା ଆୟୋଜିତ ଓସୋକା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଯୁବସମାଜ ପଥଭ୍ରଷ୍ଟ ନ ହୋଇ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ …

Read More »

ବଳଦେବଜୀଉ ପାୱାରଲୁମ ଶ୍ରମିକସଙ୍ଘ ପକ୍ଷରୁ ବକେୟା ପାଉଣା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ବଳଦେବଜୀଉ ପାୱାରଲୁମ ଶ୍ରମିକ ସଙ୍ଘ ପକ୍ଷରୁ ଶ୍ରମିକମାନଙ୍କ ବକେୟା ପାଉଣା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୧୯୬୯ମସିହାରୁ ତିନିମୁହାଣି ଶିଳ୍ପାଂଚଳରେ ପ୍ରତିଷ୍ଠିତ ହୋଇଥିବା ବଳଦେବଜୀଉ ପାୱାରଲୁମରେ କାର୍ଯ୍ୟକରିଆସୁଥିବା ୨ଶହ ଶ୍ରମିକ ସେମାନଙ୍କ ବକେୟା ଦରମା ଦୀର୍ଘବର୍ଷ ଧରି ପାଇନାହାନ୍ତି । ଗତ ୧୯୯୬ମସିହାରେ ଏହି ପାୱାରଲୁମକୁ ବନ୍ଦ କରି ଦିଆଯାଇଥିବା ବେଳେ ଗତ ୨୦୦୧ମସିହା ନଭେମ୍ବରମାସ ୩୦ତାରିଖରେ ଏହି ଶ୍ରମିକମାନଙ୍କୁ ଭି.ଆର.ଏସ. ଦିଆଯାଇଥିଲା । ଲିକୁ୍ୟଡେଟରଙ୍କୁ ଶ୍ରମିକମାନେ ବାରମ୍ବାର ସେମାନଙ୍କ ବକେୟା …

Read More »

ଓଁ ଶାନ୍ତି ଭବନରେ ଇଶ୍ୱରୀୟ ସ୍ନେହ ମିଳନ

  ନିରାକାରପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଜଙ୍କିଆ ସେବା କେନ୍ଦ୍ର ଆନୁକୂଲ୍ୟରେ ଏକ ଇଶ୍ୱରୀୟ ସେହ୍ନମିଳନ କାର୍ଯ୍ୟକ୍ରମ ବ୍ରହ୍ମକୁମାରୀ ପ୍ରଭାସିନୀ ବଉଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମାଉଂଟଆବୁସ୍ଥିତ ଶାନ୍ତିବନ ନିବାସ ବ୍ରହ୍ମକୁମାର ଭଗବାନ ଭାଇ,ପାଣ୍ଡବବନ ନିବାସ ବିକେ ସୁରେନ୍ଦ୍ର ଭାଇ, ଭୂବନେଶ୍ୱର ସବଜୋନ ମୁଖ୍ୟ ସଂଚାଳିକା ବିକେ ଲିନା ଭଉଣୀ, ବିକେ ପ୍ରକାଶ ଭାଇ, ବିକେ ଉମା ଭଉଣୀ , ଅତିଥି ଭାବେ ଯୋଗଦେଇଥିଲେ । ବ୍ୟର୍ଥ ସଂକଳ୍ପରୁ ମୁକ୍ତ ହୋଇ ସମର୍ଥ ସଂକଳ୍ପ ରଚନା କରିବା …

Read More »