Monday , October 18 2021
Breaking News

Recent Posts

ଏସଓଜି ମାଓବାଦୀ ଗୁଲି ବିନିମୟ କୁନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, ୧୭/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ପୋଲିସ ଥାନା ଅନ୍ତର୍ଗତ ଗୁଣ୍ଡି ସଂରକ୍ଷିତ ଜଙ୍ଗଳରେ ଗତକାଲି କୌଣସି ଗୋଇନ୍ଦା ସୂଚନା ଆଧାରରେ ମାଓନେତା ରାଇନୁ ଓ ଅଙ୍କିତା କଳାହାଣ୍ଡି ଇନ୍ଦ୍ରାବତୀ ଦଲମର ସଦସ୍ୟ ଲୁଚିରହିଥିବା ଖବର ପାଇ ଏସଓଜି ଯବାନମାନେ କମ୍ବିଙ୍ଗ କରିବା ସମୟରେ ଗୁଲି ବିନିମୟ ହୋଇଥିଲା । ଗୁଲି ବିନିମୟରେ ଏକାଧିକ ମାଓବାଦୀ ଗୁରୁତର ଆହତ ହୋଇଥିବା ସୂଚନା ମିଲିଥିବାବେଲେ ଆଜି …

Read More »

ଚେକ ବାଉନସ୍ ମାମଲା ରେ ୩ ବର୍ଷ ଜେଲ ଓ ୬୦ଲକ୍ଷ ଟଙ୍କା ଜୋରିମାନା

ରାଜନଗର, ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ରାଜନଗର ଜେଏମଏଫସି କୋର୍ଟରେ ବିଚାରପତି ସାଧନଜିତ ପଣ୍ଡା ତିନୋଟି ଚେକ ବାଉନସ୍ ମାମଲାର ଶୁଣାଣିକରି ଅଭିଯୁକ୍ତକୁ ପ୍ରତି ମକଦ୍ଦମା ପାଇଁ ଏକବର୍ଷ ଜେଲ ସହ ୨୦ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଅନାଦେୟ ଏକମାସ ଜେଲଦଣ୍ଡ ନିର୍ଦେଶ ଦେଇଥିଲେ । ଗୁଂଠି ଗ୍ରାମର ବିଷ୍ଣୁଚରଣ ଦାସଙ୍କୁ ୨୦୧୬ ମସିହାରେ ଆଳି ଥାନା ଅନ୍ତର୍ଗତ ଗୋପ ଗ୍ରାମର ପ୍ରଫୁଲ୍ଲ କୁମାର ସାହୁ ୨୭ଲକ୍ଷ ୫୬ ହଜାର ଟଙ୍କାର …

Read More »

ବଜ୍ରପାତରେ ଶ୍ରମିକ ମୃତ

ରାଜନଗର, ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ଏହି ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ବୁଦ୍ଧିରାମ ଦାସଙ୍କ ଚାଷଜମିରେ ହାତିନା ପଂଚାୟତ ଜୁଣପଙ୍ଗରା ଗ୍ରାମର ରାଜକିଶୋର ରାଉତ ଦିନମଜୁରିଆ ଭାବେ କାମ କରୁଥିଲେ । ଶୁକ୍ରବାର ଅପରାହ୍ଣ ୫ଟାରେ ହଠାତ ବଜ୍ରପାତ ହେବାରୁ ରାଜକିଶୋର ଚାଷଜମିରେ ହିଁ ଟଳି ପଡିଥିଲେ । ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଓଡ଼ିଶା ସମାଚାର

Read More »