Wednesday , November 30 2022
Breaking News

Recent Posts

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶିବିର

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ସ୍ୱତନ୍ତ୍ର ପୂଜା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହି ଶିବିରର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରା ଏବଂ ମିନତୀ କାଣ୍ଡି ଏହି ସେବା ଶିବିରର ପରିଚାଳନା କରିଥିଲେ । …

Read More »

ଅକ୍ଷୟ ମହାନ୍ତିଙ୍କ ପୁଣ୍ୟ ଜୟନ୍ତୀ ଉତ୍ସବ

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଅନୁଷ୍ଠାନ ପରିସରରେ ଓଡିଆ ସଂଗୀତ ଜଗତର ଅପ୍ରତିଦ୍ୱନ୍ଦୀ ବାଦ୍ଶାହା ଚିରସବୁଜ ସଂଗୀତଜ୍ଞ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ୮୬ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ପବ୍ଲିକ୍ ସ୍କୁଲର ପ୍ରତିଷ୍ଠାତା ଅଜୟ କୁମାର ରାଉତ୍ ମୁଖ୍ୟ ଅତିଥି ଏବଂ କବି ତଥା ସ୍ୱରତୀର୍ଥର ସଭାପତି ଡା ମନୋରଞ୍ଜନ ଦାସ …

Read More »

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୧୦କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ବୁଧବାର୧୦ଜଣ କରୋନା ପଜିଟିଭ ବାହାରିଥିବା  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଡେରାବିଶ ବ୍ଲକରେ ଜଣେ କରୋନା ପଜିଟିଭ କେଶ ବାହାରିଥିବା ବେଳେ  ଗରଦପୁର ବ୍ଲକରେ ଜଣେ, କେନ୍ଦ୍ରାପଡା ବ୍ଲକରେ ୨ଜଣ, ମହାକାଳପଡା ବ୍ଲକରେ ଜଣେ, କେନ୍ଦ୍ରାପଡା ପୌରାଂଚଳରେ  ୪ଜଣ ଓ ଅନ୍ୟ ଜିଲ୍ଲାର ଜଣେ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Read More »