Tuesday , September 27 2022
Breaking News

Recent Posts

   ମହିଳା ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀଙ୍କ ପ୍ରସ୍ତୁତ ହାତ ତିଆରି ରାକ୍ଷୀ ଷ୍ଟଲ ଉଦଘାଟିତ

ଜଗତସିଂହପୁର ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଗୁରୁବାର ପୂର୍ବାହ୍ନରେ ଜଗତସିଂହପୁର ମୁ୍ୟନିସିପାଲିଟି ସମ୍ମୁଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓ ର ମାସ ,ମିଶନ୍ ଶକ୍ତି ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ  ଉତ୍ପାଦକ ଗୋଷ୍ଠୀ ମାନଙ୍କ ହାତ ତିଆରି ନିଆରା ରାକ୍ଷୀ ଷ୍ଟଲକୁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଶୁଭ ଉଦଘାଟନ କରିଛନ୍ତି । ଓରମାସ,ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀକୁ ମାର୍କେଟିଂ ସହାୟତା ଦେବା ନିମନ୍ତେ ହାତ ତିଆରି ରାକ୍ଷୀ ବିକ୍ରୟ …

Read More »

ମା’ଶାରଳା ଓ ଗୋରେଖ ନାଥଙ୍କ ମନ୍ଦିର ସମେତ ଜଗତସିଂହପୁର  ଜିଲ୍ଲାର ସମସ୍ତ ମନ୍ଦିର ଅଗଷ୍ଟ ୬ରୁ ଖୋଲିବ

ଜଗତସିଂହପୁର ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ମନ୍ଦିର ଓ ପ୍ରଭୁ ଗୋରେଖ ନାଥଙ୍କ ମନ୍ଦିର ସମେତ ଜିଲ୍ଲାର ସମସ୍ତ ମନ୍ଦିର ସର୍ବ ସାଧାରଣଙ୍କ ଦର୍ଶନ ନିମନ୍ତେ ଆସନ୍ତା କାଲି ଅଗଷ୍ଟ ୬ ତାରିଖ ଠାରୁ ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଖୋଲା ରହିବ  ବୋଲି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି । ମନ୍ଦିର ଭିତରେ ଯେପରି ଜନଗହଳି ନହୁଏ,ସେଥିପ୍ରତି ସଜାଗ ଦୃଷ୍ଟି ରଖାଯିବ । ସମସ୍ତ ଶ୍ରଦ୍ଧାଳୁ ମାସ୍କ ପରିଧାନ ପୂର୍ବକ,ସାମାଜିକ ଦୂରତା ଅବଲମ୍ବନ କରିବେ …

Read More »

ପୋଷ୍ଟମାଷ୍ଟରଙ୍କ ବାଇକ୍ ଡ଼ିକି ଭାଙ୍ଗି ଅର୍ଥ ଲୁଟ୍

ଗରଦପୁର , ୦୫/୦୮/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ନଇନ୍ଦିପୁର ବ୍ରାଂଚ ପୋଷ୍ଟମାଷ୍ଟର ସୁକାନ୍ତ ମଲିକ ଙ୍କ ବାଇକ୍ ଡ଼ିକି ଭାଙ୍ଗି ଅର୍ଥ ଓ ଅନ୍ୟ ଆବଶ୍ୟକ କାଗଜ ଆଦି ଚୋରୀ ହୋଇ ଯାଇଛି ।  ଏ ସମ୍ପର୍କରେ ପାଟକୁରା ଥାନାରେ ଆଜି ଏକ ମାମଲା ରୁଜୁ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ପୋଷ୍ଟମାଷ୍ଟର ଶ୍ରୀ  ମଲିକ ଆଜି ୧୦ ଟା ବେଳେ ନିଜ ବାଇକ୍ ନେଇ ଗରଦପୁର ସବ ପୋଷ୍ଟ ଅଫିସ କୁ ଯାଇଥିଲେ । ଅଫିସ ସମ୍ମୁଖରେ ବାଇକ୍ …

Read More »