Saturday , December 3 2022
Breaking News

Recent Posts

ବାଜିରାଉତ କଲେଜରେ ପୁରାତନ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନ,୧୯/୧୦/୨୦୨୧(ଓଡ଼ିଶା ସମାଚାର)-ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ରେ ଦୁଇଜଣ ପୁରାତନ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଛାତ୍ରୀ ଡଃ ଲିନାଶ୍ରୀ ଦଳବେହେରା,ଯେ କି ସଂପ୍ରତି କଲିକତାସ୍ଥିତ ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ର  ଠାରେ ବରିଷ୍ଠ ଭୂତତ୍ୱବିତ ଭାବେ କାର୍ଯ୍ୟରତ । ଲିନାଶ୍ରୀ ହଜାର ହଜାର ବର୍ଷର ଡାଇନୋସର ଜୀବାଶ୍ମ ଆବିଷ୍କାର କରି ସାରା ଦେଶରେ ପ୍ରଶଂସାର ପାତ୍ରୀ ହୋଇଛନ୍ତି । ଅନ୍ୟ ଜଣେ ଛାତ୍ରୀ ଦିପ୍ତୀଜ୍ୟୋତ ପଟ୍ଟନାୟକ ସଂପ୍ରତି ମାଇଣ୍ଡ ଫାୟାର ସଲ୍ୟୁସନରେ ବରିଷ୍ଠ ସଫ୍ଟଓୟାର ଇଂଜିନିୟର  ଭାବେ କାର୍ଯ୍ୟରତ । ଦିପ୍ତୀ …

Read More »

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସିଦ୍ଧ ବଳଦେବଜୀଉ ଗୋମଙ୍ଗଳ ସମିତିର ସଭାପତି ଫକିର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱର୍ଗତ ପ୍ରଧାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ପ୍ରଧାନ ପ୍ରଜାସୋସାଲିଷ୍ଟ ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ କରି ଏକାଧିକ …

Read More »

ଓଡିଶା ଗୋ ପ୍ରେମୀ ସାମୁହିକ ସଙ୍ଗଠନ ଆଇନ ବିଭାଗର ଚତୁର୍ଥ ବାସ୍ତବ ବୈଠକ

ଭୁବନେଶ୍ୱର,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ଗୋ ରକ୍ଷା ଆଇନ ବିଭାଗ ଏହାର ଚତୁର୍ଥ ବାସ୍ତବ ବୈଠକ ଗୁଗୁଲ୍ ମିଟ ମାଧ୍ୟମରେ ଆୟୋଜନ କରିଛି  । ଆଗାମୀ ଦୁଇ ମାସର ଚର୍ଚ୍ଚାର ବିଷୟବସ୍ତୁ ଗୁଡିକୁ ସ୍ଥିରିକୃତ କରି ଗୋ ସମ୍ପଦ ବୃଦ୍ଧି ଓ ଏହାର ରକ୍ଷାକୁ ନେଇ ସଙ୍ଗଠନର ରାଜ୍ୟ ବ୍ୟାପି ଓକିଲ ବନ୍ଧୁ ଓ ଗୋ ପ୍ରେମୀ ସଙ୍ଗଠନର ବରିଷ୍ଠ ନେତୃବୃନ୍ଦଙ୍କ ଦ୍ୱାରା ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା  । ଏହି କାର୍ଯ୍ୟକ୍ରମର ସଂଚାଳନ ଓ ସଭାପତିତ୍ୱ ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ତଥା ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ …

Read More »