Tuesday , February 7 2023
Breaking News

Recent Posts

ଓରମାସ୍ ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ଆରମ୍ଭ

ଭୁବନେଶ୍ୱର , ୨୮/୧୨/୨୦୨୧ (ଓଡ଼ିଶା ସମାଚାର)-ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ୍) ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ଆଜି ଠାରୁ ଆରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ଏହି ମେଳା ରାଜ୍ୟ ସରକାରଙ୍କର ଦାରିଦ୍ର୍ୟ ଦୂରୀକରଣ କାର୍ୟ୍ୟକ୍ରମର ଏକ ଅଂଶ ବିଶେଷ । ସହରାଚଂଳ ଗ୍ରାହକମାନଙ୍କ ମଧ୍ୟରେ ଗ୍ରାମୀଣ ଉତ୍ପାଦକଙ୍କ ବଜାର ସଂଯୋଗ ସୃଷ୍ଟି କରାଯିବାର ଲକ୍ଷ୍ୟ ଏହା ଦ୍ୱାରା ପୁରଣ ହୋଇଥାଏ ।ଏହି ମେଗା ଇଭେଂଟରେ …

Read More »

ଓଡ଼ିଶା ରେଡକ୍ରସ୍ ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ପରିବାର ପରାମର୍ଶ ସଂପର୍କିତ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର , ୨୮/୧୨/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ସ୍ଥିତ ପରିବାର ପରାମର୍ଶ କେନ୍ଦ୍ର ତରଫରୁ ଦାସପୁର ଗ୍ରାମ, ଚନ୍ଦକା ପରିବାର ପରାମର୍ଶ ସଂମ୍ପର୍କିତ ଗୋଷ୍ଠୀସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଦାସପୁର ଗ୍ରାମର ଯୁବତୀ ଏବଂ ମହିଳା ମାନେ ବହୁତ ସଂଖ୍ୟାରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଜୟାଲଷ୍ମୀ କର ପରିବାର ପରାମର୍ଶଦାତ୍ରୀ ସମାଜରେ ଘଟୁଥିବା ପରିବାରର ବିଭିନ୍ନ ସମସ୍ୟା ଓ ତାର ନିରାକରଣ ସଂପର୍କରେ ଅବଗତ କରିଥିଲେ । ରେଡକ୍ରସ ସ୍ଥିତ …

Read More »

ଟ୍ରକ ଧକ୍କା ରେ  ଯୁକ୍ତ ଦୁଇ ଛାତ୍ରୀ ମୃତ , ଶବ ରଖି ପରିବାର ଲୋକ ଙ୍କ ରାସ୍ତା ଅବରୋଧ

କଳାହାଣ୍ଡି, ୨୮/୧୨/୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତକେଲା  କଲେଜ ସମ୍ମୁଖ ରେ ଗତ କାଲି ଏକ ଅଭାବନୀୟ ଅଘଟଣ ଘଟିଛି । କେସିଙ୍ଗା ଯାଉଥିବା ଏକ ଟ୍ରକ ଉତକେଲା ଅଞ୍ଚଳର ରୋଶନୀ ସୁନା ନାମକ ଜଣେ ଛାତ୍ରୀ ଛିଡା ହୋଇଥିବା ସମୟରେ  ତାଙ୍କ ଉପରେ ଟ୍ରକ ମାଡି ଯାଇଥିଲା ।ଲୋକେ ତାଙ୍କୁ  ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ  ନେଇଯାଇଥିଲେ ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପରେ ସ୍ଥାନୀୟ ଅଂଚଳ ରେ ଉତ୍ତେଜନା ପ୍ରକାଶ …

Read More »