Wednesday , February 8 2023
Breaking News

Recent Posts

ମାଟିତଳୁ ଲ୍ୟାଣ୍ଡମାଇନ ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ମାଟିତଳୁ ଲ୍ୟାଣ୍ଡମାଇନ ସହ ବହୁ ପରିମାଣରେ ମାଓ ସାମଗ୍ରୀ ମାଲକାନଗିରି ପୁଲିସ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୁଲିସ ଏବଂ ବିଏସ୍ଏଫ୍ ତରଫରୁ ସ୍ବାଭିମାନ ଅଂଚଳର ଯଡାମ୍ବ ଥାନା ଅନ୍ତର୍ଗତ ଆନ୍ଧ୍ର ଓଡିଶା ସୀମାରେ ଜଂଗଲ ଭିତରେ ଏକ ବଡ ଗାତ କରି ନକ୍ସଲ ଲ୍ୟାଣ୍ଡମାଇନ, ବିସ୍ଫୋରକ, ଔଷଧ, ପୁସ୍ତକ, ବ୍ୟାଟେରି, ଯୋତା, ପୋଷାକ, କିକ୍ ବ୍ୟାଗ୍, ଇନସାସ ମାଗାଜିନ ଇତ୍ୟାଦି ଉଦ୍ଧାର କରିଛି। ସ୍ବାଭିମାନ ଅଂଚଳର ଟାବେର ଏବଂ ଆରଲିଙ୍ଗପଡା ଗ୍ରାମ ନିକଟରେ ରହିଥିବା …

Read More »

ଭଦ୍ରକ ଜିଲାରୁ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ , ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫ କୁ ବୃଦ୍ଧି

ଭଦ୍ରକ/ ଭୁବନେଶ୍ୱର , ୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ଭଦ୍ରକ ଜିଲ୍ଲାରୁ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ସାଉଦୀ ଆରବରୁ ଭଦ୍ରକର ପୁରୁଣାବଜାର ସ୍ଥିତ ୧୮ ନମ୍ବର ୱାର୍ଡର ମୁଲଣାସାହି ଅଞ୍ଚଳକୁ ଫେରିଥିବା ଜଣେ ଯୁବକ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ଙ୍କ ଠାରୁ ସୂଚନା ମିଳିଛି। ସାଉଦୀ ଆରବରୁ ଭଦ୍ରକର ନିଜ ଘରକୁ ଫେରିଥିବା ଏଇ ଯୁବକଙ୍କର ପ୍ରଥମେ ଭଦ୍ରକ ମେଡିକାଲରେ କୋଭିଡ୍ ଟେଷ୍ଟ କରାଯାଇଥିଲା। ତାଙ୍କର …

Read More »

ଆସନ୍ତାକାଲି ‘ପଢ଼େ ଭାରତ’ ଅଭିଯାନ ର ଶୁଭାରମ୍ଭ କରିବେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର , ୩୧/୧୨/୨୦୨୧ (ଓଡ଼ିଶା ସମାଚାର/ ପିଆଇବି, ଦିଲ୍ଲୀ)- କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧ଜାନୁଆରୀ, ୨୦୨୨ରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କରିବେ।୧୦୦ ଦିବସୀୟ ପଠନଅଭିଯାନ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ସ୍ତରରେ ଉନ୍ନତି ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।ଏହାନ ବୋନ୍ମେଷ, ମହତ୍ୱପୂର୍ଣ୍ଣ ଚିନ୍ତାଧାରା, ଶବ୍ଦାବଳୀର ବିକାଶ ଏବଂ ମୌଖିକ ଓ ଲିଖିତ ଦୁଇପ୍ରକାର ମାଧ୍ୟମରେ ଅଭିବ୍ୟକ୍ତି ବ୍ୟକ୍ତ କରିବା କ୍ଷମତାର ବିକାଶ କରିଥାଏ।ଏହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରିବେଶ ଏବଂ ବାସ୍ତବିକ ଜୀବନର …

Read More »