Friday , March 31 2023

Recent Posts

୬ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀନୀ ନିର୍ମଳା  ବିଜୟୀ

କେନ୍ଦ୍ରାପଡ଼ା, ୨୮/୦୨/୨୦୨୨( ଓଡ଼ିଶା ସମାଚାର )- ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ସୋମବାର ସକାଳେ ପ୍ରକାଶ ପାଇଛି । ସେହି ଅନୁଯାଇ କେନ୍ଦ୍ରାପଡା ବ୍ଲକ ୬ନମ୍ବର ଜୋନର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀନୀ ନିର୍ମଳା ମହାନ୍ତି ବିଜୟୀ ହୋଇଛନ୍ତି । ନିର୍ମଳା ମୋଟ ୧୪ହଜାର ୦୫୯ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରଶ୍ମିତା ପଣ୍ଡାଙ୍କୁ ୫ହଜାର ୨୮୬ ଭୋଟ ମିଳିଛି । ନିର୍ମଳା ୮ହଜାର ୭୭୩ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । …

Read More »

ପ୍ରଥମ ରୁ ୭ମ ଶ୍ରେଣୀ ସ୍କୁଲ ଖୋଲିଲା , ପିଲାମାନେ ବେଶ୍ ଉତ୍ସାହିତ 

ଗରଦପୁର,୨୮/୦୨/୨୦୨୨( ଓଡ଼ିଶା ସମାଚାର )-ପ୍ରଥମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ସରକାରଙ୍କ କୋଭିଡ଼ କଟକଣା କୋହଳ ପରେ ଆଜି ବିଦ୍ୟାଳୟ ଗୃହକୁ ପ୍ରବେଶ କରିଛନ୍ତି । ଦୀର୍ଘ ୨ ବର୍ଷ ପାଖା ପାଖି ବ୍ୟବଧାନରେ ଛାତ୍ର ଛାତ୍ରୀମାନେ ପ୍ରଥମ କରି ବିଦ୍ୟାଳୟକୁ ଆସୁଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତର ପରକଣା ସରକାରୀ ଉନ୍ନିତ ଉଚ ପ୍ରାଥମିକ ବିଦ୍ୟାଳୟରେ ଆଜି ୯୬ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ । ବିଦ୍ୟାଳୟ ଗୃହକୁ …

Read More »

ଜଗଦଳପୁର ଗ୍ରାମରୁ ଚୋରୀ

ଗରଦପୁର,୨୮/୦୨/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଗତକାଲି ରାତିରେ ଅଜ୍ଞାତ ଦୁର୍ବୃତମାନେ ଘରର ଗ୍ରୀଲ କାଟି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ପ୍ରକାଶ ଯେ ଜଗଦଳପୁର ଗ୍ରାମର ଜିତେନ୍ ଜେନାଙ୍କ ପରିବାର ଲୋକ ଗତକାଲି ଏକ ବାହାଘର ଉତ୍ସବରେ ଯୋଗଦେବା ପାଇଁ ବାହାରକୁ ଯାଇଥିଲେ । ଏହାର ସୁଯୋଗରେ ଅଜ୍ଞାତ ଦୁର୍ବୃତମାନେ ଜିତେନ୍ ଙ୍କ ଘରର ଗ୍ରୀଲ କାଟି ଘରେ ପଡ଼ିଥିବା କେଲପକୁ କାଟି ଘର ମଧ୍ୟକୁ ପ୍ରବେଶ କରିଥିଲେ …

Read More »