Monday , June 5 2023
Breaking News

Recent Posts

ସମୁଦ୍ରରେ ଗାଧୋଉଥିବା ସମୟରେ ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

ପାରାଦୀପ,୧୪/୦୫/୨୦୨୨( ଓଡ଼ିଶା ସମାଚାର )- ପାରାଦୀପ ଲାଇଟ ହାଉସ ନିକଟ ସମୁଦ୍ରରେ ଗାଧୋଉଥିବା ସମୟରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି । ସେ ସମୁଦ୍ରରେ ଭାସିଯାଇଥିବା ନେଇ କିଛି ଦେଖଣାହାରୀ ମତ୍ସ୍ୟଜୀବୀଙ୍କ ସୂତ୍ରରୁ ପ୍ରକାଶ । ସମୁଦ୍ର କୂଳରୁ ସମ୍ପୃକ୍ତ ଛାତ୍ରଙ୍କ ସାଇକେଲ, ସ୍କୁଲବ୍ୟାଗ, ଜୋତା, ପ୍ୟାଣ୍ଟ ଆଦି ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଦିନ ୯ଟାରେ ଛାତ୍ର ଜଣକ ସ୍କୁଲରୁ ପାରାଦୀପ ବେଥାନୀ କନଭେଣ୍ଟ ସ୍କୁଲରୁ ଛୁଟି ହେବାପରେ କିଛି ସାଙ୍ଗଙ୍କ ସହିତ ସମୁଦ୍ର କୂଳକୁ ଆସିଥିଲେ । …

Read More »

ଜିଲା ପୁଲିସ କାର୍ୟ୍ୟାଳୟ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଗଞ୍ଜାମ, ୧୪/୦୫/୨୦୨୨( ଓଡ଼ିଶା ସମାଚାର )-ଶନିବାର ସଂଧ୍ୟାରେ ଗଞ୍ଜାମ ଜିଲା ପୋଲିସ କାର୍ୟ୍ୟାଳୟ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି। ଜିଲା ପୁଲିସ କାର୍ୟ୍ୟାଳୟ ଆଗରେ ଜଣେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବକ ଜଣଙ୍କ ରମ୍ଭା ଥାନା ଅନ୍ତର୍ଗତ ବୋରିଗାଁର ବାଦଲ ସାହୁ ବୋଲି ଜଣାପଡିଛି। ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଳେ। ନିଆଁରେ ପୋଡି ବାଦଲଙ୍କ ଶରୀରର ଅଧିକାଂଶ ଅଂଶ ଜଳି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲରେ …

Read More »

ଜଗତସିଂହପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର, ୧୪/୦୫/୨୦୨୨( ଓଡ଼ିଶା ସମାଚାର )- ଜଗତସିଂହପୁର ଜିଲ୍ଲା  ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧ୍ୟକ୍ଷତାରେ  ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଅନୁପ କୁମାର ଚନ୍ଦନ  ଙ୍କ ସହ ପରିବାର ଅଦାଲତ ଜଜ୍ ଶ୍ରୀ ଅଶୋକ କୁମାର …

Read More »