Sunday , September 26 2021
Breaking News

Recent Posts

କଂଗ୍ରେସ ପକ୍ଷରୁ ପାଣି ଘେରରେ ଥିବା ପରିବାରକୁ ପାଲ ବଂଟନ

ରଘୁନାଥପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ୱାରା ରଘୁନାଥପୁର ଅଂଚଳରେ ୧୯ ଗୋଟି ପଂଚାତୟ ଜଳ ଘେରରେ ରହିବା ସହ ବ୍ୟାପକ କ୍ଷୟ କ୍ଷତି ହୋଇଛି । ପୁରୁଣା ବସନ୍ତ ପଂଚାୟତର କଂଗ୍ରେସ ପକ୍ଷରୁ ଭାଙ୍ଗି ପଡିଥିବା ଚାଳଛପର ଘର ପରିବାରକୁ ଚିହ୍ନଟ କରି ପ୍ରଥମ ପର୍ଯ୍ୟାୟରେ ୩୦ ପରିବାରକୁ ପଲିଥିନ ବଂଟନ କରାଯାଇଛି । ବ୍ଲକ କଂଗେସ କମିଟିର ନିର୍ଦେଶ କ୍ରମେ ପୁରୁଣା ବସନ୍ତ ପଂଚାୟତର କଂଗ୍ରେସ …

Read More »

ଅଗ୍ନିକାଣ୍ଡରେ ୪ବଖରା ଘର ଜଳିଗଲା, ଗୁରୁତର ଗାଈକୁ ଉଦ୍ଧାର କରିବାକୁ ଯାଇ ରୁନିଲତା ଗୁରୁତର 

ତାରପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଅନ୍ତର୍ଗତ ଚିକିଣିଆ ପଂଚାୟତ କଳାଧାରୀ ଗ୍ରାମର ବଟକୃଷ୍ଣ ଲେଙ୍କାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କୌଣସି ମତେ ଅଗ୍ନିକାଣ୍ଡ ଘଟି ତାଙ୍କର ୪ବଖରା ଘର ଜଳି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ନିକଟରେ ଥିବା ଗୁହାଳଟି ମଧ୍ୟ ଜଳିଯାଇଛି । ଗୁହାଳ ମଧ୍ୟରୁ ୩ଗୋଟି ଗାଈକୁ ନିଆଁ ଭିତରୁ ଦୁଃସାହାସିକ ଭାବେ ବଟ ଲେଙ୍କାଙ୍କ ଝିଅ ରୁନିଲତା ପ୍ରବେଶକରି ଉଦ୍ଧାର କରିବା ସମୟରେ …

Read More »

ପୋଷଣ ପଂଚାୟତ କାର୍ଯ୍ୟକ୍ରମ 

ତାରପୁର, ୨୪/୦୯/୨୦୨୧(ଓଡ଼ିଶା ସମାଚାର)-ମାତୃ ଜାତିର ଉନ୍ନତି ବିନା ସମାଜର ଉନ୍ନତି ଅସମ୍ଭବ ବୋଲି ଆଜି ରଘୁନାଥପୁର ସୁଚିତ୍ରା ମଣ୍ଡପରେ ରାଜ୍ୟ ମହିଳା ଆୟୋଗ ଏବଂ ରାଷ୍ଟ୍ରୀୟ ମହିଳା ଆୟୋଗ ଦ୍ୱାରା ଆୟୋଜିତ ପୋଷଣ ପଂଚାୟତ କାର୍ଯ୍ୟକ୍ରମକୁ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡଃ ମୀନତି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଥିଲେ ।ସେ ଆହୁରି କହିଲେ ଯେ ମା ମାନେ ସକଳ ଶକ୍ତିର ଆଧାର ।ସେମାନେ ନିଜକୁ ଦୁର୍ବଳ …

Read More »