Friday , June 9 2023

Blog Layout

ନିରାକାରପୁର ରେ ମାତିଲେ ବାଇକ୍ ଚୋର- ଥାନା ରେ ଅଟକ 

ଖୋର୍ଦ୍ଧା,୩/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଡ ବଜାରରେ ରେ  ବାଇକ୍  ଚୋରି  କରି ନେଉଥିବା ବେଳେ ସ୍ଥାନୀୟ ଲୋକେ ଚୋରକୁ କାବୁ କରି ଥାନା ରେ ଜିମା ଦେଲେ। ସୁଚନା ଅନୁଯାୟୀ ନିରାକାରପୁର ବଡ ବଜାର ନଵସାହୁ ନାମକ ଜଣେ ବ୍ୟକ୍ତି ନିଜର  ଜଳଖିଆ ଦୋକାନ ରେ ORO2BV4059 ବାଇକ୍  ରଖି ଥିବା ବେଳେ ଜଣେ ବାଇକ୍ ଚୋର ସୁଯୋଗ ଉଣ୍ଡି ଦୋକାନ ଆଗରୁ ବାଇକ୍ ଚୋରି କରି ନେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିବାରୁ ଚୋର କୁ ଧରି …

Read More »

ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ଖୋର୍ଦ୍ଧା,୦୩/୦୬/୨୩ (ଓଡିଶା ସମାଚାର/ଦୀପକ ପ୍ରଧାନ): ବାଲେଶ୍ୱର ଜିଲ୍ଲା ବାହାନଗାରେ ଶୁକ୍ରବାର ସଂଧ୍ୟା ରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଖୁବ୍ ହୃଦୟ ବିଦାରକ ଓ ଛାତି ଥରା। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ଦୀପକ ପ୍ରଧାନ ଙ୍କ ନେତୃତ୍ୱରେ ନିରାକାରପୁର କଲେଜ ଛକ ସ୍ଥିତ କାର୍ୟାଳୟ ଠାରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ମୃତକଙ୍କ ପ୍ରତି ଗଭୀର ସମବେଦନା ଓ ଦୁଃଖ ପ୍ରକାଶ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା କ୍ଷ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ତତ …

Read More »

୩ ଲକ୍ଷ ଟଙ୍କାକୁ କେନ୍ଦ୍ର କରି ବୋହୂ,ନାତିନାତୁଣୀ ଙ୍କୁ ୧୫ ଘଣ୍ଟା ଗୃହବନ୍ଦୀ

ନିରାକାରପୁର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର)- ଭାଇକୁ ଭାଇ ଟଙ୍କା ଦେଇ ନ ପାଇବାରୁ ବାଧ୍ୟ ହୋଇ ବଡ଼ ଭାଇ ଘର ଚାବି ପକାଇଦେଲା। ଘର ଭିତରେ ୧୫ ଘଣ୍ଟା ରହିଗଲେ ବୋହୂ, ନାତି,ନାତୁଣୀ। ରାତି ସାଢ଼େ ଆଠଟା ବେଳକୁ ପୋଲିସ ଖବର ପାଇ ଚାବି ଖୋଲି ଜଣେ ମହିଳାଙ୍କ ସହ ତାଙ୍କ ପୁଅ ଝିଅଙ୍କୁ ଉଦ୍ଧାର କଲେ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ବାଲିଗାଡିଆ ଗ୍ରାମରେ। ବାଲିଗାଡିଆ ଗ୍ରାମର ଅଜୟ ବଳିଆରସିଂ ଓ ଅକ୍ଷୟ ବଳିଆର ସିଂହ ଦୁଇ ଭାଇ। …

Read More »

ଟ୍ରେନ ଦୂର୍ଘଟଣା ରୁ ଉଦ୍ଧାର କରି ପଶ୍ଚିମବଙ୍ଗ ନେଇ ଯାଉଥିବା ନୀଳକଂଠ ନାମକ ଘରୋଇ ବସ୍ ଦୂର୍ଘଟଣାଗ୍ରସ୍ତ

ବାଲେଶ୍ବର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର)- ବାଲେଶ୍ବର ଟ୍ରେନ ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଉଦ୍ଧାର କରି ପଶ୍ଚିମବଙ୍ଗ ନେଇ ଯାଉଥିବା ନୀଳକଂଠ ନାମକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ଥ ହୋଇଛି। ବସ୍ ସହ ଏକ ଅପ ଭ୍ୟାନ ଧକ୍କା ହେବା ଫଳରେ ବସ୍ ରେ ଥିବା ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଙ୍କୁ ପଶ୍ଚିମବଙ୍ଗର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Read More »

 ବାହାନଗା ରେଳ ଦୁର୍ଘଟଣା ପାଇଁ ରାଜ୍ୟ ଶୋକ ପାଳନ କରୁଥିବା ବେଳେ ସାର୍ତୋଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ନିନ୍ଦନୀୟ

କଟକ ସଦର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ଗତକାଲି ଶୁକ୍ରବାର ରାତିରେ ବାଲେଶ୍ବର ଜିଲ୍ଲାର ବାହାନଗା ଠାରେ ବିଶ୍ୱର ସବୁଠାରୁ ଭୟଙ୍କର ଓ ଛାତିଥରା ରେଳ ଦୁର୍ଘଟଣା ସାରା ଦେଶକୁ ମ୍ରିୟମାଣ କରିଦେଇଛି। ଏଥିପାଇଁ ରାଜ୍ୟ ସରକାର ଆଜି ଶନିବାରକୁ ଶୋକ ଦିବସ ପାଳନ କରୁଥିବା ବେଳେ କମିଶନରେଟ ମଧୁପାଟଣା ଥାନା ଅନ୍ତର୍ଗତ ସିଏମସି ୫୧ ନମ୍ବର ୱାର୍ଡ ସାର୍ତୋଳ ରେ ସଂଧ୍ୟାରୁ ଆରମ୍ଭ ହୋଇଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ।ଏହାକୁ ସମଗ୍ର ଅଞ୍ଚଳରେ ନିନ୍ଦା କରାଯିବା ସହିତ ପୋଲିସ୍ ଉପରକୁ ଆଙ୍ଗୁଠି ଉଠିଛି।

Read More »

ଆଉ ୭ ଟି ମୃତ ଦେହ ଉଦ୍ଧାର , ମୃତ୍ୟୁ ସଂଖ୍ୟା ୩୦୧ କୁ ବୃଦ୍ଧି

ବାଲେଶ୍ୱର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର)- ଆଉ ୭ ଟି ମୃତ ଦେହ ଉଦ୍ଧାର । ଆଜି ଅପରାହ୍ନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮୮ ରେ ପହଂଚିଥିଲା । ପରେ ସନ୍ଧ୍ୟାରେ ପ୍ରଥମେ ୬ ଟି ମୃତ ଦେହ ଉଦ୍ଧାର କରାଯାଇଥିଲା । ଏବେ ପୁଣି ଆଉ ୭ ଟି ମୃତ ଦେହ ଉଦ୍ଧାର କରାଯାଇଛି । ଅର୍ଥାତ ସନ୍ଧ୍ୟାରେ ଆଉ ୧୩ ଟି ମୃତ ଦେହ ଉଦ୍ଧାର କରାଯାଇଛି । ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୮୮ ରେ ପହଂଚିଥିବାବେଳେ ଆଉ ୧୩ ଟି ମୃତ …

Read More »

ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତ କୁ ଧରିବାରେ ପୋଲିସ ବିଫଳ

ଖୋର୍ଦ୍ଧା,୩/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ= ପୂର୍ବ ଶତୃତା କୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କୁରାଢିରେ ଆକ୍ରମଣ ହୋଇଥିବା ସୂଚନା ।ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣଙ୍କ ରାୟଗୁରପୁରୁ ର ପ୍ରକାଶ ନାୟକ। ପ୍ରକାଶ ଭୂବନେଶ୍ୱର ଏମସ୍ ହସପିଟାଲରେ ଚିକିତ୍ସିତ। ଏ ସମ୍ପର୍କରେ ନିରାକାରପୁର ଥାନାରେ ଅଭିଯୋଗ ହୋଇଚି । ଅଭିଯୋଗ ପରେ ୧୩୭/୨୩ ରେ ଏକ ମାମଲା ରୁଜୁ ହୋଇଛି ମାତ୍ର ଅଭିଯୁକ୍ତ ଗିରଫ ଭୟରେ ଫେରାର ହୋଇ ଯାଇଛି । ସୂଚନାରୁ ଜଣାପଡିଛି …

Read More »

ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା : କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଦୀପ ଦାନ ସହ ଶ୍ରଦ୍ଧାଞ୍ଜଳି

ବାଲିଗୁଡା,୦୩/୦୬/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଲୌହଦାନବର ରକ୍ତଭୋଜିରେ ଦେଶ ସମେତ ସାରା ବିଶ୍ୱ ସ୍ତବ୍ଧ । ବାଲେଶ୍ୱର ବାହାନଗାରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ସତରେ ଖୁବ୍‌ ହୃଦୟ ବିଦାରକ । ରାତିର ଛାତି ଚିରି ଦୁର୍ଘଟଣା ସ୍ଥଳରେ ବହିଲା ରକ୍ତର ନଦୀ  କାହାର ଆର୍ତ୍ତଚିତ୍କାର ତ ପୁଣି କାହାର କାନ୍ଦ ବୋବାଳି । ଚାରିଆଡ଼େ ଶୁଭୁଥିଲା କରୁଣ ସ୍ୱର । ହେଲେ ସାହାଯ୍ୟର ହାତ ବଢ଼ିବା ଆଗରୁ ଛଟପଟ୍‌ ହୋଇ ଅନେକ ଲୋକଙ୍କ ଜୀବନ ଚାଲିଗଲା । ଏ ନେଇ କନ୍ଧମାଳ ଜିଲ୍ଲା …

Read More »

କରମଣ୍ଡଳ ଟ୍ରେନ୍ ଟ୍ରାଜେଡ଼ି : ଏବେ ବି ଉଦ୍ଧାର କାର୍ଯ୍ୟ ଜାରି, ଆଉ ୬ ମୃତ ଦେହ ଉଦ୍ଧାର

ବାଲେଶ୍ବର/ ଭୁବନେଶ୍ୱର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର)- କରମଣ୍ଡଳ ଟ୍ରେନ୍ ଟ୍ରାଜେଡ଼ି । ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତମାନ ବଗି ମଧ୍ୟରୁ ଆଉ ୬ ଟି ମୃତ ଦେହ ଉଦ୍ଧାର କରାଯାଇଛି । ଆହୁରୀ ଅଧିକ ମୃତ ଦେହ ଉଦ୍ଧାର ହେବା ଆଶଙ୍କା କରାଯାଉଛି । ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୂର୍ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହିତ ବାଲେଶ୍ୱର ଜିଲା ହସପିଟାଲକୁ ଯାଇ ଆହତ ମାନଙ୍କୁ ଦେଖିଥିଲେ । ଦୁଇ କେନ୍ଦ୍ର ମନ୍ତ୍ରୀ ରେଳ ମନ୍ତ୍ରୀ …

Read More »

ଅଥଙ୍ଗା ଓ ଵମ୍ଵୁରିରେ ରାମଲୀଳା ଉଦଯାପିତ

କଟକ ସଦର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର/  ବିଷ୍ଣୁ ବେହେରା)- ରାମାୟଣର କଥାବସ୍ତୁକୁ ନେଇ ଅଭିନୟ ମାଧ୍ୟମରେ ଏବେ ବି ବଞ୍ଚି ରହିଛି ଗ୍ରାମାଞ୍ଚଳରେ ରାମ ଲୀଳା।ଏହି ପରିପ୍ରେକ୍ଷୀରେ କଟକ ସଦର ଅନ୍ତର୍ଗତ ଅଥଙ୍ଗା ଠାରେ ଲକ୍ଷ୍ମୀ ନାରାୟଣ ରାମଲୀଳା କମିଟି ପକ୍ଷରୁ କେଉଁ ଅନାଦି କାଳରୁ ପରିବେଶିତ ହେଉଥିବା ପାରମ୍ପରିକ ରାମଲୀଳା ଯାତ୍ରାଭିନୟ ଗତକାଲି ଶୁକ୍ରବାର ରାତିରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ପୁରୁଖା ଅଭିନେତା ଓ ଗ୍ରାମର ମୁରଵୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ନାଟ୍ୟ ଗୁରୁ ଅଭୟ ମହାରଣାଙ୍କ ପ୍ରତିମୂର୍ତ୍ତି ଅନାବରଣ …

Read More »