Friday , June 9 2023

Blog Layout

ଚାରିରକଵା ସେତୁ କୁ ଲୋକାର୍ପଣ କଲେ ବିଧାୟକ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି, ୦୪/୦୬/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା ) – ଲୁଣା ଚିତ୍ରୋତପଳା ଦୀପାଞ୍ଚଳ ର ନଗସପୁର ପଞ୍ଚାୟତ ଚାରିରକଵା ଠାରେ ଚିତ୍ରୋତପଳା ନଦୀରେ ନବନିର୍ମିତ ସେତୁର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଜ୍ୟେଷ୍ଠପୂର୍ଣ୍ଣିମା ଓ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୁଣ୍ୟତିଥି ଅବସରରେ ଏହାକୁ ମାହାଙ୍ଗା ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି । ଏହି ସ୍ଥାୟୀ ସେତୁ ପ୍ରତିଷ୍ଠା ହେବାଦ୍ବାରା ଲୁଣା ଚିତ୍ରୋତପଳା ଓ ମହାନଦୀ ଚିତ୍ରୋତପଳା ଦୀପାଞ୍ଚଳ ସହ ସଂଯୋଗ ସ୍ଥାପନ ହୋଇପାରିଛି । …

Read More »

‘ଭାଷା ସୁରକ୍ଷା’ର ଉନ୍ମୋଚନ ଉତ୍ସବ ସୋମବାର

ଭୁବନେଶ୍ୱର, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ବିଶିଷ୍ଟ ରାଜନୀତିଜ୍ଞ, ସୁସାହିତି୍ୟକ, ‘ଭାଷା ସୁରକ୍ଷା ସମ୍ମିଳନୀ’ର କର୍ଣ୍ଣଧାର ତଥା ପୂର୍ବତନ ରାଜ୍ୟସଭା ସାଂସଦ ସ୍ୱର୍ଗତଃ ବୈଷ୍ଣବ ପରିଡ଼ାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଭାଷା ସୁରକ୍ଷା ସମ୍ମିଳନୀ’ର ମୁଖପତ୍ର ‘ଭାଷା ସୁରକ୍ଷା’ର ତୃତୀୟ ସଂଖ୍ୟାର ଶୁଭ ଉନ୍ମୋଚନ ଉତ୍ସବ ଜୁନ୍ ୫ ତାରିଖ, ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ । ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ …

Read More »

କେନ୍ଦ୍ରାପଡାରେ ସ୍ୱଛ ରଥଯାତ୍ରା ପାଇଁ ସଚେତନତା ଅଭିଯାନ

କେନ୍ଦ୍ରାପଡ଼ା, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)-ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସ୍ୱେଛାସେବୀ ସଙ୍ଗଠନ “ମାଇଁ ଏନସିସି ଆଲୁମିନି ଆସୋସିଏସନ” ଏବଂ ପୁରୀ ଜିଲାର ପଞ୍ଜିକୃତ ସ୍ୱେଛାସେବୀ ସଙ୍ଗଠନ “ଆସୋସିଏସନ ଅଫ୍ ଟୁଇଟର ଆକ୍ଟିଭିଷ୍ଟ”(ଆଟା)ର ମିଳିତ ପ୍ରୟାସରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ କୋଟି କୈବଲ୍ୟ ଶ୍ରୀସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡର ଅରୁଣସ୍ତମ୍ବ ପାଖରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସ୍ୱଛ ଏବଂ ପ୍ରଦୁଷଣମୁକ୍ତ ରଥଯାତ୍ରା ଭାବେ ପାଳନ କରିବାକୁ ଏହି …

Read More »

ତାଜା ଖବର : ପୁରୀ ସମୁଦ୍ରରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ, ଅନ୍ୟ ୨ ଉଦ୍ଧାର

ପୁରୀ, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ବୁଡ଼ି ଜଣେ ନାବାଳକ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ପୂର୍ଣ୍ଣମୀ ଯୋଗୁ ସମୁଦ୍ର ଜୁଆରିଆ ଥିବା ବେଳେ ରବିବାର ନିରଜ ଚାନ୍ଦ(୧୪) ନାମକ ନାବାଳକ ଗାଧୋଇବାକୁ ଯାଇ ସମୁଦ୍ରରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ନିରଜଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ସେହିପରି ଭୁବନେଶ୍ବର ତମଣ୍ଡୋର ଜ୍ୟୋତି ଶଙ୍କର ସାହୁ ଏବଂ ସୌମ୍ୟ ରଞ୍ଜନ ନାୟକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। …

Read More »

ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା,ନେମାଳ  ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କପୁଣ୍ୟ ତିଥିରେ ଉତ୍ସବ ମୁଖର ପଦ୍ମବନ ପୀଠ

ନିଶ୍ଚିନ୍ତକୋଇଲି, ୦୪/୦୬/୨୦୨୩(ଓଡିଶା ସମାଚାର/ ଅଭୟ ଜେନା )-  କଟକ ଜିଲ୍ଲା ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ର ଆଜି ମହାପ୍ରୟାଣ  ଦିବସ  । ପଞ୍ଚସଖା ଯୁଗର ମହାନସାଧକ, ଦିବ୍ୟ ଦ୍ରଷ୍ଟା, ମାଳିକାକାର ଅଚ୍ୟୁତାନନ୍ଦ ଙ୍କ ପବିତ୍ର ଗାଦି ପରିସରରେ ଯାତ୍ରା ଓ ମେଳା ଅନୁଷ୍ଠିତ ହେଉଛି । ଲୋକ କଥା ରହିଛି ଆଜି ର ଦିନରେ ମହାପ୍ରଭୁ ଜଗନ୍ନାଥ ନେମାଳ ବଟକୁ ଆସିଥାନ୍ତି ।  ସେଥିପାଇଁ କୁହାଯାଇଛି  ‘ଯେଉଁ ଜଗନ୍ନାଥ ମୂରତି  ନୀଳାଞ୍ଚଳ ରେ ସ୍ଥିତ,ସେହି ଜଗନ୍ନାଥ ମୂରତି ପଦ୍ମ ବନେ  ଉଦିତ’  …

Read More »

ଉଠାଦୋକାନୀ ମାନଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ସମ୍ପ୍ରତି ଦେଶରେ ଦେଖା ଦେଇଥିବା ବୃକ୍ଷ ଛେଦନ, ଜଳବାୟୁ ପରିବର୍ତନ ,ମୃତିକା କ୍ଷୟ, ଉତାପ ବୃଦ୍ଧି, ପରିବେଶ ପ୍ରଦୂଷଣ, ଉନ୍ନତି ନାମରେ ଲିଥିବା ବିନାଶ କଳ କାରଖାନା ପ୍ରତିଷ୍ଠା ପାଇଁ ବୃକ୍ଷଛେଦନ ଓ କମ୍ପାନୀମାନଙ୍କୁ ବଂଚାଇବା ପାଇଁ ଚାଲିଥିବା ମାଇନ୍ସ ଖନନ, ଧୁମ୍ରପାନ, ଗାଡ଼ି ମଟର ବୃଦ୍ଧି କାରଣ ଯୋଗୁ ବିଶ୍ୱରେ ଦିନକୁ ଦିନ ତାପାମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁରେ ପରିବର୍ତନ ଘଟିଛି । ଠିକ୍ ସମୟରେ ବର୍ଷା ନହେବାର କାରଣରୁ ମରୁଡ଼ି ଦେଖାଦେବା ଭଳି ପରିସ୍ଥିତି …

Read More »

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଚୂଡ଼ାନ୍ତ ମୃତ୍ୟୁସଂଖ୍ୟା ୨୭୫,ଚିହ୍ନଟ ପ୍ରକ୍ରିୟା ଜାରି ରହିଛି

ଟୋଲ୍ ଫ୍ରି ହେଲ୍ପ ଲାଇନ ନମ୍ବର ଜାରି ଭୁବନେଶ୍ୱର, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ବାହାନଗା ଟ୍ରେନ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଚୂଡ଼ାନ୍ତ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସିଛି। ଗତକାଲି ଅପରାହ୍ନ ସୁଦ୍ଧା ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୮୮ ଘୋଷଣା କରାଯାଇଥିବା ବେଳେ ପରେ ସନ୍ଧ୍ୟାରେ ବଗି ମଧ୍ୟରୁ ଆଉ ୧୩ ଟି ମୃତ ଦେହ ଉଦ୍ଧାର କରାଯାଇଥିଲା । ହେଲେ ଅପରେସନ୍ ଶେଷ ହେବା ପରେ ଆଜି ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ …

Read More »

ଶ୍ରୀ ମନ୍ଦିର ଭିତରେ ସ୍ନାନମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)-  ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଭିତରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଅସୁସ୍ଥତା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସିଂହଦ୍ଵାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ରାଜସ୍ଥାନର ଅମ୍ବାଲାଲ ଭୋଇ(୪୨) ବୋଲି ଜଣାଯାଇଛି। ପରିବାର ସହ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ତାଙ୍କର ପୂର୍ବରୁ ଦେହ ଅସୁସ୍ଥ ଥିଲା ବୋଲି ପରିବାର କହିଛନ୍ତି । ଆଜି …

Read More »

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୃତ ଦେହ  ଚିହ୍ନଟ ପାଇଁ ବିଏମସି ପକ୍ଷରୁ ହେଲ୍ପଲାଇନ୍ ଜାରି ଭୁବନେଶ୍ୱର, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ । ମୃତକଙ୍କ ପରିବାରବର୍ଗଙ୍କ ପାଇଁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆଶୁ ଅରୋଗ୍ୟ କାମନା କରିଛନ୍ତି ନବୀନ । ଅନ୍ୟପଟେ ମୃତଦେହ ଚିହ୍ନଟ ଚାଲିଛି । …

Read More »