କେନ୍ଦ୍ରାପଡ଼ା,୨୩/୦୮/୨୦୨୩ (ଓଡ଼ିଶା ସମାଚାର)- ଦୀର୍ଘଦିନ ଧରି କେନ୍ଦ୍ରାପଡା ଜିଲା ରେଳ ଦେଖିନଥିଲା ମାତ୍ର ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ମାଲବାହି ରେଳ ଚାଲିଲେ ମଧ୍ୟ ଏ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଚାଲି ପାରିଲା ନାହିଁ । ଯଦି ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ପାସେଞ୍ଜର ରେଳ ଚାଲୁ ନହୁଏ ତେବେ ସମସ୍ତ ଜନ ସାଧାରଣଙ୍କୁ ଏକ ଜୁଟ କରି ଆସନ୍ତା ଆକ୍ଟୋବର ପ୍ରଥମ ସପ୍ତାହରେ କେନ୍ଦ୍ରାପଡାର ସମସ୍ତ ରେଳ ଷ୍ଟେସନରେ ଆନ୍ଦୋଳନ ହେବ ବୋଲି ସଚେତନ ନାଗରିକ ମଂଚ ପକ୍ଷରୁ ଆଡଭୋକେଟ ରମଣୀ …
Read More »Blog Layout
ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ଶିବାନନ୍ଦ ଆଶ୍ରମ ପକ୍ଷରୁ ସାମୁହିକ ପ୍ରାର୍ଥନା
କେନ୍ଦ୍ରାପଡ଼ା,୨୩/୦୮/୨୦୨୩ (ଓଡ଼ିଶା ସମାଚାର)- ଚନ୍ଦ୍ରଯାନ-୩ର ନିରାପଦ ଓ ସଫଳ ଅବତରଣ ନିମନ୍ତେ ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ, କେନ୍ଦ୍ରାପଡାର ଶିବାନନ୍ଦ ଆଶ୍ରମ ଓ ଶିବାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ସାମୁହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଦିବ୍ୟଜୀବନ ସଂଘର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଚନ୍ଦ୍ରଯାନ-୩ର ସଫଳତା ପୂର୍ବକ ଚନ୍ଦ୍ର ପୃଷ୍ଟରେ ଅବତରଣ ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା । ଶିବାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ଏହି ପ୍ରାର୍ଥନା ସଭାରେ ବିଦ୍ୟାମନ୍ଦିରର ସମସ୍ତ ବିଦ୍ୟାର୍ଥୀ, ଗୁରୁଜୀ,ଗୁରୁମା, ଉପାଧ୍ୟକ୍ଷ ଡଃ. କାଳୀପ୍ରସନ୍ନ …
Read More »ଶିକ୍ଷକ ବଦଳିକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ,ସ୍କୁଲରେ ତାଲା ପକାଇ ଛାତ୍ର ଛାତ୍ରୀଙ୍କ ପ୍ରତିବାଦ
ଲକ୍ଷ୍ମୀପୁର, ୨୩/୦୮/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି।ଏହି ବ୍ଲକରେ କେଉଁଠି ଶିକ୍ଷକ ମାନେ ବିଦ୍ୟାଳୟ ପାଦ ମାଡୁ ନାହାନ୍ତି ତ କେଉଁଠି ଶିକ୍ଷକ ପାଠ ପଢା ଜାଗାରେ ରାଜନୀତି କରି ବୁଲୁଛନ୍ତି।କେଉଁଠି କିଛି ଶିକ୍ଷକ ବେପାର ଚଳାଇଛନ୍ତି ତ କିଛି ମିଛ ବାହାନାରେ ମେଡିକାଲ ଆଳରେ ଛୁଟି ନେଇ ଘରେ ରହୁଛନ୍ତି। କେତେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କଠୁ ଶିକ୍ଷକଙ୍କ ସଂଖ୍ୟା ଅଧିକ ଥିବା ବେଳେ କେତେକ ବିଦ୍ୟାଳୟରେ ଶିକ୍ଷକଙ୍କ ଠାରୁ ଛାତ୍ର ଛାତ୍ରୀଙ୍କ ସଂଖ୍ୟା …
Read More »କଟକ ସଦର ପଞ୍ଚାୟତ ସମିତି ଵୈଠକ ସୁରୁଖୁରୁରେ ଶେଷ, ସାମ୍ବାଦିକଙ୍କୁ ମନା
କଟକ ସଦର ,୨୩/୦୮/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନ ପୁରଣ ହେବା ପରେ ଆଜି ବୁଧବାର ପ୍ରଥମ ସମିତି ବୈଠକ ନବ ନିଯୁକ୍ତ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ଅଧ୍ୟକ୍ଷତାରେ ସୁରୁଖୁରୁରେ ସମାପନ ହୋଇଯାଇଛି। ଏଥିରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟରେ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ବହୁମୁଖି ଯୋଜନାର ସଫଳ ରୂପାୟନ ନିମନ୍ତେ ପଞ୍ଚାୟତ ପ୍ରତିନିଧିମାନେ ଯତ୍ନବାନ୍ ହେବା ଉଚିତ୍ ବୋଲି କହିଥିଲେ।ଵିଡିଓ …
Read More »ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ମିଳିନାହିଁ
ନିଶ୍ଚିନ୍ତକୋଇଲି, ୨୩/୦୮/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )-ନିଶ୍ଚି୍ନ୍ତକୋଇଲି ବ୍ଲକ୍ ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତର ନୁଆହାଟ ଗ୍ରାମର ସୁଧାକର ମାହାଳି ମଙ୍ଗଳ ବାର ସକାଳ ୮ ଘଟିକାରୁ କେଉଁ ଆଡେ ନିଖୋଜ ଅଛନ୍ତି ବୋଲି କୁହାଯାଉଥିଲେହେଁ ଚିତ୍ରୋତ୍ପଳା ନଦୀରେ ଅଗ୍ନିଶମ ଓ ଓଡ୍ରାଫ ଟିମ ସହାୟତାରେ ଖୋଜାଖୋଜି ଚାଲିଛି | ଅଦ୍ୟାବଧି କୌଣସି ସନ୍ଧାନ ମିଳିନଥିବା ସୂଚନା ମିଳିଛି ।
Read More »କୃଷି ସେବା ସଂଘ ସଦସ୍ୟର ଚେତାବନୀ ଦାବି ପୂରଣ ନ ହେଲେ ୩୧ ଅଗଷ୍ଟ ରୁ ସାମୁହିକ ଝୁଟିରେ ଯିବେ
ଜୁନାଗଡ଼, ୨୩/୦୮/୨୦୨୩ (ଓଡ଼ିଶା ସମାଚାର/ ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲା କୃଷି ସେବା ସଂଘର ସମସ୍ତ ସଦସ୍ୟ ଜିଲ୍ଲାପାଳ ପି ଅନ୍ୱେଷ। ରେଡିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।ଗତ ୮ ତାରିଖ ଦିନ ସଂଘ ଦାବି ପତ୍ର ଦେବା ପାଇଁ ନିଷ୍ପତ୍ତି ନେଇଥିଲା ।କିନ୍ତୁ କୃଷି ମନ୍ତ୍ରୀ ଙ୍କ ଆଲୋଚନା ପରେ ୧୫ ତାରିଖ ସୁଦ୍ଧା ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମିଳିବା ପରେ ଏହାକୁ ସ୍ଥଗିତ ରଖା ଯାଇ ଥିଲା ।କିନ୍ତୁ ଏଯାଏଁ …
Read More »୧୨ ଦଫା ଦାବିରେ ବିଜେପି ର ଭୁବନ ବନ୍ଦ
ଭୁବନ ୨୩/୦୮/୨୦୨୩ (ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି , ଭୁବନ ନଗର ମଣ୍ଡଳ ତରଫରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ,ପାନୀୟ ଜଳ ଯୋଗାଣ ସମସ୍ୟା ଇତ୍ୟାଦି ୧୨ ଦଫା ଦାବିରେ “ଭୁବନ ବନ୍ଦ” ଅନୁଷ୍ଠିତ ହୋଇଯାଇଛି। ଭୁବନ ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା ଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ କାଳୀ ବଜାର ଠାରେ ଏକତ୍ରିତ ହୋଇ ବନ୍ଦ ପାଳନ କରିଥିଲେ । ପରେ ବିଜେପି ନେତା ଶତ୍ରୁଘ୍ନ ଜେନା, ପ୍ରେମାନନ୍ଦ ଜେନା,ଦେବଦତ୍ତ ପଟ୍ଟନାୟକ,ରତ୍ନପ୍ରଭା ପଣ୍ଡା ଙ୍କ ସମେତ କାଉନସିଲର …
Read More »ମାହାଙ୍ଗା ଭଦ୍ରେଶ୍ୱର ଥାନା ଏସ. ଆଇ ନିଲମ୍ବିତ
ମାହାଙ୍ଗା,୨୩/୦୮/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- ଭଦ୍ରେଶ୍ୱର ଥାନାକୁ ଅଳ୍ପ ଦିନ ହେବ ବଦଳି ହୋଇ ଆସିଥିବା ଜନୈକ ପୋଲିସ ଅଧିକାରୀ ଙ୍କୁ ନିଲମ୍ବନ କରାଯାଇଛି । ବୁଧନାଥ ବେହେରା ନାମକ ସମ୍ପୃକ୍ତ ଏସ. ଆଇ ଫୋନ ଯୋଗେ ବିଭିନ୍ନ ଲୋକଙ୍କୁ ମଦ୍ୟପାନ କରି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଡିଓ ଭାଇରାଲ ହୋଇଥିଲା । ଏ ସମ୍ପର୍କ ରେ ଉଚ୍ଚପଦସ୍ଥ ଅଧିକାରୀ ଅବଗତ ହେବାପରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।
Read More »ମାଲଗୋଦାମ୍ ରୁ ଜବରଦଖଲ ଉଚ୍ଛେଦ ବେଳେ ନକଲି ମସଲା କମ୍ପାନୀ ଠାବ
୫ କ୍ୱିଣ୍ଟାଲରୁ ଊଦ୍ଧ୍ୱର୍ ନକଲି ହଳଦୀ, ଲଙ୍କା ଓ ଜିରା ଗୁଣ୍ଡ ଜବତ କଟକ, ୨୨/୦୮/୨୦୨୩ (ଓଡ଼ିଶା ସମାଚାର)- ମାଲଗୋଦାମ୍ ଓଲ୍ଡ ଡକ୍ ୟାର୍ଡରେ ଜବର ଦଖଲ ଉଚ୍ଛେଦ ଜାରି ରହିଥିଲା ବେଳେ ହଠାତ୍ ସେଠାରେ ଏକ ନକଲି ମସଲା କମ୍ପାନୀର ଗୋଦାମ ଘର ଠାବ କରାଯିବା ନେଇ ପରିସ୍ଥିତି ଭିନ୍ନ ମୋଡ ନେଇଛି । ସିଏମସି ଓ ପୋଲିସ୍ ପକ୍ଷରୁ ଚାଲିଥିବା ଉଚ୍ଛେଦ କାର୍ଯ୍ୟକୁ ବନ୍ଦ କରାଯାଇ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ମାଲଗୋଦାମ ଉପରେ ଚଢଉ କରାଯାଇଥିଲା । ଏହି …
Read More »ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ
କେନ୍ଦ୍ରାପଡ଼ା, ୨୨/୦୮/୨୦୨୩ (ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ରୋଗୀ ଓ ଅନ୍ୟ ଜଣେ ଛାତ୍ରୀଙ୍କୁ ମେଧାବୃତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ କେନ୍ଦ୍ରାପଡା ଜିଲାର ମହାକାଳପଡା ଚଢେଇଗୁଆଁ ପାଟଣା ଗ୍ରାମର କର୍କଟ ରୋଗରେ ଆକ୍ରାନ୍ତ ନିର୍ମଳ କୁମାର ସ୍ୱାଇଁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଡେରାବିଶ ବ୍ଲକର ପବିତ୍ରପଡା ଗ୍ରାମର ଛାତ୍ରୀ ସାଲୋନୀ ମହାନ୍ତିଙ୍କୁ ମେଧାବୃତି ପ୍ରଦାନ କରାଯାଇଛି । …
Read More »