Sunday , September 24 2023

Blog Layout

ରେକି ମିଶନ ଆଶ୍ରମରେ ଶ୍ରୀ ଗଣେଶଙ୍କ ଆବାହନ ଓ ପୂଜ୍ୟ ପରମ୍ପରାର ପୂଜା

କଟକ,୨୧/୦୯/୨୦୨୩ (ଓଡ଼ିଶା ସମାଚାର)- ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ରେକୀ ମିଶନରେ ଶ୍ରୀଗଣେଶଙ୍କ ଆବାହନ ସହ ପୂଜ୍ୟ ବିଜ୍ଞାନୀ ଗୁରୁ ତଥା ରେକୀ ମିଶନର ପ୍ରତିଷ୍ଠାତା ଶ୍ରୀସନ୍ଥଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । ଶ୍ରୀ ଗଣେଶଙ୍କ ପୂଜା ଓ ପୂଜ୍ୟ ପରମ୍ପରାର ଦେଖିବାକୁ ମିଳିଥିଲା, ସକାଳେ ୧୦୮ ହନୁମାନ ଚାଳିଶାରୁ ଆରମ୍ଭ ହୋଇ ପରେ ପରେ ୧୦୦୮ ଶ୍ରୀଗଣେଶ ଶାଳ ଗ୍ରାମଙ୍କ ପୂଜା ଓ ଲକ୍ଷ୍ମୀ,ଗଣେଶ,ସରସ୍ଵତୀ ଙ୍କ ପ୍ରତିଷ୍ଠିତ ମୂର୍ତ୍ତୀଙ୍କ ପୂଜା ଓ ଶ୍ରୀଗଣେଶଙ୍କ ଆବାହନ କରାଯାଇଥିଲା । ସନ୍ଧ୍ୟାରେ ପୂଜ୍ୟଗୁରୁ ଶ୍ରୀ ଶ୍ରୀସନ୍ଥଙ୍କ ଜନ୍ମ …

Read More »

ପ୍ରକୃତି ପୂଜାରୀ ନବକିଶୋରଙ୍କୁ ସମ୍ମାନ ଜନକ ଜାତୀୟ ସ୍ତରୀୟ “ଭାରତ ପିପଲ୍ ରତ୍ନ” ସମ୍ମାନ

କଟକ, ୨୧/୦୯/୨୦୨୩ (ଓଡ଼ିଶା ସମାଚାର) :  ରଘୁରାଜ ପିପଲ ମ୍ୟାନ ଫାଉଣ୍ଡେସନ,ଦିଲ୍ଲୀ ଦ୍ଵାରା ରାଷ୍ଟ୍ରୀୟ ସ୍ତରରେ ଆୟୋଜିତ ଅନଲାଇନ୍ କାର୍ଯ୍ୟକ୍ରମରେ ଦେଶର ବିଶିଷ୍ଟ ପରିବେଶବିତ୍ ଓ ସମାଜସେବୀ ମାନଙ୍କୁ ସମ୍ମାନ ଅବସରରେ କଟକ ସଦର ୪୨ ମୌଜା ଶ୍ରୀରାମ ଗ୍ରାମ ନିବାସୀ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡାଙ୍କୁ “ଭାରତ ପିପଲ୍ ରତ୍ନ – ୨୦୨୩” ସମ୍ମାନରେ ସମ୍ମାନୀତ କରାଯାଇଛି । ସଂସ୍ଥାର ସଂସ୍ଥାପକ/ସି.ଇ.ଓ. ଡ.ରଘୁରାଜ ପ୍ରତାପ ସିଂହ ଫୋନରେ କଥା ହେବା ସହ ନବକିଶୋରଙ୍କ ଦ୍ଵାରା ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅବିରତ ଜାରି …

Read More »

ମହାବିନାୟକ ଯୁବକ ସଂଘ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

କଟକ,୨୧/୦୯/୨୦୨୩ (ଓଡ଼ିଶା ସମାଚାର) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ତ୍ରିନାଥପୁର ନାଲବେଗିକଇଥା ଗ୍ରାମର ମହାବିନାୟକ ଯୁବକ ସଂଘ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କଟକର ମେଲଭିନ ଯୋନସ ଲୟେନସ ଚକ୍ଷୁ ଚିକିତ୍ସାଳୟ ସହାୟତାରେ ବରିଷ୍ଠ ଡାକ୍ତରଙ୍କ ଦ୍ୱାର ୪୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହ ବାରଜଣଙ୍କ ଅସ୍ତ୍ରୋପ୍ରଚାର ନିମନ୍ତେ ଚିହ୍ନଟ କରାଯାଇଛି । ଉକ୍ତ ଶିବିରରେ ଯୁବକ ସଂଘର ସଭାପତି ନଗେନ୍ଦ୍ର ବେହେରା, ସମ୍ପାଦକ ମାନସ ପାଳ,ପୂର୍ବ ସମ୍ପାଦକ ଶସଧର ନାୟକ,କୈଳାସ ବେହେରା,କେଦାରେଶ୍ୱର ବେହେରା,ହୃଷୀକେଶ ବେହେରା, ଅର୍ଜୁନ …

Read More »

ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ

ଲକ୍ଷ୍ମୀପୁର ୨୧/୦୯/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)- ଦୁର୍ଗା ପୂଜାକୁ ଆଉ ମାସେ ରହିଲା। ଲକ୍ଷ୍ମୀପୁର ଠାରେ ଚଳିତ ବର୍ଷ ଦୁର୍ଗା ପୂଜାକୁ ନେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଫ୍ରେଣ୍ଡସ ୟୁଥ୍ ଆସୋସିଏସନ୍ ର ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ସଭାପତିତ୍ଵରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପୂଜା କମିଟିର ପୂର୍ବତନ ସଭାପତି ୨୦୨୨ ମସିହା ଦୁର୍ଗାପୂଜା ସମ୍ବଧିୟ ଆୟ ବ୍ୟୟର ହିସାବ ଦେବା ପରେ ବୈଠକ ଆରମ୍ଭ ହୋଇଥିଲା। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପୂଜା କେପରି …

Read More »

ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ବିଜେଡିରୁ ବହିସ୍କୃତ

ଭୁବନେଶ୍ୱର, ୨୧/୦୯/୨୦୨୩ (ଓଡ଼ିଶା ସମାଚାର)- ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ବିଜେଡିରୁ ବହିସ୍କୃତ । ଏନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଜନ ବିରୋଧୀ କାର୍ୟ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ଜଣାପଡିଛି। ଏହାସହ ସୌମ୍ୟ ରଞ୍ଜନଙ୍କ ବିରୁଦ୍ଧରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ମାମଲା ରୁଜୁ ହୋଇଛି। ଏହାସହ ବ୍ୟାଙ୍କ ସ୍କାମ ଅଭିଯୋଗ ମଧ୍ୟ ରହିଛି। ଅନ୍ୟପକ୍ଷରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା …

Read More »

କେନ୍ଦ୍ରାପଡାରେ ମହାଆଡମ୍ବରରେ ପାଳିତ ହେଲା ଜିଲା ସ୍ତରୀୟ ହିନ୍ଦୀ ଦିବସ

କେନ୍ଦ୍ରାପଡ଼ା, ୨୦/୦୯/୨୦୨୩ (ଓଡ଼ିଶା ସମାଚାର)- ରାଷ୍ଟ୍ରଭାଷା ରାଷ୍ଟ୍ରର ଗୌରବ ଓ ରାଷ୍ଟ୍ରର ପରିଚୟ । ଏହାର ଉତରୋତର ସମୃଦ୍ଧି ହେବା ବାନ୍ଛନୀୟ । ଆଜି କେନ୍ଦ୍ରାପଡା ଜିଲା ହିନ୍ଦୀ ଶିକ୍ଷକ ସଂଘ ଆନୁକୂଲ୍ୟରେ ଜିଲା ସ୍ତରୀୟ ହିନ୍ଦୀ ଦିବସ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଜିଲା ସ୍ତରୀୟ ଉତ୍ସବରେ ସଂଘର ସଭାପତି ଅକ୍ଷୟ କୁମାର ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଯୋଗଦେଇ …

Read More »

କେନ୍ଦ୍ରାପଡା ବ୍ଲକ ଓଷ୍ଟାର ପ୍ରତିବାଦ ସଭା

କେନ୍ଦ୍ରାପଡ଼ା, ୨୦/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଓଷ୍ଟାର ଆହ୍ୱାନରେ ଏକ ପ୍ରତିବାଦ ସଭା ଶତାଧିକ ଶିକ୍ଷକ, ଶିକ୍ଷିକା, କର୍ମଚାରୀ, ଅଭିଭାବକ, ଅଭିଭାବିକା, ପରିଚାଳନା କମିଟି ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଆନ୍ଦୋଳନ ପରିଚାଳନା କମିଟିର ସଭ୍ୟ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଓଷ୍ଟାର ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା ଯୋଗ ଦେଇ ଆଗାମୀ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଅଭିଭାବକ, ଅଭିଭାବିକା, ପ୍ରାକ୍ତନ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ୟ/ସଦସ୍ୟାମାନଙ୍କୁ …

Read More »

ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ମହାବନ୍ଧୁମିଳନ ସମାରୋହ

କେନ୍ଦ୍ରାପଡ଼ା,୨୦/୦୯/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ମହାବନ୍ଧୁମିଳନ ସମାରୋହ ଗରାପୁରସ୍ଥ କାର୍ଯ୍ୟାଳୟ ପରିସରରେ ସଂଗଠନର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ଶିକ୍ଷାବିତ ମନ୍ମଥ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲାରେ କାର୍ଯ୍ୟକରି ଅବସର ନେଇଥିବା ଶିକ୍ଷା ପରିଦର୍ଶକ ମାନେ ବହୁ ସଂଖ୍ୟାରେ ଏଥିରେ ଯୋଗଦେଇଥିଲେ । ପ୍ରାରମ୍ଭରେ ସାଧାରଣ ସମ୍ପାଦକ ନରୋତମ ଜେନା ବନ୍ଧୁମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ମହାବନ୍ଧୁମିଳନ ସମାରୋହର ତାତ୍ପର୍ଯ୍ୟ ଓ ଆଗାମୀ ବାର୍ଷିକ ଉସôବ ଏବଂ ସଂଗଠନର ମୁଖପତ୍ର …

Read More »

ବଣିଆମାଳ ପତିତପାବନ କ୍ଲବର ମୁରବୀମାନଙ୍କ ବୈଠକ

କେନ୍ଦ୍ରାପଡ଼ା, ୨୦/୦୯/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ବଣିଆମାଳସ୍ଥିତ ପତିତପାବନ କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଗ୍ରାମ୍ୟ ମୁରବୀମାନଙ୍କ ଉପସ୍ଥିତିରେ ଆପୋଷ ମତେ ସମାଧାନ କରାଯାଇ ସର୍ବସମ୍ମତ କ୍ରମେ କ୍ଲବର ସଭାପତି ବିଶ୍ୱଜିତ ରାୟଙ୍କ ନେତୃତ୍ୱରେ ଗଣେଶପୂଜା ଓ ଆସୁଥିବା ଗଜଲକ୍ଷ୍ମୀ ପୂଜାକୁ ମହା ଆଡମ୍ବରରେ ପାଳନ କରାଯିବ ବୋଲି ସିଦ୍ଧାନ୍ତ ନିଆଯାଇଥିଲା । ଏଥିରେ କ୍ଲବର ସମସ୍ତ ସଭ୍ୟ ଓ ସାହି ମୁରବୀମାନେ ସହଯୋଗ କରିବା ପାଇଁ ଶପଥ ନେଇଥିଲେ ।ଏହି ବୈଠକରେ ଗୁଣନିଧି ଜଗତି, ଶରତ କୁମାର ବେହୁରା(ବାଜିଆଭାଇ), ବ୍ରହ୍ନାନନ୍ଦ …

Read More »

ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା,୨୦/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଜାଲକଣା ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ସାନ ଝିଅ ଦଶମ ଶ୍ରେଣୀର ଛାତ୍ରୀ କୁମାରୀ ସ୍ମୃତିରେଖା ପ୍ରଧାନ ଗତ କିଛି ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅଛନ୍ତି । ଏସମ୍ପର୍କରେ ଖବର ପାଇବା ପରେ ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ପୃଷ୍ଟପୋଷକ ପ୍ରଫେସର ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି ତାଙ୍କ ଜାଲକଣାସ୍ଥିତ ବାସଭବନରେ ପହଂଚି ଟ୍ରଷ୍ଟ ପକ୍ଷରୁ …

Read More »