Sunday , October 1 2023

Blog Layout

ସମସ୍ତଙ୍କ ପାଖରେ, ସବୁ ସ୍ଥାନରେ ଏଆଇ ପହଞ୍ଚାଇବାକୁ ଜିଓ ପ୍ରତିବଦ୍ଧ: ମୁକେଶ ଅମ୍ବାନି

ଭୁବନେଶ୍ୱର, ୨୯/୦୮/୨୦୨୩ (ଓଡ଼ିଶା ସମାଚାର)- ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅବସରରେ ସେ ଏନେଇ ମହତ୍ୱକାଂକ୍ଷୀ ଯୋଜନା ଘୋଷଣା କରିବା ସହ କହିଛନ୍ତି …

Read More »

 ଗଣେଶ ପୂଜାରେ ଜିଓ ଏୟାରଫାଇବର୍ ଶୁଭାରମ୍ଭ ହେବ: ମୁକେଶ ଅମ୍ବାନି

– ୨୦ କୋଟି ଘରେ ଓ କାର୍ଯ୍ୟାଳୟରେ ପହଂଚାଇବା ଯୋଜନା – ଦୈନିକ ୧.୫ ଲକ୍ଷ ସଂଯୋଗ ଦିଆଯାଇପାରିବ – ଆକାଶ ଅମ୍ବାନିଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି ଡେଭଲପର ପ୍ଲାଟଫର୍ମ ଓ ଜିଓ ଟ୍ରୁ-୫ଜି ଲ୍ୟାବ୍‌ର ଶୁଭାରମ୍ଭ ଘୋଷଣା – ଜିଓର ଅପ୍ଟିକାଲ୍ ଫାଇବର୍ ଭିତିଭୂମି ୧୫ ଲକ୍ଷ କିଲୋମିଟରରେ ବ୍ୟାପ୍ତ ଭୁବନେଶ୍ୱର, ୨୯/୦୮/୨୦୨୩ (ଓଡ଼ିଶା ସମାଚାର)- ଜିଓ ଏୟାରଫାଇବର୍ ପାଇଁ ପ୍ରତୀକ୍ଷାର ଅନ୍ତ ହୋଇଛି । ସେପ୍ଟମ୍ବର ୧୯ ଗଣେଶ ପୂଜାରେ ଏହାର ଶୁଭାରମ୍ଭ କରାଯିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ …

Read More »

ଜିଲା କଳା ସାହିତ୍ୟ ଓ ସଂସ୍କୃତି ପରିଷଦର ଜିଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୯/୦୮/୨୦୨୩ (ଓଡ଼ିଶା ସମାଚାର)-   କେନ୍ଦ୍ରାପଡା ଜିଲା କଳା ସାହିତ୍ୟ ଓ ସଂସ୍କୃତି ପରିଷଦର କଳାକାରମାନେ ବିଭିନ୍ନ ଦାବିପୂରଣ ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପରିଷଦର ସଭାପତି ସୁବ୍ରତ କୁମାର ରାଉତଙ୍କ ନେତୃତ୍ୱରେ କଳାକାରମାନେ ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅନୁପସ୍ଥିତିରେ ଉପଜିଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ଗୁଡିକ ମଧ୍ୟରେ ୨୦୨୩ ମସିହା ଅଗଷ୍ଟ ୨୩ ତାରିଖ ରାଜ୍ୟରେ ସଂଶୋଧନ ସଭ୍ୟଙ୍କ ପ୍ରଶିକ୍ଷଣ ପାଇଁ ସରକାରୀ ନିୟମକୁ ଉଲଂଘନ କରି ଯୋଗ୍ୟ ବ୍ୟକ୍ତିଙ୍କୁ ଜିଲାରୁ ନ …

Read More »

ଜାତୀୟ କ୍ରୀଡ଼ା ଦିବସ ପାଳିତ

ଧ୍ୟାନଚାନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ କ୍ରୀଡ଼ାବିତ୍: ଅତିରିକ୍ତ ଜିଲାପାଳ କେନ୍ଦ୍ରାପଡ଼ା, ୨୯/୦୮/୨୦୨୩ (ଓଡ଼ିଶା ସମାଚାର)-   କେନ୍ଦ୍ରାପଡ଼ା ଜିଲା କ୍ରୀଡ଼ା ବିଭାଗ  ଓ ହକି ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଜିଲାପାଳଙ୍କ ସଦଭାବନା ସଭା ଗୃହରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।  ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମସ୍ତଙ୍କୁ କ୍ରୀଡ଼ା ଦିବସର ଶୁଭେଚ୍ଛା ଜ୍ଞାପନ …

Read More »

ଏଥର ଝଲସିବ ମଢିଆଳ ଗଙ୍ଗାଭାଗୀରଥର ଚାନ୍ଦି ମେଢ

କେନ୍ଦ୍ରାପଡ଼ା,୨୯/୦୮/୨୦୨୩ (ଓଡ଼ିଶା ସମାଚାର)-ଏଥର ଆହୁରି ଝଲସିବ କେନ୍ଦ୍ରାପଡା ସହରର ମଢିଆଳସ୍ଥିତ ଗଙ୍ଗାଭାଗୀରଥ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ଚାନ୍ଦି ମେଢ । ନୂଆ ରୂପରେ ଏଥର ଚମକିବ ଗଙ୍ଗାଭାଗୀରଥ ମେଢ । ପୂର୍ବରୁ ଏହି ମେଢର ୧କ୍ୱିଂଟାଲ ୨୦କେଜିର ଚାନ୍ଦି ମେଢ ଥିଲା । ଚଳିତ ବର୍ଷ ୨୦କେଜି ଓଜନର ଚାନ୍ଦି ସିଂହାସନ ପ୍ରସ୍ତୁତ କରାଯିବା ସହିତ ମା’ଗଙ୍ଗାଙ୍କର ପୂର୍ବରୁ ଥିବା ୫ଶହ ଗ୍ରାମର ସୁନା ମୁକୁଟକୁ ବଢାଯାଇ ୭ଶହ ଗ୍ରାମର ସୁନା ମୁକୁଟ ପ୍ରସ୍ତୁତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏଥିସହିତ …

Read More »

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ ଭେଟିଲେ ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର

ବାଲିଅନ୍ତା, ୨୯/୦୮/୨୦୨୩ (ଓଡ଼ିଶା ସମାଚାର) – ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଈ ବ୍ରହ୍ମପୁର ଗ୍ରାମ ପଂଚାୟତର ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ଯୁବକ ମଣ୍ଡଳୀ ଭୁବନେଶ୍ୱରଠାରେ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଏହି ସମୟରେ ମୁଖ୍ୟତଃ ଐତିହ୍ୟସ୍ଥଳୀ ମା’ ଚଉଷଠି ଯୋଗିନୀ ମନ୍ଦିର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାରଣ ଏହି ଐତିହାସିକ ପୀଠ ଭାରତ ସରକାରଙ୍କ ପ୍ରତ୍ନତତ୍ୱ ବିଭାଗ ଅଧିନରେ ରହିଛି । କିନ୍ତୁ ଦୁଃଖର …

Read More »

ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଦୁଇ ଦିନିଆ ପାରମ୍ପରିକ ଲୋକକଳା ଶିକ୍ଷା, ସୂଚନା ଓ ଯୋଗାଯୋଗ (IEC)ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ

ଯାଜପୁର, ୨୯/୦୮/୨୦୨୩ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲା ସଦର ମହକୁମାସ୍ଥ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଦୁଇ ଦିନିଆ ପାରମ୍ପରିକ ଲୋକକଳ ଶିକ୍ଷା ସୂଚନା ଓ ଯୋଗାଯୋଗ (IEC)ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ(ରାଜସ୍ୱ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଉକ୍ତ ପ୍ରଶିକ୍ଷଣ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରି ପାରମ୍ପରିକ ଲୋକକଳା ସ୍ୱର୍ଗୀୟ, ଚିରନ୍ତନୀ ଓ ଏହା ମାନବ ସଭ୍ୟତାର ଆତ୍ମା ବୋଲି ଉତ୍ଥାପନ କରି ଲୋକକଳାକୁ ବଂଚାଇ ରଖିବା …

Read More »

ପଞ୍ଚାୟତ କାର୍ୟ୍ୟାଳୟରେ ନାହାନ୍ତି ନିର୍ବାହି ଅଧିକାରୀ

କୋରାପୁଟ ୨୯/୦୮/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଥିବା ୧୩ ଟି ପଞ୍ଚାୟତରେ ପଂଚାୟତ ନିର୍ବାହି ଅଧିକାରୀ ମାନଙ୍କର ଦେଖା ନାହିଁ।ଫଳରେ ଏବେ ଅନେକ ଗରିବ ଗୁରୁବା ଭତ୍ତା  ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ନିର୍ବାହି ଅଧିକାରୀ ମାନେ ୨ ଦଫା ଦାବି ନେଇ ଭୁବନେଶ୍ୱର ଠାରେ ଡେରା ପକାଇଥିବା ବେଳେ ଜନ ସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଅନ୍ୟ ପକ୍ଷେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମାନେ ବଡ ଚିନ୍ତାରେ ପଡ଼ିଛନ୍ତି।ବର୍ତ୍ତମାନ ସମସ୍ତ …

Read More »

ଅଳଙ୍କାର ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ସହ ଗୁଳିମାଡ଼ (ଫଲୋ ଅପ୍ )

ଭୟ କରି ଲୁଟିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍ :ଅଞ୍ଚଳବାସୀ ଓ ବ୍ୟବସାୟୀ ଙ୍କୁ ସୁରକ୍ଷା ଦାବିରେ ରାସ୍ତାରୋକ , ପ୍ରତିଶୃତି ପରେ ହଟିଲା ବାଲିଗୁଡ଼ା,୨୯/୮/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଦିନ ଦିପହରେ ଡକାୟତି । ବାଲିଗୁଡ଼ା ବଜାରର ମଧ୍ୟ ଭାଗ ରେ ଥିବା ନେହେରୁ ଛକ ସ୍ଥିତ ମା’ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକଙ୍କ ହାତକୁ ଖଣ୍ଡାରେ ଆକ୍ରମଣ କରିବା ସହ ବନ୍ଧୁକ ଭୟ ଦେଖାଇ ହାତରୁ ଦୁର୍ବୃତ୍ତ ଝାମ୍ପିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍ । ବ୍ୟବସାୟୀ ସୁବାଷ ଚନ୍ଦ୍ର …

Read More »

ଆଦର୍ଶ ପ୍ରଧାନଶିକ୍ଷକ ହିମାଂଶୁ ମହାନ୍ତିଙ୍କ ବିୟୋଗରେ ଶୋକ

ମାହାଙ୍ଗା ,୨୯/୦୮/୨୦୨୩ (ଓଡିଶା ସମାଚାର /ଅଭୟ ଜେନା)-ବିରୂପା ଗେଙ୍ଗୁଟି ଦ୍ଵୀପାଞ୍ଚଳ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମର ଜଣାଶୁଣା ଶିକ୍ଷାବିତ୍ ତଥା ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ, କୋଠପଦାର ପ୍ରାକ୍ତନ ପ୍ରଧାନ ଶିକ୍ଷକ ହିମାଂଶୁ କୁମାର ମହାନ୍ତିଙ୍କ ୭୩ ବର୍ଷ ବୟସରେ କଟକ ଠାରେ ପରଲୋକ ଘଟିଛି । ସେ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବେଶ୍ ଜଣାଶୁଣା ଥିଲେ  । କଟକ ଠାରେ ମଙ୍ଗଳବାର ସକାଳେ ତାଙ୍କର ଦେହାନ୍ତ ହେବା ପରେ ଜନ୍ମମାଟି ବାଲିପଡିଆ ଗାଆଁକୁ ଶ୍ରୀ ମହାନ୍ତିଙ୍କ ପାର୍ଥିବ …

Read More »