Sunday , September 24 2023
Breaking News

Blog Layout

ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର, ୨୧/୦୯/୨୦୨୩ (ଓଡ଼ିଶା ସମାଚାର)- ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଗୁରୁବାର ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି। ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମ ମାର୍ଣ୍ଡିଙ୍କୁ ଏହି ଦାୟିତ୍ୱ ମିଳିଛି। ଦାୟିତ୍ୱ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁଦାମ ମାର୍ଣ୍ଡି କୃତଜ୍ଞତା ଜଣାଇଛନ୍ତି। ସୂଚନା ଯୋଗ୍ୟ, ଗୁରୁବାର ପ୍ରମିଳା ମଲ୍ଲିକ ମନ୍ତ୍ରୀ ପଦ ରୁ ଇସ୍ତଫା ଦେଇ ବିଜେଡି ପ୍ରାର୍ଥୀ ଭାବେ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

Read More »

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ୧୭ଦିନରେ

ଆନ୍ଦୋଳନକୁ ନେତୃତ୍ୱ ଦେଲା ରାଜକନିକା ବ୍ଲକ, ଦିନକ ପରେ ମହାସଂଗ୍ରାମ କେନ୍ଦ୍ରାପଡ଼ା, ୨୧/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଚାଲିଥିବା ଗଣଧାରଣା ୧୭ଦିନରେ ପହଂଚିଛି । ଜିଲା ପ୍ରଶାସନର ଆନ୍ଦୋଳନକାରୀଙ୍କ ଦାବି ପ୍ରତି ସହାନୁଭୂତି ଥିଲେ ମଧ୍ୟ ସରକାରଙ୍କ ଠାରୁ କୌଣସି ସେଙ୍କତ ମିଳୁନଥିବାରୁ ଚୁପ ହୋଇ ବସିଛି । ଅନ୍ୟପକ୍ଷରେ କ୍ରିୟାନୁଷ୍ଠାନ କମିଟି ସରକାରଙ୍କୁ ଚାପଗ୍ରସ୍ତ କରି ଦାବି ହାସଲକୁ ନିଶ୍ଚିତ କରିବା ନିମନ୍ତେ ପ୍ରତିକୂଳ ପାଗ ସତ୍ୱେ ପୁରା ଦମ୍ ଲଗାଇ ଦେଇଛି …

Read More »

ପୂଜ୍ୟପୂଜା ଭବନାରେ ବରେଣ୍ୟଙ୍କୁ ଶ୍ରଦ୍ଧାଂଜଳି

କଟକ, ୨୧/୦୯/୨୦୨୩ (ଓଡ଼ିଶା ସମାଚାର) : ଅଗ୍ରଣୀ ସାମାଜିକ ସଙ୍ଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପାଟଣା ସ୍ଥିତ ପୂଜ୍ୟପୂଜା ଭବନରେ ବ୍ରହ୍ମମୁହୂର୍ତ୍ତରେ କଟକ ସଦର ୪୨ମୌଜା ବିକାଶର ଭଗିରଥ କଟକ ସଦର ବ୍ଲକର ପ୍ରଥମ ଚେୟାରମ୍ୟାନ୍ ଜିଲ୍ଲା ଯୋଜନା ବୋର୍ଡର ଉପାଧ୍ୟକ୍ଷ କଟକ ଜିଲ୍ଲା ସମବାୟ ଆନ୍ଦୋଳନର ପଟ୍ଟୁ ପୁରୋଧା,ଜଳ ସେଚନ,ଶୀତଳ ଭଣ୍ଡାର,୪୨ ମୌଜା ସେତୁ,ସୁଦର୍ଶନ ମହାବିଦ୍ୟାଳୟ ନିର୍ମାଣର ଅଗ୍ରଦୂତ ବରେଣ୍ୟ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ଦେବେତା (ବାବାଜୀ ବାବୁ)ଙ୍କ ଜନ୍ମ ଜୟନ୍ତୀରେ ଅନୁଷ୍ଠାନ ତରଫରୁ ସଭାପତି କବୀ ସରୋଜ ନଳିନୀ …

Read More »

ମା’ ପାଟଖଣ୍ଡା ଠିକାଦାର ସଂଘର ୧୯ ତମ ବୈଠକ

ବାଲିଗୁଡା,୨୧/୯/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା’ ପାଟଖଣ୍ଡା ଠିକାଦାର ସଂଘର ୧୯ ତମ ବୈଠକ ସଂଘ ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବାଲିଗୁଡ଼ା ବ୍ଲକ ବୁଡୁରୁକିଆ ପଞ୍ଚାୟତ ମୁସୁକୁଲି ର ଦମଦେଇ ନାଳ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏଣିକି ଜିଲ୍ଲା ବାହାରର ଠିକାଦାର ମାନେ କୌଣସି ଟେଣ୍ଡର ପକାନ୍ତି ତାହାହେଲେ ସଂଘର ନିଷ୍ପତ୍ତି ଅନୁଯାୟୀ ସେହି ଠିକାଦାର ଟେଣ୍ଡରରେ ଭାଗ ନେଇପାରିବ ନାହିଁ ବୋଲି ଏହି ବୈଠକରେ ଦୃଢ଼ ନିଷ୍ପତ୍ତି ନିଆଯାଇଛି । ଏହି ବିଷୟ …

Read More »

ବିଭିନ୍ନ ପୂଜା ମଣ୍ଡପରେ ମହିଳା ବିଜୁ ଜନତା ଦଳର ଉପସଭାପତି 

ନିରାକାରପୁର, ୨୧/୦୯/୨୦୨୩ (ଓଡ଼ିଶା ସମାଚାର)- ଚଳିତ ବର୍ଷ ମହାଆଡମ୍ବର ରେ ବିଘ୍ନ ବିନାସନ ପ୍ରଭୂ ଶ୍ରୀ ଶ୍ରୀ ଗଜାନନଙ୍କ ଗଣେଶ ଚତୁର୍ଥୀ ଅବସରରେ ସହର ଠାରୁ ଗାଁ ପର୍ଯ୍ୟନ୍ତ ପାଳିତ ହେଉଅଛି । ଏହି ଶୁଭ ଅବସରରେ ସୁଯୋଗ ନେଇ ବିଭିନ୍ନ ପୂଜା କମିଟି ର କାର୍ଯ୍ୟକର୍ତ୍ତା ଙ୍କ ଆମନ୍ତ୍ରଣ କ୍ରମେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଖୋରଧା ପୌରପରିଷଦ ତଥା ଖୋରଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ଅନୁଷ୍ଠିତ ପୂଜା ଉତ୍ସବର …

Read More »

ବାବା ପ୍ରେମାନନ୍ଦ ଗିରି ଙ୍କ ୬୪ ତମ ଶ୍ରାଦ୍ଧ ଉତ୍ସବ ପାଳିତ

ଭୁବନ ୨୧/୦୯/୨୦୨୩ (ଓଡ଼ିଶା ସମାଚାର)-ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ୱର୍ ୱାର୍ଡ ଲତବିଲ ସ୍ଥିତ କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ଠାରେ ବାବା ପ୍ରେମାନନ୍ଦ ଗିରି ଙ୍କ ୬୪ ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି। ପବିତ୍ର ଋଷି ପଞ୍ଚମୀ ଅବସରରେ କାଶୀ ବିଶ୍ଵନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛତା ମଠ ପୁରୋଧା ସ୍ବାମୀ ରାମାନନ୍ଦ ଭାରତୀ , ଶ୍ରୀ ଚୈତନ୍ୟ ବାବା, ଦିଲ୍ଲୀପ ବାବା, ସାଧୁ ରାମାନନ୍ଦ …

Read More »

ବିଶ୍ୱଶାନ୍ତି ଦିବସ ଉପଲକ୍ଷେ ସଚେତନତା ସଭା 

ବାଲିଗୁଡା,୨୧/୯/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଜରିଘାଟିର ଖ୍ରୀଷ୍ଟିଆନ ଚର୍ଚ୍ଚ ସମ୍ମୁଖରେ ସାମାଜିକ ସ୍ୱଛତା, ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନ ସ୍ନେହ ପକ୍ଷରୁ ବିଶ୍ୱଶାନ୍ତି ଦିବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଂଯୋଜକ ପ୍ରଦୀପ କୁମାର ପାଲ ଙ୍କ ନେତୃତ୍ୱ ରେ  ଜରିଘାଟି, ପବନ ଗାଁ, ମାଦାଗୁଡା ସମେତ ଆଖପାଖ ଗ୍ରାମର ଖ୍ରୀଷ୍ଟିୟ ଜନସାଧାରଣ ମାନେ ଏକତ୍ରିତ ହୋଇଥିଲେ |ପ୍ରଥମେ ସମସ୍ତ ଅତିଥି ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା …

Read More »

ବସ ଭଡ଼ା ନିର୍ଦ୍ଧାରିତ ଦରଠାରୁ ଅଧିକ ନେବାରୁ ଅସନ୍ତୋଷ: ଆନ୍ଦୋଳନ ପାଇଁ ଚେତାବନୀ

ବାଲିଗୁଡା,୨୧/୯/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ଯାତ୍ରୀବାହୀ ଘରୋଇ ଓ ସରକାରୀ ବସଗୁଡିକର ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ଯାତ୍ରୀମାନଙ୍କ ଠାରୁ ସରକାରଙ୍କ ନିର୍ଦ୍ଧାରିତ ଦର ଠାରୁ ଅଧିକ ଅର୍ଥ ସଂଗ୍ରହ କରାଯାଉଥିବା ନେଇ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି। ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବାକୁ ଅଞ୍ଚଳରେ ବିଭିନ୍ନ ଲୋକ ସଂଗଠନ ଗୁଡିକ ଏକତ୍ରିତ ହେଉଛନ୍ତି। ଏନେଇ କୁଇ ସମାଜର ପରାମର୍ଶଦାତା ଘନେଶ୍ୱର ପ୍ରଧାନ ଉଦବେଗ ପ୍ରକାଶ କରିବା …

Read More »

ନୂଆ ଜଗନ୍ନାଥ ସଡ଼କ ରୁ ଉଠିଲା ଟୋଲ ଗେଟ: ଯାତ୍ରୀ ହେଲେ ଖୁସି

ନିରାକାରପୁର,୨୧/୦୯/୨୦୨୩ (ଓଡ଼ିଶା ସମାଚାର)-ଓଡ଼ିଶାର ଦକ୍ଷିଣ ପଶ୍ଚିମ ଅଞ୍ଚଳରୁ ଲୋକମାନେ ସୁବିଧାରେ ଅତି କମ ସମୟରେ ବିଶ୍ଵ ପ୍ରସିଦ୍ଧ ପୁରୀକୁ ଯାତାୟାତ କରିବା ପାଇଁ ନୂଆ ଜଗନ୍ନାଥ ସଡ଼କ ଏକ ମାଧ୍ୟମ ହୋଇଛି। କିନ୍ତୁ ଦୀର୍ଘ ବର୍ଷ ହେବ ପୁରୀ ଜିଲ୍ଲା ଚୁରାଳି ଠାରେ ଥିବା ଟୋଲ ଗେଟ ରେ ଗାଡି ମଟର ଠାରୁ ମନଇଚ୍ଛା ଅର୍ଥ ଆଦାୟ କରାଯାଉଥିବରୁ ଯାତ୍ରୀମାନେ ଅତିଷ୍ଠ ହୋଇ ପଡ଼ିଥିଲେ। ଏବେ ରାଜ୍ୟ  ସରକାର ସମସ୍ତ ଆର ଡି ଓ ଆର ଆଣ୍ଡ ବି ରାସ୍ତାରୁ  ଟୋଲ ଗେଟ ହଟାଇବା …

Read More »

ପ୍ରମିଳା ମଲ୍ଲିକ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ

ଭୁବନେଶ୍ୱର, ୨୧/୦୯/୨୦୨୩ (ଓଡ଼ିଶା ସମାଚାର)- ଗୁରୁବାର ପ୍ରମିଳା ମଲ୍ଲିକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ପକ୍ଷରୁ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ପରେ ପରେ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ବିଧାନସଭା ସଚିବଙ୍କ ନିକଟରେ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ। ଯେହେତୁ ଆଉ ଏ ପର୍ଯ୍ୟନ୍ତ ଆଉ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ତେଣୁ …

Read More »