Sunday , October 1 2023

Blog Layout

ଭାରତରତ୍ନ ଡ.କଲାମଙ୍କ ସ୍ମାରକୀ ଜରାଜୀର୍ଣ୍ଣ

       ରକ୍ଷାଣାବେକ୍ଷଣ ଅଭାବରୁଭୁଶୁଡିବାକୁ ବସିଛି ସ୍ମାରକୀ ଗୃହ ନିରାକାରପୁର, ୦୪/୦୯/୨୦୨୩ (ଓଡ଼ିଶା ସମାଚାର)-  ଛାତ୍ରଛାତ୍ରୀଙ୍କ ପ୍ରେରଣାର ଉତ୍ସ ଥିଲେ ବିଶିଷ୍ଟ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ. ଏପିଜେ ଅବଦୁଲ କାଲାମ । ତାଙ୍କ ଦ୍ୱାରାଉଦଘାଟିତ ବିଦ୍ୟାଳୟ ଗୃହ ନିଶ୍ଚିତ ରୂପେ ଏକ ସ୍ମାରକୀ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଭୁଶୁଡିବାକୁ ବସିଛି ଏହି ସ୍ମାରକୀ ବିଦ୍ୟାଳୟ ଗୃହ । ଖୋର୍ଦ୍ଧା ଜିଲା  ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଏକାଡେମୀ ପରିସରରେ ୨୦୦୩ ମେଁ ମାସ ୧୫ ତାରିଖ ଦିନ ତତ୍କାଳୀନ ମହାମହିମ ରାଷ୍ଟ୍ରପତି ଡ. …

Read More »

ପ୍ରଶାସନିକ ସ୍ଥାଣୁତା ପାଇଁ କିଶନନଗର ଠାରେ ଗୋଚର ଜମିରେ ମିନି ଗ୍ୟାଲେରୀ ନିର୍ମାଣକୁ ନେଇ ଵିଵାଦ ବଢୁଛି  

କଟକ ସଦର , ୦୪/୦୯/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ମୈ।ଜାର ଖାତା ନଂ ୪୦୨,ପ୍ଲଟ ନଂ ୩୯,ରକଵା ୨ ଏକର ୨୩ ଡିସିମିଲ ଗୋଚର କିସମ ଜମିରେ କିଛି ବର୍ଷ ତଳେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆକର୍ଷଣୀୟ ସଭା ମଣ୍ଡପ ବିନା ଵିଵାଦରେ ନିର୍ମାଣ କରାଯାଇ ଥିବା ବେଳେ ଏବେ ସେହି ସ୍ଥାନର ଏକ କୋଣରେ ଆବଶ୍ୟକତା ଦୃଷ୍ଟିରୁ   ନିର୍ମାଣ କରାଯାଉଥିବା ମିନି ଗ୍ୟାଲେରୀ ପ୍ରଶାସନିକ ସ୍ଥାଣୁତା ପାଇଁ ଵିଵାଦ ଘନେଇଵାରେ ଲାଗିଛି। …

Read More »

ଶିଶୁ ମନ୍ଦିରରେ ମାତୃସମ୍ମିଳନୀ

ନିରାକାରପୁର ୦୪/୦୯/୨୦୨୩ (ଓଡ଼ିଶା ସମାଚାର)- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ,ଆର୍ଯ୍ୟବିହାର ପରିସରରେ ଦିବସ ପର୍ଯ୍ୟାୟର ୩ୟ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମାଆ ମାନଙ୍କୁ ନେଇ “ମାତୃସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ଯୋଜନା ଅନୁସାରେ ସର୍ବପ୍ରଥମେ ଉପସ୍ଥିତ ଥିବା ମାଆ ଶ୍ରୀମତୀ ଆଶାଲତା ପାତାଳାସିଂହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଅନ୍ମୟ କୁମାର ମିଶ୍ର ,ଉପ ମହାପ୍ରବନ୍ଧକ, ବ୍ୟାଙ୍କ ଅଫ ବରୋଦା ,କେରଳ ରାଜ୍ୟ ଯୋଗ ଦେଇଥିଲେ …

Read More »

ହରି ଓଁ କ୍ଲବର ୧୫ତମ ସ୍ୱନକ୍ଷେତ୍ର ଦିବସ, ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୦୪/୦୯/୨୦୨୩ (ଓଡ଼ିଶା ସମାଚାର)- ବରିଷ୍ଠ ନାଗରିକଙ୍କ ହରି ଓଁ କ୍ଲବର ୧୫ତମ ସ୍ୱନକ୍ଷେତ୍ର ଦିବସ କେଦାରଗୌରୀ ମା’ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟ ସଂଘର ସଭାପତି ବ୍ରହ୍ମାନନ୍ଦ ମିଶ୍ର, ମୁଖ୍ୟ ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥିଭାବେ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହ ସ୍ମରଣୀକା ଉନ୍ମୋଚନ କରିଥିଲେ । ଏହି ଅବସରରେ ଗ୍ରୀନ୍ ୱାଲର୍ଡ ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର …

Read More »

ଝରକା ତାଡି ଲୁଟିନେଲେ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ନିରାକାରପୁର, ୦୪/୦୯/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ କାଶିପୁର ଗ୍ରାମର ଜଣଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ ମାନେ ଝରକା ତାଡି ଘର ଆଲମାରୀ ରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରୀ କରି ନେଇଯାଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଖବର ପାଇ ଅନୁସନ୍ଧାନ ଜାରି ରଖିଛି। ସୂଚନା ଯୋଗ୍ୟ କି ରବିବାର ବିଳମ୍ବିତ ରାତିରେ କାଶିପୁର ଫକୀର ଚରଣ ସାହୁ ଓ ତାଙ୍କ ପରିବାର ଲୋକେ ଶୋଇ …

Read More »

ପ୍ରଜାପିତା ବ୍ରହ୍ମାକୁମାରୀ ନୂତନ ଗୃହ ପ୍ରବେଶ ସମାରୋହ

ଖୋର୍ଦ୍ଧା,୩/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଶାଖା ର ପାଣ୍ଡବପାଟଣା ଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବର ବିଶ୍ବବିଦ୍ୟାଳୟ ସହଜ ରାଜଯୋଗ କେନ୍ଦ୍ର ଶାଖାର ନୂତନ ଗୃହ ପ୍ରବେଶ ମହାସମାରୋହରେ ପାଳିତ ହୋଇଯାଇଅଛି। ଜଟଣୀ ଶାଖା ର ସଂଚାଳିକା ବି. କେ. ଯୋତି ଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ରାଜ୍ୟ ଯୋଜନା ବୋର୍ଡ ଉପାଦକ୍ଷ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି, ବିଶ୍ବ ମାନବାଧିକାର ସୁରକ୍ଷା କମିଶନ ଓତିଶା ଶାଖାର ଉପସଭାପତି ଡ ସୁନୀତା ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ …

Read More »

ତାଜା ଖବର — ସରକାରୀ ଜାଗାକୁ କେନ୍ଦ୍ର କରି ଡମଣଭୂମି ଗଣ୍ଡଗୋଳ: ମାଉଜର, ଖଣ୍ଡା ସହ ୪ ଜୀବନ୍ତ ଗୁଳି ଜବତ: ଜଣେ ଅଟକ

ନିରାକାରପୁର, ୦୩/୦୯/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଓଳସିଂହ ପଞ୍ଚାୟତ ଡମଣଭୂମି ଗ୍ରାମରେ ସରକାରୀ ଜାଗାକୁ କେନ୍ଦ୍ର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଗ୍ରାମର ପ୍ରିୟବ୍ରତ ଭୋଳ ଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ସେ ତାଙ୍କ କୋବଲା ଜାଗା ସମ୍ମୁଖରେ ଥିବା ସରକାରୀ ଜାଗାକୁ ଏନକ୍ରୋଚମେଣ୍ଟ କରି ରଖିଛି। କିନ୍ତୁ ଗ୍ରାମର ସନ୍ତୋଷ ଭୋଳ ଜବରଦସ୍ତି ଆସି ଉକ୍ତ ଜାଗାରେ ଗଛ ଲଗାଇବାରୁ ସେ ଏହାର ପ୍ରତିବାଦ କରିଥିଲେ। ପରେ ସନ୍ତୋଷ ଭୋଳ ଓ ତାଙ୍କ …

Read More »

ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ଦୀର୍ଘ ଜୀବନ କାମନା କରି ଜଳ ଲାଗିକଲେ କାଉଡ଼ିଆ

ଭୁବନେଶ୍ୱର, ୦୩/୦୯/୨୦୨୩ (ଓଡ଼ିଶା ସମାଚାର)- ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୨୯ନଂ ୱାର୍ଡ ଭୋଇନଗର ଶୁକବିହାର ବସ୍ତି ଅଂଚଳରେ ଥିବା ଚାହା ଦୋକାନୀ, ପକ୍କା ମିସ୍ତ୍ରୀ, ଗାଡ଼ି ମେକାନିକ୍ କାଉଡ଼ିଆ ଭାବେ ଗେରୁଆ ବସ୍ତ୍ର ନ ପିନ୍ଧି ଧଳା ରଙ୍ଗର ପୋଷାକ ପରିଧାନ କରି ବୋଲବମ ଯାତ୍ରା କରିଥିଲେ । ତାଙ୍କ ଧଳା ଟି ସାର୍ଟରେ ଶଙ୍କର ମହାଦେବଙ୍କ ପରିବର୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଚିତ୍ର ରହିଛି । ଏହା …

Read More »

ସଂଖ୍ୟାଲଘୁ ଉନ୍ନୟନ ପରିଷଦ ପକ୍ଷରୁ ଗୁରୁଦିବସ ଉପଲକ୍ଷେ ପ୍ରତିଯୋଗିତା

କେନ୍ଦ୍ରାପଡ଼ା, ୦୩/୦୯/୨୦୨୩ (ଓଡ଼ିଶା ସମାଚାର)-ପୌରସଂସ୍ଥା ପରିଚାଳିତ ଉର୍ଦ୍ଧୁ ପାଠାଗାର ପରିସରରେ ସଂଖ୍ୟାଲଘୁ ଉନ୍ନୟନ ପରିଷଦ ପକ୍ଷରୁ (୬ଷ୍ଠରୁ ଅଷ୍ଟମ ଶ୍ରେଣୀ) କନିଷ୍ଠ ବର୍ଗ ଓ (ନବମରୁ ଦ୍ୱାଦଶ ଶ୍ରେଣୀ) ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୁରୁଦିବସ ଉପଲକ୍ଷେ ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ୫୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୫ତାରିଖ ଗୁରୁଦିବସ ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏକ ଉତ୍ସବରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତିି …

Read More »

ବଜ୍ରପାତରେ ଯୁବ ଚାଷୀଙ୍କ ବିୟୋଗ

କେନ୍ଦ୍ରାପଡ଼ା, ୦୩/୦୯/୨୦୨୩ (ଓଡ଼ିଶା ସମାଚାର)-ବଜ୍ରପାତରେ ଜଣେ ଯୁବଚାଷୀଙ୍କ ବିୟୋଗ ହୋଇଯାଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ପଂଚାୟତର କଂସାର ଗ୍ରାମର ରଘୁନାଥ ରଣାଙ୍କ ପୁତ୍ର ପ୍ରତାପ ରଣା(୨୮) ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ବିଲରେ ତଳି ରୁଆ କାର୍ଯ୍ୟ କରୁଥିବା ବେଳେ ହଠାତ ବଜ୍ରପାତ ଘଟିଥିଲା । ତାଙ୍କୁ ସଙ୍କାଟାପନ୍ନ ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ପତ୍ନୀ ଓ ଗୋଟିଏ ୨ବର୍ଷର ଝିଅ ଅଛି …

Read More »