Saturday , July 31 2021
Breaking News

Blog Layout

ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାରେ ପ୍ରଶାସନକୁ ଚେତାବନୀ

କେନ୍ଦ୍ରାପଡ଼ା, ୨୮/୦୭/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଗୋରୀଶଙ୍କର ହୋଟେଲ ପରିସରରେ ସାମ୍ବାଦିକଙ୍କୁ ମାଡ ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି । ପରିଷଦର ଜିଲ୍ଲା ସଭାପତି ନିରଞ୍ଜନ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜାତୀୟ ପରିଷଦର ସମ୍ପାଦକ ଚିତରଞ୍ଜନ ତରାଇ ଓ ଜିଲ୍ଲା ସମ୍ପାଦକ ଧନେଶ୍ୱର ପଟ୍ଟନାୟକ ଯୋଗଦେଇ ଗତ …

Read More »

ବିରୂପା ନଦୀରେ ଏକ ଅଜଣା ଲୋକର ଶବ ଭାସୁଛି

କେନ୍ଦ୍ରାପଡ଼ା, ୨୮/୦୭/୨୦୨୧(ଓଡ଼ିଶା ସମାଚାର)- ବିରୂପାନଦୀର ଇନ୍ଦୁପୁର ଠାରେ ଏକ ଅଜଣା ଲୋକର ଶବ ଭାସୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ପକ୍ଷରୁ ଏସମ୍ପର୍କରେ ନିକିରାଇ ଥାନାକୁ ଖବର ଦିଆଯିବା ପରେ ନିକିରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସସାଳୟକୁ ପଠାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ରିପୋର୍ଟ ଲେଖାହେବା ପର୍ୟ୍ୟନ୍ତ ସେହି ଅଜଣା ଶବର କୌଣସି …

Read More »

ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନାର ଅନ୍ତରୀଣ ଜାମିନ ନାମଞ୍ଜୁର

କେନ୍ଦ୍ରାପଡ଼ା, ୨୮/୦୭/୨୦୨୧(ଓଡ଼ିଶା ସମାଚାର)- ଏନକାଉଁଟରରେ ମୃତ ଗ୍ୟାଙ୍ଗଷ୍ଟର ହାଇଦରର ବଡପୁଅ ମୁନା ଓରଫ ସେକ କାଦିର ଅନ୍ତରୀଣ ଜାମିନ ଆବେଦନକୁ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ନାମଞ୍ଜୁର କରିଦେଇଛନ୍ତି । ଚୌଦ୍ୱାର ଜେଲରେ ବିଚାରାଧିନ ବନ୍ଦି ଭାବେ ଥିବା ମୁନା ତା’ର ବାପା ହାଇଦରର ଶୁଦ୍ଧିକ୍ରୀୟାରେ ଯୋଗଦେବା ନିମନ୍ତେ ଗତ ସୋମବାର ଏକ ୪୦ଦିନିଆ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲା । ତେବେ ସେ ଜେଲରୁ ମୁକ୍ତ ହେଲେ କୌଣସି …

Read More »

‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ ପୁରୀର ଏହି ମଡେଲ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଦେଶର ଅନ୍ୟ ସମସ୍ତ ସହରମାନଙ୍କରେ ଅନୁକରଣୀୟ ହେବା ଉଚିତ୍: ଦୁର୍ଗା ଶଙ୍କର ମିଶ୍ର ,ସଚିବ ,କେନ୍ଦ ଗୃହ ଓ ନଗରଉନ୍ନୟନ ମନ୍ତ୍ରଣାଳୟ

  ଏହି ପାନୀୟଜଳ ବ୍ୟବସ୍ଥା ସଂପର୍କରେ ଦିଲ୍ଲୀ ସରକାରଙ୍କ ଅଧୀକ୍ଷଣ ଯନ୍ତ୍ରୀ ଅଜୟ ଗୁପ୍ତାଙ୍କ ପୁରୀର ବିଭିନ୍ନ ସ୍ଥାନ ପରିଦର୍ଶନ ଭୁବନେଶ୍ୱର,୨୮/୦୭/୨୦୨୧(ଓଡ଼ିଶା ସମାଚାର)- ପୁରୀରେ ଗତ ସୋମବାର ଦିନ ଆକାଂକ୍ଷିତ ପ୍ରକଳ୍ପ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’  ମିଶନ ଉଦଘାଟନ ପରେ ପୁରୀ ଭାରତରେ ପ୍ରତ୍ୟେକ ଘରେ ୨୪ ଘଂଟିଆ  ଉଚ୍ଚମାନର ଜଳ ଯୋଗାଇବାର ପ୍ରଥମ ସହର ଭାବରେ ଖ୍ୟାତି ଲାଭ କରିଛି । ପୁରୀରେ ଶତକଡା ୧୦୦ ଭାଗ ଘରେ …

Read More »

ଚିର ନିଦ୍ରାରେ ବର୍ଷିଆନ ସାମ୍ବାଦିକ ଗୋଲକ ଚନ୍ଦ୍ର ସୂତାର

ମାହାଙ୍ଗା, ୨୮/୦୭/୨୦୨୧ (ଓଡିଶା ସମାଚାର / ଅଭୟ ଜେନା ) -ରାଜ୍ୟର ଜଣେ ଖ୍ୟାତନାମା ସାମ୍ବାଦିକ , ଗ୍ରାମାଞ୍ଚଳର ସାମ୍ବାଦିକ ମାନଙ୍କପାଇଁ ଗଣମାଧ୍ୟମର ଗୁରୁତ୍ୱ ,ଦାୟୀତ୍ୱକୁ ବ୍ୟାପକ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଥିବା ବର୍ଷିୟାନ ସାମ୍ବାଦିକ ଗୋଲକ ସୁତାରଙ୍କ ର ପରଲୋକ ଘଟିଛି । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାନିଆଜପୁର ଗାଁ ରେ ଥିବା ତାଙ୍କ ପୈତୃକ ବାସଭବନରେ ମଙ୍ଗଳବାର ରାତି ଦୁଇଟା ରେ …

Read More »

ଆଜି କେନ୍ଦ୍ରାପଡ଼ା ଜିଲାରେ ୧୪୯ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା, ୨୮/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ୧୪୯ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଳି ବ୍ଲକ୍ ରେ ୫ ଜଣ, ଡ଼େରାବିଶ ବ୍ଲକ୍ ରେ ୧୭ ଜଣ, ଗରଦପୁର ବ୍ଲକ୍ ରେ ୧୧ ଜଣ,କେନ୍ଦ୍ରାପଡ଼ା ବ୍ଲକ୍ ରେ୪୦ ଜଣ, ମହାକାଳପଡ଼ା ବ୍ଲକ୍ ରେ ୧୦ ଜଣ,ମାର୍ଶାଘାଇ ବ୍ଲକ୍ ରେ ୧୪ …

Read More »

ଓଡ଼ିଶା ରେ ଆଉ ୧୭୦୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୬୯ ଜଣ ମୃତ

ଭୁବନେଶ୍ୱର,୨୮/୦୭/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୭୦୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮୮ଜଣ ସଙ୍ଗରୋଧ ରୁ ଚିହ୍ନଟ ହୋଇଥିବା ବେଳେ ୭୧୫ ଜଣ ସ୍ଥାନୀୟ ସଂକ୍ରମିତ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୯ଜଣ, ବାଲେଶ୍ୱର ଜିଲ୍ଲାରୁ ୮୮ଜଣ, ବରଗଡ଼ ଜିଲ୍ଲାରୁ ୬ଜଣ, ଭଦ୍ରକ ଜିଲ୍ଲାରୁ ୭୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ଜଣ, …

Read More »

ଦୁର୍ବଳ ନେଟ୍ – ୱାର୍କ ପାଇଁ ଅନ୍ଲାଇନ୍ କୋଭିଡ୍ ଟୀକା ସ୍ଳଟ ବୁକିଂରେ ସମସ୍ୟା – ସାଧାରଣରେ ଅସନ୍ତୋଷ

ପାରାଦ୍ୱୀପ,୨୮/୦୭/୨୦୨୧(ଓଡ଼ିଶା ସମାଚାର)-ସମ୍ପ୍ରତି ଦେଶରେ ଡିଜିଟାଲ ଆଧୁନିକତା ପଦ୍ଧତି କୁ ଗୁରୁତ୍ୱ ଦିଆଯାଉଥିବା ବେଳେ, ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ମୋବାଇଲ ନେଟ୍ – ୱାର୍କ ସେବା । କିନ୍ତୁ ବର୍ତମାନ କରୋନା ମହାମାରୀ ସମୟରେ ବିଭିନ୍ନ କମ୍ପାନୀର ଦୁର୍ବଳ ନେଟ୍-ୱାର୍କ ପାଇଁ ସାଧାରଣରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ନଜରକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତମାନ ଛାତ୍ରଛାତୀ ମାନେ ଅନଲାଇନ୍ ମାଧ୍ୟମରେ ଅଧ୍ୟୟନ ଓ …

Read More »

ବାବୁଲି ମହାରଣାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୫ଗିରଫ-

ଗୋଟିଏ ବନ୍ଧୁକ, ଗୋଟିଏ ମାରୁତି କାର, ଗୋଟିଏ ବୋଲେରୋ, ଗୋଟିଏ ଆପାଚି ବାଇକ, ଗୋଟିଏ ପଲସର ବାଇକ ସମେତ ୭ଟି ମୋବାଇଲ ଜବତ କେନ୍ଦ୍ରାପଡ଼ା,୨୮/୦୭/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଧର୍ମଜାଗରଣ ସେନାର ଯୁଗ୍ମ ସଂଯୋଜକ ତଥା ତିନିମୁହାଣି ବଜାର କମିଟିର ସଭାପତି ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । କୋର୍ଟରେ …

Read More »

ସୀତାସୁନ୍ଦରୀ ମଲ୍ଲିକ ହେଲେ ଜିଲ୍ଲା ମହିଳା ବିଜେଡିର ଉପସଭାପତି

କେନ୍ଦ୍ରାପଡ଼ା, ୨୮/୦୭/୨୦୨୧(ଓଡ଼ିଶା ସମାଚାର)- କୁତରଙ୍ଗ ପଂଚାୟତର ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କୁ କେନ୍ଦ୍ରାପଡା ଜିଲ୍ଲା ମହିଳା ବିଜେଡିର ଉପସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଶ୍ରୀମତୀ ମଲ୍ଲିକ ଏହି ନିଯୁକ୍ତି ପାଇଁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି । ଏହି ନିଯୁକ୍ତି ନେଇ ଶ୍ରୀମତୀ ମଲ୍ଲିକଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିବାରେ ଲିଗିଛି । ଓଡ଼ିଶା ସମାଚାର

Read More »