Sunday , October 1 2023

Blog Layout

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨ ହଜାର ଲିଟର ମହୁଲ ପୋଚ ନଷ୍ଟ, ୨୫୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

 ଭୁବନ, ୦୭/୦୯/୨୦୨୩ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ସମ୍ପର୍କରେ ଖବର ପାଇ ଭୁବନ ଅବକାରୀ ବିଭାଗ ତରଫରୁ ଆଜି ଅଚାନକ ଚଢ଼ାଉ କରାଯାଇ ୨ ହଜାର ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିଲା ଓ ୨୫୦ ଲିଟର ଦେଶୀ ମଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଥିଲା । ଏହି ଘଟଣାରେ ଏକତାଳି ଗ୍ରାମର ରଘୁନାଥ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀ …

Read More »

ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଗଣଧାରଣା ତୃତୀୟ ଦିନରେ

ପ୍ରଶାସନ ପ୍ରତିଶୃତି ରକ୍ଷା କଲାନି ଆନ୍ଦୋଳନ ଚାଲୁ ରହିବ କେନ୍ଦ୍ରାପଡ଼ା, ୦୭/୦୯/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାକୁ ଲାଗିଛି । ଜିଲାରେ ସ୍ୱାସ୍ଥ୍ୟସେବାରେ ସୁଧାର ପାଇଁ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ବର୍ଷବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଚାଲି ଆସିଥିବା ଆନ୍ଦୋଳନ ଏବେ ତୀବ୍ରତର ହେବାକୁ ବସିଛି । ଜିଲା ପ୍ରଶାସନର ସମସ୍ତ ବାରଣ ସତ୍ୱେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ସମ୍ମୁଖରେ …

Read More »

 ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାବିଂଶ ପୂଣ୍ୟତିଥି

କେନ୍ଦ୍ରାପଡ଼ା, ୦୭/୦୯/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବାଲିଆ ଠାରେ ଗଢି ଉଠିଥିବା ଲାୟନ ଦୟାନନ୍ଦ ସେବାଶ୍ରମରେ ସ୍ୱାମୀ ସ୍ୱର୍ଗତ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ପୂଣ୍ୟତିଥି ଏବଂ ଆର୍ଯ୍ୟସମାଜର ଜିଲା ସ୍ତରୀୟ ରକ୍ଷା ବନ୍ଧନ ଠାରୁ ୭ଦିନ ଧରି ଚାଲିଥିବା ଉତ୍ସବର ସମାପନ ହୋଇଯାଇଛି । ସେବାଶ୍ରମର ମୁଖ୍ୟ ମଦନମୋହନ ଆର୍ଯ୍ୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବେଦଦ୍ୱନୀ, ହୋମଯଜ୍ଞ ମଧ୍ୟରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ସ୍ମୃତି ସଭାରେ ସମାଜସେବୀ ଇଂ ମୂରଲୀଧର …

Read More »

ତରାପୁର ମା’ ଶାରଳାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୦୭/୦୯/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁରସ୍ଥିତ ମା’ ଶାରଳାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜନ୍ମେଜୟ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ଦୁର୍ଗାପୂଜାରେ ମା’ ଶାରଳାଙ୍କ ପୀଠରେ ଦୈନଦିନ କାର୍ଯ୍ୟକ୍ରମ ପାଇଁ ଏକ କମିଟି ଗଠନ କରାଯାଇଥିଲା । ଆସନ୍ତା ମୂଳା ଅଷ୍ଟମୀ ଠାରୁ ମା’ଙ୍କର ଶୋଡଷ ଉପଚାର ସହିତ ଦଶହରା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବାକୁ ଏହି କମିଟି ଦାଇତ୍ୱରେ …

Read More »

ଆଧୁନିକ ଓଡିଶାର ନିର୍ମାତା ବସନ୍ତ ବିଶ୍ୱାଳଙ୍କ ୨୦ତମ ଶ୍ରାଦ୍ଧୋତ୍ସବ

କେନ୍ଦ୍ରାପଡ଼ା, ୦୭/୦୯/୨୦୨୩ (ଓଡ଼ିଶା ସମାଚାର)- ଓଡିଶାର ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ୨୦ତମ ଶ୍ରାଦ୍ଧୋତ୍ସବ ବସନ୍ତ କୁମାର ବିଶ୍ୱାଳ ସ୍ମୃତି କମିଟି ଆନୁକୁଲ୍ୟରେ ପ୍ରାକ୍ତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତୁ୍ୟସରେ ସହରର ନୂଆ ବସ୍ଷ୍ଟାଣ୍ଡ ନିକଟସ୍ଥ ଶନି ଘାଟଠାରେ ତିଳତର୍ପଣ ପୂର୍ବକ ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ମୃତି କମିଟିର ସଭାପତି ଫକୀର ଚରଣ ଖଟୁଆଙ୍କ ସଭାପତିତ୍ୱରେ ଏବଂ ମୁଖ୍ୟ ଉପଦେଷ୍ଟା ଉମାକାନ୍ତ …

Read More »

ରାଷ୍ଟ୍ରୀୟ ଲୋକ ଅଦାଲତ  ସେପ୍ଟେମ୍ବର ୯ ରେ

ବାଲିଗୁଡା, ୦୭/୦୯/୨୦୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ୯ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧିନ ମକଦ୍ଦମା ଯଥା ଫୌଜଦାରୀ( ସାଲିସ୍ ଯୋଗ୍ୟ), ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ଶ୍ରମ ଓ ନିଯୁକ୍ତି …

Read More »

ଗୋପାଳ ସମାଜ ତରଫରୁ ନନ୍ଦୋତ୍ସବ ପାଳନ

ଭୁବନ ୦୭/୦୯/୨୦୨୩ (ଓଡ଼ିଶା ସମାଚାର)-ପରମ୍ପରା ବିଧି ଅନୁସାରେ ଜନ୍ମାଷ୍ଟମୀ ବାସି (ପରଦିନ )ଗୋପାଳ ମାନେ କୃଷ୍ଣ ଭଗବାନଙ୍କ ଆଗମନର ଖୁସିରେ ବିଭୋର ହୋଇ ନନ୍ଦୋତ୍ସବ ପାଳନ କରିଥାଆନ୍ତି । ସମଗ୍ର ଭାରତରେ ଏହି ପର୍ବ ଧୁମଧାମରେ ପାଳନ କରାଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭୁବନ ରେ ଗୋପାଳ ସମାଜ ତରଫରୁ ଯୁବ ଯାଦବ ସଙ୍ଗଠନ ସହଯୋଗ ରେ ନନ୍ଦୋତ୍ସବ ପାଳନ କରାଯାଇଛି । ଏହି ଅବସରରେ ଗୋପାଳ ସମାଜ ର ବାଳକମାନେ ସୁନ୍ଦର ଲଉଡ଼ି ଖେଳ ପ୍ରଦର୍ଶନ କରିଥିବା ବେଳେ କୀର୍ତ୍ତନ ବାଦ୍ୟ ଓ …

Read More »

ବିଦ୍ୟାଳୟ କାର୍ଯ୍ୟ ସରିବାର ଦୀର୍ଘ ଦିନ ପରେ ମଧ୍ୟ ବିଲ୍ ନ ମିଳିବାରୁ ସ୍କୁଲ ଫାଟକରେ ତାଲା ପକାଇଲେ ଠିକାଦାର, ବାହାରେ ପଢିଲେ ପିଲା

ବାଲିଗୁଡା ୦୭/୦୯/୨୦୨୩: (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ପକାରୀରେ ୫-ଟି ଯୋଜନାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାମ କରି ଦୀର୍ଘ ଦିନ ପରେ ବି ଠିକାଦାରଙ୍କୁ ବିଲ୍ ହୋଇପାରିଲା ନାହିଁ । ଏ ନେଇ ଠିକାଦାର ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ଠିକାଦାର ସ୍କୁଲ ଫାଟକରେ ତାଲା ପକାଇ ଦେଇଛନ୍ତି।  ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟ କୁ ଠିକାଦାର …

Read More »

ପୋଲରୁ ଖସି ଖଡ଼ଗ ନଦୀ ଗର୍ଭରେ ବ୍ୟକ୍ତି ନିଖୋଜ

ବାଲିଗୁଡା, ୦୭/୦୯/୨୦୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ପୋଲରୁ ନଦୀ ଗର୍ଭରେ ପଡ଼ି ବ୍ୟକ୍ତି ନିଖୋଜ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରେ । ନିଖୋଜ ବ୍ୟକ୍ତି କର୍ଣ୍ଣିବେଡ଼ା ଗ୍ରାମର ଚୈତନ୍ୟ ନାୟକ (ହଜୁ)ବୟସ ୪୮ ହୋଇଥିବା ସୂଚନା । ଘଟଣା ପ୍ରକାରେ ଚୈତନ୍ୟ ଜନ୍ମାଷ୍ଟମୀ ଅବସରରେ ନିଜ ଶ୍ବଶୁର ଘର ମୁଠାବାଲି ଗ୍ରାମକୁ ବୁଲିବାକୁ ଆସିଥିଲେ । ଗୁରୁବାର ଦିନ ସକାଳେ ନିଜ ଗ୍ରାମକୁ ଫେରିବା ସମୟରେ ନିଶାସକ୍ତ ଅବସ୍ଥାରେ ମୁଠାବାଲି ଗ୍ରାମ ନିକଟସ୍ଥ …

Read More »

ଗ୍ରାମବାସୀ ପାଳିଲେ  ଜାତୀୟ କବି ବାଞ୍ଛାନିଧି ଦାସଙ୍କ ଜନ୍ମ ଶତବାର୍ଷିକୀ  

  ( ଏମ୍ ଡି ଆର  ଠାରୁ ସାରଙ୍ଗପୁର ପର୍ଯ୍ୟନ୍ତ ରାସ୍ତାକୁ ଜାତୀୟ କବି ବାଞ୍ଛାନିଧି ଦାସ ମାର୍ଗ କରିବାକୁ ପ୍ରଶାସନ ପାଖରେ ଦାବି କଲେ ଗ୍ରାମବାସୀ ) ଯାଜପୁର , ୦୭/୦୯/୨୦୨୩ (ଓଡ଼ିଶା ସମାଚାର /ସୁରେଶ କର ) :- ଜାତୀୟ  କବି ଏବଂ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ ବାଞ୍ଛାନିଧି ଦାସଙ୍କ ଜନ୍ମ ଶତବାର୍ଷିକୀ  ଆଜି ରାଜୀବ ଗାନ୍ଧୀ ସେବାକେନ୍ଦ୍ର ବାଇଁଶୀରିଆ ଠାରେ  ଜାତୀୟ କବି ବାଞ୍ଛାନିଧି ଦାସ ଜନ୍ମ ଶତବାର୍ଷିକୀ  କମିଟି ଓ ପଂଚାୟତ ବାସୀଙ୍କ ପକ୍ଷରୁ ଆୟୋଜିତ କବି ବାଞ୍ଛାନିଧି …

Read More »