Friday , June 9 2023

Blog Layout

ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୩ ଜଣଙ୍କୁ ଗିରଫ  କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ 

ଭୁବନେଶ୍ୱର,୧୪/୦୫/୨୦୨୩ (ଓଡ଼ିଶା ସମାଚାର)-ଓଡ଼ିଶାରେ କିଣା ହେଉଥିଲା ସିମ୍‌, ଆଉ  ପାକିସ୍ତାନକୁ ଦିଆଯାଉଥିଲା ଓଟିପି। ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୩ ଜଣଙ୍କୁ ଗିରଫ  କରିଛି। ନୟାଗଡ଼ ଜିଲ୍ଲାରୁ ୨ ଜଣ ଓ ଯାଜପୁରରୁ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୩ ଅଭିଯୁକ୍ତ ହେଲେ ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ସୌମ୍ୟ ପଟ୍ଟନାୟକ। ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କା ଜଣେ ଆଇଟିଆଇ ଶିକ୍ଷକ। ଅଭିଯୁକ୍ତମାନେ ଜାଲିଆତି କରି ଅନ୍ୟ ନାଁରେ ସିମ୍ କାର୍ଡ ହାତଉଥିଲେ। ଓଟିପି ସେୟାର କରି ପାକ୍‌ରେ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲା ଯାଉଥିଲା। ଦେଶ ବିରୋଧୀ …

Read More »

ଡା. ଅନ୍ନପୂର୍ଣ୍ଣା ଦେବୀ ଙ୍କ  ପରଲୋକ

କଟକ, ୧୪/୦୫/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶାର ପ୍ରଥମ ମହିଳା ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଅନ୍ନପୂର୍ଣ୍ଣା ଦେବୀ (୭୭)ଙ୍କ ହୃଦ୍‌ଘାତରେ କେଶରପୁରସ୍ଥିତ ବାସଭବନରେ ଶନିବାର ପରଲୋକ ଘଟିଛି। ଖବରପାଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଠଗଡ଼ ପତଣ୍ଡା ନିବାସୀ କବିରାଜ ଶିକ୍ଷକ ଗୋକୁଳାନନ୍ଦ ଦାଶଙ୍କ କନ୍ୟା ଅନ୍ନପୂର୍ଣ୍ଣା ଦେବୀ ୧୯୪୬ ଫେବୃଆରୀ ୧୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୧୦ ବର୍ଷ ହୋଇଥିଲା ବେଳେ ତାଙ୍କ ମାତାଙ୍କ ବିୟୋଗ ଘଟିଥିଲା। ପିଲାବେଳୁ ମେଧାବୀ ଅନ୍ନପୂର୍ଣ୍ଣା ଦେବୀ ଗାଁ …

Read More »

୧୦କୋଟି ଟଙ୍କା ର ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ

ବୌଦ୍ଧ,୧୪/୦୫/୨୦୨୩ (ଓଡ଼ିଶା ସମାଚାର)- ବଘିଆପଡା ଫାଣ୍ଡି ଡଙ୍କଣି ଜଙ୍ଗଲରେ ଚାଲାଣ ପାଇଁ ଗଛିତ ରଖାଯାଇଥିବା ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ କରିଛି ବୌଦ୍ଧ ପୋଲିସ । ସୂଚନା ଅନୁଯାୟୀ ଡଙ୍କଣି ଜଙ୍ଗଲରେ ବ୍ୟାପକ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ଥାନା ପକ୍ଷରୁ ଜଙ୍ଗଲରେ ଚଢାଉ କରାଯାଇଥିଲା ।ଚଢ଼ାଉବେଳେ ୨୮କୁଇଂଟାଲ ଗଞ୍ଜେଇ ସହ ଏକ ଦେଶୀ ବନ୍ଧୁକ ପୋଲିସ ଜବତ କରିଥିଲା । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୦କୋଟି ଟଙ୍କା ହେବ । ଏହାରି ଭିତରେ …

Read More »

ସମ୍ବଲପୁର ଟ୍ରିପିଲ ମର୍ଡ଼ର ର କାରଣ ଏବେ ବି ଅସ୍ପଷ୍ଟ

ସମ୍ବଲପୁର ,୧୪/୦୫/୨୦୨୩ (ଓଡ଼ିଶା ସମାଚାର)- ସମ୍ବଲପୁର ଧନୁପାଲି ସୁନାପାଲି ଅଞ୍ଚଳରେ ଗତକାଲି ଏକ ବନ୍ଦ ଘର ମଧ୍ୟରୁ ମା ଓ ୨ ଶିଶୁଙ୍କ ମୃତ ଦେହ ଉଦ୍ଧାର ଘଟଣା ଏବେ ବି କାରଣ ଅସ୍ପଷ୍ଟ ରହିଛି । ମା’ ସହ ୨ ଶିଶୁଙ୍କୁ କିଏ ଓ କାହିଁକି ହତ୍ୟା କଲା ? ଗତକାଲି ସେହି ଘରକୁ ସିଲ କରାଯାଇଥିଲା । ଆଜି ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ମଧ୍ୟରୁ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ …

Read More »

ଜେଲ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା

 ଭୁବନେଶ୍ୱର, ୧୪/୦୫/୨୦୨୩ (ଓଡ଼ିଶା ସମାଚାର)- ଗ୍ୟାଙ୍ଗଷ୍ଟର ରହୁଥିବା ଜେଲର ବଢିବ ସୁରକ୍ଷା ବ୍ୟବସ୍ଥା । ଜେଲ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । ନିଶାଦ୍ରବ୍ୟ, ମୋବାଇଲ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡରେ ଜେଲ ବିଭାଗ। ଜେଲ ଆଧୁନିକୀକରଣ ଯୋଜନାରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଜେଲ ଡିଜି ମନୋଜ ଛାବ୍ରା। ସେ କହିଛନ୍ତି, ଜେଲରେ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା। ଝାରପଡ଼ା ଓ ଚୌଦ୍ୱାର ପରେ ଆଉ ୭ ଟି ଜେଲକୁ ମିଳିବ ବଡି କ୍ୟାମେରା। ପ୍ରଥମ …

Read More »

ସମ୍ବଲପୁର ସର୍କଲ ଜେଲରେ କଏଦୀ ଙ୍କ ଆତ୍ମହତ୍ୟା

ସମ୍ବଲପୁର,୧୪/୦୫/୨୦୨୩ (ଓଡ଼ିଶା ସମାଚାର)- ସମ୍ବଲପୁର ସର୍କଲ ଜେଲରେ ଜଣେ କଏଦୀ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତକ ହେଉଛନ୍ତି ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ(୩୫)। ସେ ଗତକାଲି ଏକ ପାରିବାରିକ କଳହ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ସମ୍ବଲପୁର ସର୍କଲ ଜେଲକୁ ଆସିଥିଲେ। ଆଜି ବଢ଼ି ଭୋର ସମୟରେ ସେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାଯାଇଛି। ଏ ସଂପର୍କରେ ଜାଣିବା ପରେ ଜେଲ କର୍ତ୍ତୃପକ୍ଷ ଧରଣୀଧର ଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। …

Read More »

ଦୁର୍ବୃତଙ୍କ ଗୁଳି ମାଡ଼ରେ ସ୍ୱେଛେସେବୀ ସଂଗଠନର ନିର୍ଦ୍ଧେଶକ ଙ୍କ ମୃତ୍ୟୁ

ଗୁଣୁପୁର,୧୩/୦୫/୨୦୨୩ (ଓଡ଼ିଶା ସମାଚାର)- ଦୁର୍ବୃତଙ୍କ ଗୁଳି ମାଡ଼ରେ ଜଣେ ସ୍ୱେଛାସେବୀ ସଂଗଠନର ନିର୍ଦ୍ଧେଶଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଆଶା‌ ସ୍ୱେଛାସେବୀ ଅନୁଷ୍ଠାନର‌‌ ନିର୍ଦ୍ଦେଶକ ସମାଜସେବୀ   ଗୌରୀ ମିଶ୍ର । ବଂଶଧାରା ନଦୀ ପୋଲ ରେ ଦୁର୍ବୃତ ଗୁଳିମାଡ଼ କରିଥିଲେ । ପୋଲିସ ର ତଦନ୍ତ ଜାରି ।

Read More »

ଚନ୍ଦନ ଯାତ୍ରା ଉଦଯାପନୀ ଉତ୍ସବ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ

ଖୋର୍ଦ୍ଧା,୧୩/୫/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)-ଖୋର୍ଦ୍ଧା ଜିଲ୍ଲା ର ନିରାକାରପୁର ସ୍ଥିତ ଅଗ୍ରଣୀ ପ୍ରାଚୀନ ଧର୍ମାନୁଷ୍ଠାନ ଶ୍ରୀରାମ ଦୟା ପରିଷଦ ପକ୍ଷରୁ ଆୟୋଜିତ ଚନ୍ଦନ ଯାତ୍ରା ର ଉଦଯାପନୀ ମହା ସମାରୋହରେ ହୋଇ ଯାଇଅଛି।ଅକ୍ଷୟ ତ୍ରୁତୀୟା ଠାରୁ ଆରମ୍ଭ ଏହି ଚନ୍ଦନ ଯାତ୍ରା ର ଆଜି ପବିତ୍ର ଭଉଁରୀ ରେ ଉଦଯାପନ ଦିବସ ଥିଲା। ଏହି ଉଦଯାପନୀ ଦିବସରେ ପରିଷଦର ସଭାପତି ଡ ମ୍ରୁତ୍ୟୁଞ୍ଜୟ ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ମୁଖ୍ୟ ବକ୍ତା ଭାବେ …

Read More »

ବନ୍ଦ ଘର ମଧ୍ୟରୁ ମା’ ଓ ତାଙ୍କର ଶିଶୁ ପୁଅ ଓ ଝିଅ ଙ୍କ ମୃତ ଦେହ ଉଦ୍ଧାର

ସମ୍ବଲପୁର, ୧୩/୦୫/୨୦୨୩ (ଓଡ଼ିଶା ସମାଚାର)- ସମ୍ବଲପୁର ଧନୁପାଲୀ ଥାନା ଅନ୍ତର୍ଗତ ସୁନାପାଲୀ ଅଂଚଳର ଏକ ବନ୍ଦ୍ ଘର ମଧ୍ୟରୁ ୩ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ମାନଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ଶିଶୁ । ଦୁଇ ଶିଶୁ ଙ୍କ ମଧ୍ୟରେ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ । ମୃତକମାନେ ହେଉଛନ୍ତି ମା ସଜିଆ ପରବୀନ (୩୨), ପୁଅ ଅବଦୁଲ ରେହମାନ (୧୦) ଓ ଝିଅ ହୁମାଇରା ତାଇବା (୮)। ମୃତକମାନେ ମା’ ଓ …

Read More »

ଓଡିଶାରେ ୫ଟି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଖୋଲିଲା

ରାଜ୍ୟରେ ଏଭଳି ଏକାଧିକ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ସ୍ଥାପିତ ହେବା ଦେଶରେ ପ୍ରଥମ କଟକ ୧୩/୦୫/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟରେ ୫ଟି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଖୋଲିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଶନିବାର ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନ କରିଛନ୍ତି । କଟକ ବ୍ୟତୀତ ଏଣିକି ଅନୁଗୋଳ, ବାଲେଶ୍ବର, ବ୍ରହ୍ମପୁର, କୋରାପୁଟର ଜୟପୁର ଏବଂ ସମ୍ବଲପୁରରେ  ଜୁଡିସିଆଲ ଏକାଡେମୀ ସ୍ଥାପିତ ହେଲା । କୌଣସି ରାଜ୍ୟରେ ଏଭଳି ଏକାଧିକ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ସ୍ଥାପିତ ହେବା ଦେଶରେ ପ୍ରଥମ ।ଏହି ଏକାଡେମୀ …

Read More »