Thursday , March 30 2023
Breaking News

Blog Layout

ଅପ୍ରେଲ୍ ୧୫ରେ ଆଦିତ୍ୟ ଆଲୁମିନା ହିଣ୍ଡାଲକୋ ଶିଳ୍ପର ଶୁଭ ଉଦଘାଟନ

ଭୁବନେଶ୍ୱର, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)- ଆଜି ଓଡ଼ିଶା ଶିଳ୍ପ ଜଗତରେ ପୁଣି ଏକ ନୂଆ ଆଶା ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଥିବାର ଜଣାପଡିଛି । ଆସନ୍ତା ୧୫ ତାରିଖରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଓ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କଂସାରୀଗୁଡାଠାରେ ପ୍ରସ୍ତାବିତ ଆଦିତ୍ୟ ଆଲୁମିନା ହିଣ୍ଡାଲକୋ ଶିଳ୍ପ ପ୍ରତିଷ୍ଠା ଉପଲକ୍ଷେ ତା’ର ଭିତିପ୍ରସ୍ତର ସ୍ଥାପନ ହେବା ସହ ଶୁଭ ଉଦଘାଟନ ପାଇଁ ସରକାରୀ ସ୍ତରରେ ନିଷ୍ପତିି ନିଆଯାଇଛି । ଆଜି ରାଜ୍ୟ ସଚିବାଳୟରେ ଆଦିତ୍ୟ ଆଲୁମିନା ହିଣ୍ଡାଲ ୍କୋ …

Read More »

ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ନରଣଗଡ ସହିତ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ଆଲୋଚନା

ନିରାକାରପୁର, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନରଣଗଡ ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ତରଫରୁ ନିଜର ଜାଗାର ସ୍ଥାୟୀ ପଟ୍ଟା ପାଇଁ ୧୩ ଦିନ ହେବ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବାବେଳେ ଆଜି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ଡାକରାରେ ତାଙ୍କ ସହ ଏକ ସକାରାତ୍ମକ ଆଲୋଚନା ହୋଇଥିବା ଜଣାପଡିଛି। ନରଣଗଡ, ଧଉଳିମୁଂହ୍, ନିଜିଗଡ ତାପଙ୍ଗ ପଞ୍ଚାୟତର ୧୫ ରାଜସ୍ବ ଗ୍ରାମର ପ୍ରତିନିଧି ମାନେ ୧୩ ଦିନ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦୀର୍ଘ ୬୦ …

Read More »

କେନ୍ଦ୍ରାପଡା ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗର ଜାତୀୟ ଆଲୋଚନାଚକ୍ର ଉଦଯାପିତ

କେନ୍ଦ୍ରାପଡ଼ା, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ୨୦୦୦ ପରବର୍ତୀ ଓଡିଆ ସାହିତ୍ୟ: ଦିଶା ଓ ଦୃଷ୍ଟି ଶିର୍ଷକ ଏକ ଦ୍ୱିଦିବସୀୟ ଆଲୋଚନାଚକ୍ର ସୋମବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ବାଉରୀବନ୍ଧୁ ସାହୁ ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଯୋଗଦେଇଥିଲେ । ଏହି ଉପଲକ୍ଷେ …

Read More »

ସାଲେପୁର ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆବିଭାଗ ପୁରାତନ ଛାତ୍ର ଛାତ୍ରୀ ଙ୍କ ସମାବେଶ

ସାଲେପୁର,୨୭/୦୩/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପୁରାତନଛାତ୍ର ଛାତ୍ରୀ ଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଡ଼. ସୁଷମାରାଣୀ କର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶ ରେ ଅବସର ପ୍ରାପ୍ତ ଓଡ଼ିଆ ଅଧ୍ୟାପକ ଡ଼. ପ୍ରଭାତ କିଶୋର ନାୟକ,ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ଡ଼. ପ୍ରସନ୍ନ କୁମାର ମହାପାତ୍ର, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ତୁଷାର ମହାନ୍ତି,ପଲ୍ଲୀସାହି ମହିଳା ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପିକା ପୁଷ୍ପାଞ୍ଜଳି ଶତପଥୀ, …

Read More »

ମା ଉଗ୍ରତରାଙ୍କ ଶକ୍ତିପୀଠରେ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତି

ନିରାକାରପୁର, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ଭୁଷଣ୍ଡପୁର ମୂଳିଗଡଝର ଠାରେ ଥିବା ପ୍ରସିଦ୍ଧ ମା ଉଗ୍ରତାରା ଙ୍କ ପୀଠ ରେ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତି ଆଜି ବଡ଼ ଆନନ୍ଦ ଉଲ୍ଲାସ ଆଡମ୍ବର ପୂର୍ଣ୍ଣ ଭାବେ ଶେଷ ହୋଇଛି। ଉଗ୍ରତାରା ଯଜ୍ଞ କମିଟି ଦ୍ଵାରା ଗତ ୧୭ ତାରିଖରୁ ଉଗ୍ରତରାଙ୍କ ପୀଠ ରେ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ଦଶ ଦିନ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୈନଦିନ ହୋମ , ଯଜ୍ଞ,ସୂର୍ଯ୍ୟ ପୂଜା,ନାମ ସଙ୍କୀର୍ତ୍ତନ …

Read More »

ବୁଦ୍ଧେଶ୍ୱର ପାର୍କ ସକାଶେ ଜମି ଅଧିଗ୍ରହଣ

ଭୁବନ ୨୭/୦୩/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦରେ ଏକ ବୃହତ ପାର୍କ ନିର୍ମାଣ ସକାଶେ ରାଜ୍ୟ ସରକାର ୭୫ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ସଠିକ ସ୍ଥାନ ନିରୁପଣ ଓ ଜବରଦଖଲ ଉଚ୍ଛେଦ ହୋଇ ନପାରିବା କାରଣରୁ ଅନୁଦାନ ଫେରିଯିବାକୁ ବସିଥିଲା । ସମସ୍ୟାକୁ ଅନୁଭବ କରି ଓ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଏହି ଘଟଣା ସଂପର୍କରେ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କ …

Read More »

ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆସନ୍ତା ଅପ୍ରେଲ ୫ରୁ

କେନ୍ଦ୍ରାପଡ଼ା,୨୭/୦୩/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ଶ୍ରମ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କ ପ୍ରତି ଶ୍ରମ କାର୍ଯ୍ୟାଳୟ ପକ୍ଷରୁ କରାଯାଉଥିବା ଅନ୍ୟାୟ ପ୍ରତିବାଦରେ ଶ୍ରମିକ ସଂଗଠନ ସମନ୍ୱୟ ସମିତି ପକ୍ଷରୁ ଆସନ୍ତା ଅପ୍ରେଲ ମାସ ୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ କରାଯିବ ବୋଲି ଜିଲା ଶ୍ରମ ଅଧିକାରୀଙ୍କୁ ନୋଟିସ୍ ପ୍ରଦାନ କରାଯାଇଛି । ସେହି ନୋଟିସ୍ରେ ଉଲ୍ଲେଖ ରହିଛି ଯେ ଜିଲାରେ ନିର୍ମାଣ ଶ୍ରମିକ କ୍ଷେତ୍ରରେ କାମ କରୁଥିବା ମହିଳା ଶ୍ରମିକମାନେ ପଞ୍ଜିକୃତ ହେବା ପାଇଁ ଜିଲା ଶ୍ରମ …

Read More »

ରେଳ ଧାରଣାରେ ଅଜଣା ମୃତ ଦେହ ଉଦ୍ଧାର

ନିରାକାରପୁର, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ରେଳ ମଣ୍ଡଳ ନିରାକାରପୁର ରେଳବାଇ ଫାଣ୍ଡି ଅଧିନ ମୁକ୍ତେଶ୍ଵର ରେଳ ଷ୍ଟେସନ ଅନତି ଦୂରରେ ରେଳ ଧାରଣା ପାର୍ଶ୍ୱରେ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଛି। ମୃତକ ନୀଳ ରଙ୍ଗର ଜିନ ପ୍ୟାଣ୍ଟ ଓ ଧଳା ରଙ୍ଗର ଚେକ ଶାର୍ଟ ପିନ୍ଧିଛନ୍ତି । ମୃତ୍ୟୁର କାରଣ ଜଣା ପଡ଼ିନାହିଁ ।  

Read More »

ଏକାମ୍ର ସଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ୨୯ରୁ, ଯୋଗଦେବେ ୭ଶହ କଳାକାର

ଭୁବନେଶ୍ୱର,୨୭/୦୩/୨୦୨୩ (ଓଡ଼ିଶା ସମାଚାର)- ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ । ୬ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ୫ଶହ କଳାକାର ବିଭିନ୍ନ ପ୍ରାନ୍ତରୁ ଆସି ନୃତ୍ୟ ପରିବେଷଣ କରିବେ । ଓଡ଼ିଶାର କଳା ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଓ ରଥଯାତ୍ରା ପାଇଁ ଆସୁଥିବା ଅଗଣିତ ଭକ୍ତ ଓ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହି କାର୍ଯ୍ୟକ୍ରମ କରାଯିବ । ଅନୁଷ୍ଠାନର ଅସ୍ଥାୟୀ ଲିଙ୍ଗରାଜ ଲାଇବ୍ରେରୀ ହଲ୍ …

Read More »

ଡଃ ଶ୍ରୀକାନ୍ତ ମିଶ୍ରଙ୍କ କେହି ନୁହେଁ କିଛି ନୁହେଁ ଉପନ୍ୟାସ ଉନ୍ମୋଚିତ

ଭୁବନେଶ୍ୱର, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)-ସୁଭଦ୍ରା ଯୋଗମାୟା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ହୋଟେଲ ସ୍ୱସ୍ତି ପି୍ରମିୟମ ଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମାଜ ସେବୀ ତଥା ବୁଦ୍ଧିଜୀବୀ ଡଃ ଶ୍ରୀକାନ୍ତ ମିଶ୍ରଙ୍କ ଉପନ୍ୟାସ ‘କେହି ନୁହେଁ କିଛି ନୁହେଁ’ ପୁସ୍ତକକୁ ଲୋକାର୍ପଣ କରି କହିଲେ ଯେ, ଉପନ୍ୟାସନରେ ଅନେକ ସମୟରେ ସମାଜ ର ସମସାମୟିକ ଅବସ୍ଥା ଓ ବ୍ୟକ୍ତିର ଜୀବନ ଚରିତ୍ରର ପରିପ୍ରକାଶ ଘଟିଥାଏ । ଲେଖକ ନିଜର ବ୍ୟକ୍ତିଗତ ଜୀବନ ସହବର୍ତମାନ ସମୟର ରାଜନୀତିକୁ …

Read More »