ଜଗତପୁର (କଟକ )୨୮/୦୩/୨୦୨୩(ଓଡିଶା ସମାଚାର/ ଅଭୟ ଜେନା )- ଏଥର ନଜର ଆସିବେ ଓଡ଼ିଆ ରେ ଆଇପିଏଲ ଆଙ୍କରିଂ । ପ୍ୟାନେଲ ରେ ରହିବେ ଓଡ଼ିଆ ଗେଷ୍ଟ । ଓଡ଼ିଆ ଭାଷା ରେ ଆଇପିଏଲର ମଜା ଉଠାଇବେ ଦର୍ଶକ। ଆସନ୍ତା ୩୧ ତାରିଖ ରୁ ଆରମ୍ଭ ହେବ ୧୬ ତମ ଆଇପିଏଲ ମହାସମର। ୧୦ ଟି ଟିମ ହେବେ ମୁହାଁମୁହିଁ । ପ୍ରଥମ ମ୍ୟାଚ ରେ ଗୁଜୁରାଟ କୁ ଭେଟିବ ଚେନାଇ ସୁପରକିଙ୍ଗ। ପ୍ରଥମ ଥର ପାଇଁ ଓଡ଼ିଆ ରେ ପ୍ରସାରିତ ହେବ …
Read More »Blog Layout
ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥ ଯାତ୍ରା ପାଇଁ ରଥ ପ୍ରସ୍ତୁତ,ପୁରୀରୁ ଆସି ପହଁଚିଲା ଅଜ୍ଞାମାଳ
ଶୀ୍ନିରାକାରପୁର, ୨୮/୦୩/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତସ୍ଥିତ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ବିଜୟା ରଥ ଯାତ୍ରା ପାଇଁ ରଥ ଖଳାରେ ମହାରଣାଙ୍କ ଦ୍ୱାରା ଚାଲିଥିବା ରଥ କାର୍ଯ୍ୟ ଶେଷ ହେବା ସହିତ ରଂଗ ମରା ଶେଷ ହୋଇ ରଥରେ କନା ଲଗାଇବା କାର୍ଯ୍ୟ ଚାଲିଛି ।ତେବେ ରଥକାର୍ଯ୍ୟ ଚୁଡାନ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଯାଇଛି । ଯେହେତୁ ଶ୍ରୀ ଜୀଉଙ୍କ ରଥ ଯାତ୍ରା ପୁରୀ ଶ୍ରୀ ଜଗନ୍ନାଥଙ୍କ ସହିତ ଅନୁବନ୍ଧିତ ତେଣୁ ପରମ୍ପରା ଅନୁଯାୟୀ ର ଜୀଉଙ୍କ ପାଖରୁ …
Read More »ସଦରଥାନା ପୋଲିସର ଉଦାସୀନତା ବିରୁଦ୍ଧରେ ଏସପିଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା,୨୮/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ପୋଲିସର ଉଦାସୀନତା ବିରୁଦ୍ଧରେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । ଖବର ଅନୁଯାୟୀ ସଦର ଥାନା ଅନ୍ତର୍ଗତ ହରିଡାଦଣ୍ଡା ଗ୍ରାମର ପ୍ରଫୁଲ୍ଲ ବାରିକ ଚଳିତମାସ ୫ତାରିଖରେ ସଦର ଥାନାରେ ଅଭିଯୋଗ କରିଥିଲେ ଯେ ସେହି ଗ୍ରାମର ପ୍ରସନ୍ନ ବାରିକ ଓ ତାଙ୍କ ପତ୍ନୀ କାଂଚନବାଳା ବାରିକ ତାଙ୍କ ବାଡିରେ ଥିବା ବାଉଁଶ ବୁଦାରୁ ବାଉଁଶ କାଟୁଥିବା ବେଳେ ପ୍ରଫୁଲ୍ଲ ଏବଂ ତାଙ୍କ ପତ୍ନୀ ବାରିକୁ ଯାଇ ଏଭଳି ବେଆଇନ ଘଟଣାର ବାରଣ କରନ୍ତେ ସେମାନେ …
Read More »ପୁରୀ-ଗୁଣୁପୁର ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍ଚ୍ୟୁତ
ପୁରୀ, ୨୮/୦୩/୨୦୨୩ (ଓଡ଼ିଶା ସମାଚାର)- ପୁରୀ ରେଳ ଷ୍ଟେସନ୍ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଟ୍ରେନ୍ଟି ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍ଚ୍ୟୁତ ହୋଇଥିବା ଜଣାଯାଇଛି। ଟ୍ରେନ୍ର ୨ଟି ବଗି ଟ୍ରେନ୍ଲାଇନ୍ରୁ ଖସିପଡ଼ିଛି। ତେବେ ଏହି ଏଘଟଣ ସମୟରେ କୌଣସି ଯାତ୍ରୀ ନଥିଲେ। ତେଣୁ ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ପୁରୀ-ଗୁଣୁପୁର ଏକ୍ସପ୍ରେସ୍ ଟ୍ରେନ୍ ଲାଇନ୍ଚ୍ୟୁତ ହେବା ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କ ସମେତ ଟେକ୍ନିକାଲ ଓ …
Read More »ଚିକିଣିଆ ସ୍କୁଲ ରେ ଆୟୁଷ କାର୍ଯ୍ୟକ୍ରମ
ରଘୁନାଥପୁର ,୨୮/୦୩/୨୦୨୩ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଚିକିଣିଆ ସ୍କୁଲ ପରିସରରେ ରାଜ୍ୟ ଆୟୁଷ ସୋସାଇଟି , ଜାତୀୟ ଆୟୁଷ ମିଶନ ଆନୁକୂଲ୍ୟରେ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ାକ୍ତର ରଙ୍ଗନାଥ କର, ସମ୍ମାନୀତ ଅତିଥି ଭାବେ ଡ଼ାକ୍ତର ରାଧାକାନ୍ତ ସାହୁ, ଡ଼ାକ୍ତର ବିଷ୍ଣୁପ୍ରିୟା ଲେଙ୍କା, ଡ଼ାକ୍ତର ସୁଚିତ୍ରା ସାହୁ, ଓ ହେମଲତା ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟରାଜ ଲକ୍ଷ୍ମୀ …
Read More »ସାଲେପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ
କାଳରାତ୍ରୀ ବେଶରେ ଦର୍ଶନ ଦେଲେ ମା ବନଦୁର୍ଗା
ଖୋର୍ଦ୍ଧା,୨୮/୩/୨୩(ଓଡ଼ିଶାସମାଚାର/ଦୀପକପ୍ରଧାନ)- ନବ ଦିବସାତ୍ମକ ବାସନ୍ତିକ ଦୁର୍ଗାପୂଜାର ସପ୍ତମ ଦିବସରେ କଲ୍ୟାଣମୟୀ ଜଗଜ୍ଜନନୀ ମା ବନଦୁର୍ଗା ପୁଷ୍ପମାଲ୍ୟାଦି ସୁବାସିତ ଦ୍ରବ୍ୟ ଦ୍ବାରା ବିମଣ୍ଡିତ ହୋଇ କାଳରାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ଦର୍ଶନ ଲାଗି ଆଜି ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ବିଶ୍ବର ମଙ୍ଗଳ କାମନା କରି ସ୍ତୁତି ପାଠ ଦ୍ବାରା ସକାଳୁ ମା ମାନଙ୍କର ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଆବାହିତ ଦେବା ଦେବୀଙ୍କ ପୂଜନ ଓ ଆହୁତି ପ୍ରଦାନ କରାଯାଇଛି। ମାଙ୍କୁ ପାୟସଭୋଗ, …
Read More »ସାଲେପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ
ସାଲେପୁର,୨୮/୦୩/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ଅବକାରୀ ବିଭାଗ ପକ୍ଷରୁ ଏକ ୧୦ ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଭଦ୍ରେଶ୍ୱର ଥାନା ହଳଦିଆ ପଞ୍ଚାୟତ କୋଠିଛକ ରେ ଚଢାଉ କରି ବିପୁଳ ପରିମାଣର ଚୋରା ଦେଶୀ, ବିଦେଶୀ ମଦ ଜବତହୋଇଛି । ଚୋରା ମଦ କାରବାରରେ ସମ୍ପୃକ୍ତ ଜଣେ ମହିଳା ଗିରଫହୋଇଛନ୍ତି । ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ହୋଇଥିବାନେଇ ବାରମ୍ବାର ଅଭିଯୋଗ ପରେ ଆଜି ସକାଳୁ ବିଭିନ୍ନ ସ୍ଥାନ ରେ ଚଢ଼ାଉ ଜାରି ରହିଛି । ବର୍ତମାନ …
Read More »ନାବାଳକ ସୁରକ୍ଷା ଲାଗି ପରିବହନ ବିଭାଗର ସ୍ୱତନ୍ତ୍ର ଡ୍ରାଇଭ୍,କଟକରେ ଦୁଇ ଜଣ କଲେଜ ପରୀକ୍ଷାର୍ଥୀ ଉପରେ ୫୦ ହଜାର ତଣ୍ଡ
କଟକ ସଦର, ୨୮/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ସଡ଼କ ସୁରକ୍ଷା ସହିତ ନାବାଳକ ସ୍କୁଲ କଲେଜ ପିଲାଙ୍କ ସୁରକ୍ଷାକୁ ପରିବହନ ବିଭାଗ ଗୁରୁତ୍ୱ ଦେଇ ଏଥିରୁ ନିବୃତ ରହିବାକୁ ସଚେତନ କରାଇଥିବା ବେଳେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିଭାଗ ପକ୍ଷରୁ ଆଜି ମଙ୍ଗଳବାର ଦିନ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି।ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଏହି ଧରପଗଡ ଅଭିଯାନ ଆରମ୍ଭ ହୋଇଥିବା ଜଣାପଡିଛି। ଏଥିରେ କଟକ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଜଣ ନାବାଳକ ଛାତ୍ର ପରୀକ୍ଷା ପାଇଁ ଯିବା ସମୟରେ ଚଣ୍ଡିଛକ ଠାରେ ଧରାପଡ଼ିଥିବା …
Read More »ଜୁନାଗଡ଼ଠାରେ ଅବକାରୀ ବିଭାଗ ତରଫରୁ ଏକ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ
ଜୁନାଗଡ଼,୨୮/୦୩/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ): ଆଜି ଜୁନାଗଡ଼ ଅବକାରୀ ବିଭାଗ ତରଫରୁ ସବ ଇନିସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକଙ୍କ ନେତୃତ୍ୱରେ ଜୁନାଗଡ଼ ଜାତୀୟ ରାଜପଥଠାରେ ମୋଟର ସାଇକେଲକୁ ଅଟକାଇବା ସହ ଏହାର ତନଖି କରାଯାଇଥିଲା ।ଏହି ହିରୋହୋଣ୍ଡା ସିଡି ଡୀଲକ୍ସ ମୋଟର ସାଇକେଲରୁ ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା , ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି l ଘଟଣାସ୍ଥଳରୁ ଉକ୍ତ ମୋଟରସାଇକେଲକୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ NDPS ଆକ୍ଟ ଅନୁଯାଇ …
Read More »