କେନ୍ଦ୍ରାପଡ଼ା ୧୮/୦୩/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ଡେରାବିଶ୍ ବ୍ଲକ କାର୍ଯ୍ୟାଳୟରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲା ପ୍ରଶାସନ, କେନ୍ଦ୍ରାପଡାଙ୍କ ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ନିଯୁକ୍ତି ଓ ବୈଷୟିକ ଶିକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୧୯ଜଣ ଆଶାୟୀ ଯୁବକ ଯୁବତୀ ଏବଂ ୧୨ଗୋଟି ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ । ୧୬୯ଜଣ ଆଶାୟୀ ଯୁବକ ଯୁବତୀ ତାଲିମ ନିମନ୍ତେ ମନୋନୀତ ହୋଇଥିଲେ, ୩୯ଜଣ ଛାତ୍ରୀ ସରକାରୀ ଆଇ.ଟି.ଆଇ ପଟ୍ଟାମୁଣ୍ଡାଇ ଏବଂ ୧୧ଜଣ ଯୁବତୀ ସରକାରୀ …
Read More »Blog Layout
ଯାଜପୁର ଜିଲା ସଦର ମହକୁମାରେ ୮୮ ତମ ଉତ୍କଳ ଦିବସ-୨୦୨୩ ପାଳନ ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର,୧୮/୦୩/୨୦୨୩ (ଓଡ଼ିଶା ସମାଚାର)-ଯାଜପୁର ଜିଲା ସଦର ମହକୁମାରେ ୮୮ ତମ ଉତ୍କଳ ଦିବସ-୨୦୨୩ ପାଳନ ନିମିତ ଏକ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ଜିଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଊକ୍ତ ବୈଠକରେ ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଯେନା, ଉପସଭାପତି, ଜିଲା ପରିଷଦ ଶ୍ରୀ ଗଣେଶ୍ୱର ବରାଳ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ …
Read More »ଜଙ୍ଗଲ ର ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଗୀତ ସଭା ମାଧ୍ୟମରେ ଜନ ସଚେତନତା କାର୍ୟ୍ୟକ୍ରମ
ବାଲିଗୁଡା, ୧୮/୦୩/୨୦୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲ ର ନିଆଁକୁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଗୀତ ପଥପ୍ରାନ୍ତ ନାଟକ ସଭା ସମିତି ମାଧ୍ୟମରେ ଜନସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନାଗ୍ନୀ ରୋକିବା କୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବନ ବିଭାଗ । ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରା ବନପାଳ ସୁଶାନ୍ତ କୁମାର ବୈଶାଖୀ, ଧରମପୁର ସେକ୍ସନ ର ବନପାଳ ସନ୍ତୋଷ କୁମାର ସେନାପତି, ବନପାଳ ଦାଶରଥି ପଣ୍ଡା, ସନ୍ତୋଷ ପଟ୍ଟନାୟକ ଙ୍କ …
Read More »୧୪ ତମ ଆଦିବାସୀ କାର୍ୟକ୍ରମ ପାଇଁ କନ୍ଧମାଳ ଦଳର ଇନ୍ଦୋର ଅଭିମୁଖେ ଯାତ୍ରା
ବାଲିଗୁଡା, ୧୮/୦୩/୨୦୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ନେହେରୁ ଯୁବ କେନ୍ଦ୍ର ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ୟ୍ୟକ୍ରମ ପାଇଁ କନ୍ଧମାଳରୁ ଏକ ୨୦ ଜଣିଆ ଦଳ ମଧ୍ୟପ୍ରଦେଶର ଇନ୍ଦୋର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଅବସର ରେ ବାଲିଗୁଡା ଟାଉନ ହଲ୍ ସଭାଗୃହ ଠାରେ ଏକ ଆଦିବାସୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଉପ ଜିଲ୍ଲାପାଳ ଏମ.ଏସ. ମଧୁମିତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ …
Read More »ବ୍ୟାପକ ଗଂଜେଇ ଜବତ ଜଣେ ଗିରଫ
ବାଲିଗୁଡା, ୧୮/୦୩/୨୦୨୩ (ଓଡ଼ିଶା ସମାଚାର)- ଗଂଜେଇ ଚାଲାଣ ବେଳେ ବାଲିଗୁଡା ପୋଲିସ ଚଢଉ କରି ଗଂଜେଇ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛନ୍ତି । ସୁଚନାରୁ ପ୍ରକାଶ ଯେ ବାଲିଗୁଡା ଥାନା ଅନ୍ତର୍ଗତ କାମ୍ବେରିକିଆ ଠାରେ ଗଂଜେଇ ଚାଲାଣ କରିବା ନିମନ୍ତେ ସଜବାଜ ହେଉଥିବା ବେଳେ ଏହିଖବର ପାଇ ପୋଲିସ ଚଢାଉ କରିଥିଲେ । ଏହି ସମୟରେ ସେଠାରୁ ୨୦୭ କେଜି ୮୮୦ ଗ୍ରାମ ଗଂଜେଇ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛନ୍ତି ଓ ଆଉ ଦୁଇଜଣ ପୋଲିସକୁ ଦେଖି ଡେଇଁ …
Read More »କନ୍ଧମାଳରେ ମାଆ ପାଟ୍ଟଖଣ୍ଡାଙ୍କ ପ୍ରସିଦ୍ଧ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ
ବାଲିଗୁଡା, ୧୮/୦୩/୨୦୨୩ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ରେ କୃଷି ଭିତ୍ତିକ ପ୍ରସିଦ୍ଧ କାନ୍ଦୁଲଭଜା ଯାତ୍ରା ଯଥା ରୀତିନୀତି ଅନୁଯାଇ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡା ର ଆରାଧ୍ୟ୍ୟଦେବୀ ମା’ପାଟଖଣ୍ଡା ଓ ବରାଳଦେବୀ ଙ୍କ ମୁଖ୍ୟ ପର୍ବହେଉଛି କାନ୍ଦୁଲଭଜା ଯାତ୍ରା । ପଶ୍ଚିମ ଓଡିଶା ର ନୂଆଖାଇ ଭଳି ଏହି କାନ୍ଦୁଲ ଭଜା ଯାତ୍ରା ଗଣପର୍ବ ଭାବେ ବିଦିତ । ଏହି ପାରମ୍ପରିକ ଯାତ୍ରା ଫଗୁଣ ମାସରେ ହୋଇଥାଏ । ନୂଆ କାନ୍ଦୁଲ ଶିମ୍ବ, ମହୁଲ …
Read More »ପ୍ରବାସୀ ଭାରତୀୟ ଙ୍କ ସହାୟତା ରେ ଘରକୁ ଫେରିଲେ ସାଉଦି ଆରବ ହସପିଟାଲରେ ଚିକିତ୍ସାରେ ଅବହେଳିତ ଓଡିଆ ଶ୍ରମିକ
ସହଯୋଗ କରିଥିବା ସମସ୍ତ ଙ୍କୁ ଧନ୍ୟବାଦ ଦେଲେ ପରିବାର ଖୋର୍ଦ୍ଧା, ୧୮/୩/୨୩(ଓଡିଆ ସମାଚାର/ଦୀପକ ପ୍ରଧାନ) – ନିଜ ପରିବାରକୁ ପୋଷିବା ପାଇଁ ଅଧିକ ରୋଜଗାର ଆଶାରେ ଶ୍ରମିକ ଭାବେ କାମକରି ସାଉଦି ଆରବ ଯାଇଥିବା ଜଣେ ଓଡ଼ିଆ ଶ୍ରମିକ ରୋଗରେ ପୀଡିତ ହୋଇ ରୋଗ ଶଯ୍ୟାରେ ପଡିଥିଲେ।ପାଖରେ ଅର୍ଥ ନାହିଁ ବୋଲି ସଠିକ ଚିକିତ୍ସା ହୋଇପାରୁନଥିଲା। ସେଠାରେ ଥିବା ମେଡିକାଲ ଶଯ୍ୟାରେ ପଡିରହି ଥିବା ଭିଡିଓ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା।ଭିଡିଓ ଦେଖି ବିଧବା ମା, ସ୍ତ୍ରୀ, ପୁଅ ଓ ପରିବାର ଲୋକେ ଚିନ୍ତାରେ …
Read More »ରାଜଧାନୀରେ ବୋମାମାଡ଼
ଭୁବନେଶ୍ୱର, ୧୮/୦୩/୨୦୨୩ (ଓଡ଼ିଶା ସମାଚାର)-ରାଜଧାନୀରେ ବୋମାମାଡ଼। ଭୁବନେଶ୍ୱର ୟୁନିଟ୍-୪ ମାର୍କେଟ୍ରେ ଥିବା ଏକ ସୁନା ଦୋକାନ ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତିରେ କିଛି ଦୁର୍ବୃତ୍ତ ଆସି ୟୁନିଟ୍-୪ ମାର୍କେଟ୍ରେ ଥିବା ଏକ ସୁନା ଦୋକାନ ଉପରକୁ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ବୋମାମାଡ଼ରେ ଜଣେ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Read More »ପଲ୍ଲୀ କବି ନନ୍ଦ କିଶୋର ବଳ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର
ଯାଜପୁର , ୧୮/୦୩/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର)- ପାରମ୍ପରିକ ଲୋକ କଳାକାର ସଙ୍ଘ, କନ୍ଧମାଳ ତରଫରୁ ତାର ପାରମ୍ପରିକ ଲୋକ କଳାକାର ସମାବେଶ – ୨୦୨୩ ଅବସରରେ କନ୍ଧମାଳର ପ୍ରସିଦ୍ଧ କବି ଓ ଲେଖକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମର୍ଯ୍ୟାଦା ଜନକ ପଲ୍ଲୀ କବି ନନ୍ଦ କିଶୋର ବଳ ସମ୍ମାନରେ ଭୂଷିତ କରାଯାଇଛି | ଫୁଲବାଣୀର ବିଧାୟକ ମାନନୀୟ ଅଙ୍ଗନ୍ଦ କହଁର ଯୋଗଦେଇ ଡ଼ଃ ମହାପାତ୍ରଙ୍କୁ ଉତ୍ତରୀୟ, ମାନପତ୍ର ଆଦି ପ୍ରଦାନ କରିବା ସହ କନ୍ଧମାଳ ଜିଲ୍ଲା କଳା ସଂସ୍କୃତିର ଭୂସ୍ବର୍ଗ …
Read More »ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ, ପାଞ୍ଚ ଆହତ
କଟକ ସଦର,୧୮/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କିଶନନଗର ଥାନା ଅନ୍ତର୍ଗତ ଇଶାଣିଵ୍ରହ୍ମପୁର ଚନ୍ଦ୍ରଶେଖର ହାଇସ୍କୁଲରେ ଆଜି ଶନିବାର ମାଟ୍ରିକ ପରୀକ୍ଷା ଦେଇ ଫେରିବା ବାଟରେ ପ୍ରହରାଜପୁର ହାଇସ୍କୁଲ ଓ କିଶନନଗର ଚିନ୍ତାମଣି ବିଦ୍ୟାପୀଠର ପରୀକ୍ଷାର୍ଥୀଙ୍କ ମଧ୍ୟରେ କୈ।ଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏଥିରେ ପ୍ରହରାଜପୁର ସ୍କୁଲର ସେକ୍ ଆସଫାକ୍,ଗୋଲାମ ସବିର, ମହମ୍ମଦ ମୋଜାକିର ଆୟୁଵ୍, ମହମ୍ମଦ ଜିଲାନି,ଗୋଲାମ ଜାହିଦ ପ୍ରମୁଖ ୫ ଜଣ ପରୀକ୍ଷାର୍ଥୀ ଆହତ ହୋଇଥିବା ଜଣାପଡିଛି। ଏଥିପାଇଁ ଉତ୍ୟକ୍ତ ଲୋକମାନେ ଗଣ୍ଡଗୋଳକାରୀ ଛାତ୍ର ଓ ଅଣଛାତ୍ର ମାନଙ୍କୁ ଧରି ଅଟକ ରଖିଥିଲେ।ଖବର …
Read More »