Thursday , March 30 2023
Breaking News

Blog Layout

ଅନ୍ୱେଷଣ ଥିଏଟର ଗ୍ରୁପ୍ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ

ଯାଜପୁର ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ଯାଜପୁରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତି ଅନୁଷ୍ଠାନର କାର୍ଯ୍ୟାଳୟ (ସପନପୁର) ଠାରେ ଅନ୍ୱେଷଣର ଉପସଭାପତି ତଥା ବିରୁହା ଗ୍ରାମ ପଂଚାୟତର ସରପଂଚ  ସୁବାସ ଚନ୍ଦ୍ର ଦେବତାଙ୍କ ସଭାପତିତ୍ୱରେ ବିଶ୍ୱ ନାଟ୍ୟ ଦିବସ ଅନୁଷ୍ଠିତ ହୋଇଯାଇଅଛି । ଏହି ସମାରୋହ ସଭାରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ  ମିଶ୍ର ଯୋଗଦେଇ ‘ନାଟକର ଅନ୍ତ ନାହିଁ’ ଓ ନାଟକର ପ୍ରତିଟି ବିଷୟକୁ ସୁନ୍ଦରଭାବେ ପ୍ରତିପାଦିତ କରିପାରିବେ ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ …

Read More »

ଝାରସୁଗୁଡ଼ା ଉପନିର୍ବାଚନ : ମେଁ ୧୦ରେ ଭୋଟ ଗ୍ରହଣ , ୧୩ରେ ଗଣତି

ଏପ୍ରିଲ୍ ୧୩ ତାରିଖରେ ଗେଜେଟ୍ ବିଜ୍ଞପ୍ତି ଭୁବନେଶ୍ୱର, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ଆସନ୍ତା ମେଁ ୧୦ ତାରିଖରେ ଝାରସୁଗୁଡା ଉପ-ନିର୍ବାଚନ ହେବ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେଁ ୧୦ରେ ଭୋଟ ଗ୍ରହଣ ଓ ମେଁ ୧୩ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ଏପ୍ରିଲ୍ ୧୩ ତାରିଖରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍ ୨୦ ତାରିଖ। ସେହିପରି, ଏପ୍ରିଲ୍ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ …

Read More »

ଗୁଳିମାଡ଼ ରେ ଦୁଇ ଜଣ ବନ ବିଭାଗ କର୍ମଚାରୀ ଆହତ

ବୌଦ୍ଧ, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ରାତି ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ିକୁ ଅଜଣା ଦୁର୍ବୃତମାନେ ଗୁଳିମାଡ଼ କରିଥିବା ଖବର ହସ୍ତଗତ ହୋଇଛି। ୪/୫ ରାଉଣ୍ଡ ଗୁଳି ଚାଳନା ହୋଇଥିବା ବେଳେ ଦୁଇଟି ଗୁଳି ଗାଡ଼ିରେ ବାଜିଛି। ଏଥିରେ ଦୁଇଜଣ ବନ ବିଭାଗ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଦୁଇ ବନ ବିଭାଗ କର୍ମଚାରୀଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ, ଏସିଏଫ୍ ଆଶିଷ କହଁରଙ୍କ ନେତୃତ୍ବରେ ବୌଦ୍ଧ ରେଞ୍ଜ ଅଧୀନ ବଘିଆପଡ଼ା ସେକ୍ସନ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା। ବଘିଆପଡ଼ା ନିକଟ …

Read More »

ଦାଦନ ଶ୍ରମିକ ର ମୃତଦେହ ରଖି  ପାରିବାର ଲୋକ ଙ୍କ ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି,୨୮/୦୩/୨୦୨୩ (ଓଡ଼ିଶା ସମାଚାର / ସଂଜୟ ସିଂହ)-  ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଠାରେ  ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ୍ୟୁ ର ୩ ଦିନପରେ ଆମ୍ବୁଲାନ୍ସ ରେ  ଆଜି ଶବ ଗାଁ କୁ ପହଞ୍ଚିବା ପରେ ଅଞ୍ଚଳ ରେ ଶୋକ ଖେଳି ଯାଇଥିଲା । ଗ୍ରାମବାସୀ ଏବଂ ପରିବାର ଲୋକେ  ନ୍ୟାୟ ପାଇବା ଦାବି କରି ଆଜି ଜାତୀୟ ରାଜପଥ ୨୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହାଜନଗୁଡା ନିକଟରେ  ଅବରୋଧ କରିଛନ୍ତି। ପରିବାର ଓ ଗ୍ରାମବାସୀ ଙ୍କ …

Read More »

ବ୍ରାଉନ ସୁଗାର ଜବତ : ଦୁଇ ବେପାରୀ କୋର୍ଟ ଚାଲାଣ

ଖୋର୍ଦ୍ଧା,୨୮/୩/୨୩(ଓଡିଶା ସମାଚାର/ ଦୀପକ ପ୍ରଧାନ)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଦିନ କୁ ଦିନ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ପୋଲିସ ମଧ୍ୟ ଚିନ୍ତା ରେ ରହିବା ସଙ୍ଗେ ବେପାରୀ ଙ୍କ ଉପରେ ତିଖ୍ନ ନଜର ରଖିଛି । ଏହି କ୍ରମରେ ଗତକାଲି ସନ୍ଧ୍ୟାରେ ବିଶେଷ ସୁତ୍ରରୁ ଖବର ପାଇ ଖୋର୍ଦ୍ଧା ଏସପି ଙ୍କ ନିର୍ଦ୍ଦେଶରେ  ବାଲୁଗାଁ ଏସଡିପିଓ ଙ୍କ ପରିଚାଳନା ରେ ଟାଙ୍ଗୀ ପୋଲିସ ର ଏକ ଟିମ୍ ୧୬ ନମ୍ବର …

Read More »

ଏକ ସଂଗରେ ତିନଟି ପଂଚାୟତରେ ଯାଦବ ସମାଜ ବୈଠକ

ଲକ୍ଷ୍ମୀପୁର. ୨୮/୦୩/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ତିନଟି ପଞ୍ଚାୟତ ଠାରେ ଏକ ସଙ୍ଗରେ ଯାଦବ ମହାସଭାର ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ଗିଗୁଡା ପଞ୍ଚାୟତ ବଡ଼ଦୁବୁଲି ଠାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାଥୀରାମ ନାୟକଙ୍କ ପୌରୋହିତରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଉପସଭାପତି ମଦନ ମୋହନ ନାୟକ, ମୁଖ୍ୟ ବକ୍ତାଭାବେ ଅବିଭକ୍ତ ଜିଲ୍ଲା ସଂଯୋଜକ ମନୋଜ ମହାଙ୍କୁଡ଼, ସମ୍ମାନିତ ଅତିଥି ରୂପେ ନବରଙ୍ଗପୁର ଉପସଭାପତି ହରି ଗୌଡ଼, ଦୁର୍ଲ୍ଲଭ ଗୌଡ଼, ପ୍ରମୋଦ ନାୟକ, …

Read More »

ମଠକରଗୋଳାରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ଭୁବନ ୨୮/୦୩/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକରଗୋଳା ସେବା ସମବାୟ ସମିତି ପରିସରରେ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି । ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ସନ୍ତୋଷ କୁମାର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ , ଚାଷୀ ଭାଇ ମାନେ ହେଉଛନ୍ତି ସମାଜର ମେରୁଦଣ୍ଡ । ଚାଷୀ ଙ୍କ ଉନ୍ନତି ନହେଲେ ଦେଶର …

Read More »

ବି ଜେ ଡି ନେତା ଙ୍କ ଆକସ୍ମିକ ବିୟୋଗ

  ନିଶ୍ଚିନ୍ତକୋଇଲି,୨୮/୦୩/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- ନିଶ୍ଚନ୍ତକୋଇଲି ବ୍ଲକ ଦାଉଦ ପୁର ପଂଚାୟତ, ନାହାଳପୁର ଗ୍ରାମର ସେକ ସମୀର ଉଦିନ (୬୫)ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତି ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦାଉଦପୁର ପଂଚାୟତ ର ବିଜେଡି ସଭାପତି ଭାବେ କାର୍ୟ୍ୟ ତୁଲାଉଥିଲେ  ଏବଂ କାକୁଡିଆପଡା ବସ୍ତି ର ସର୍ଦାର ଭାବେ ଭଲ ଭାବରେ କାର୍ୟ ତୁଳାଇଥିଲେ  । ତାଙ୍କ ମରଶରୀର ନିକଟରେ  ଦାଉଦ ପୁର ସରପଞ୍ଚ ଲଳିତେନ୍ଦୁ ବିଶୋଇ ଏବଂ ପୂର୍ବତନ ଜିଲ୍ଲାପରିଷଦ ହିମାଂଶୁ ଶେଖର …

Read More »