Sunday , October 1 2023

Blog Layout

ଜୟପ୍ରକାଶ ନାରାୟଣଙ୍କ ୧୧୭ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି : ସମାଜବାଦୀ ପାର୍ଟି

ଭୁବନେଶ୍ୱର,୧୧/୧୦/୨୦୧୯(ଓଡ଼ିଶା ସମାଚାର)- ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ୧୧୭ତମ ଜନ୍ମ ଜୟନ୍ତୀରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ‘ପାର୍ଟି’ର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ମାଷ୍ଟର କ୍ୟାନ୍ଟିନସ୍ଥିତ ତାଙ୍କ ପ୍ରତିମୂର୍ତିରେ ଆଜି ସକାଳୁ ମାଲ୍ୟାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବରିଷ୍ଠ ନେତା ବିଜୟ ବେହେରା, ସଞ୍ଜୟ ନାୟକ, ଯୁବନେତା ସୁବ୍ରତ ଲେଙ୍କା ଓ ନାରୀନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧା ସୁମନ …

Read More »

ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଶିବିର ଆୟୋଜିତ

–           ବେଦାନ୍ତ ହସ୍ପିଟାଲ ରେ ତିନି ଦିନିଆ  ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଶିବିର ଆୟୋଜିତ । –           ସମସ୍ତ ବରିଷ୍ଠ ନାଗରିକ ଙ୍କ ପାଇଁ ମାସିକିଆ ମୋତିଆ ବିନ୍ଦୁ ଶିବିର ଅନୁଷ୍ଠିତ ହେବ । –           ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗତ ପାଂଚ ବର୍ଷ ମଧ୍ୟରେ ଏକ ହଜାର ରୁ ଅଧିକ ଗୋଷ୍ଠୀ ସଦସ୍ୟ ଏବଂ ଗ୍ରାମବାସୀଙ୍କ ପାଖରେ ଏହି ସେବା ପହଂଚାଯାଇପାରିଛି । ଲାଞ୍ଜିଗଡ, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ବେଦାନ୍ତ ଆଲୁମିନିୟମ ଏବଂ ଶକ୍ତି ବ୍ୟବସାୟ, …

Read More »

ପୁଷ୍ଟି ହୀନତା ଦୂର ପାଇଁ ସରକାରଙ୍କ ନୂଆ ନୀତି –   ଅଙ୍ଗନବାଡି କେନ୍ଦ୍ରରେ ସୃଷ୍ଟି ହେବ ପୃଷ୍ଟି ବଗିଚା

ମାଲକାନଗିରି, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟରେ ଶିଶୁ ଓ ମାଆଙ୍କ ପୁଷ୍ଟି ହୀନତା ଦୂର ପାଇଁ ରାଜ୍ୟ ସରକାର ନୂଆ ନୀତି ପ୍ରଣୟନ କରିଛନ୍ତି । ଏଥିପାଇଁ ପ୍ରତି ଅଙ୍ଗନବାଡି କେନ୍ଦ୍ର ଏବଂ ବିଦ୍ୟାଳୟ ଗୁଡିକରେ ପୁଷ୍ଟି ବଗିଚା ପ୍ରସ୍ତୁତ କରାଯିବ । ସେହି ବଗିଚାରୁ ଉତ୍ପାଦିତ  ତଟକା ପନିପରିବା ଶିଶୁ ଛାତ୍ରଛାତ୍ରୀ ଏବଂ ମାଆଙ୍କୁ ରନ୍ଧା ଖାଦ୍ୟରେ ଦିଆଯିବ । ଏହି ଅବସରରେ ମାଲକାନଗିରି ଜିଲା ତରଫରୁ ପୁଷ୍ଟି ବଗିଚା ସମ୍ବନ୍ଧୀୟ ଜ୍ଞାନ କୌଶଳ ଏବଂ ବିଭିନ୍ନ ପୁଷ୍ଟିଜାତ ଚାରାରୋପଣ ପାଇଁ ଅଙ୍ଗନବାଡି …

Read More »

ସଂକ୍ଷେପରେ ତାଜା ଖବର : ଜୁଆ ଆଡ଼ା ଉପରେ ପୋଲିସ୍ ଚଢ଼ାଉ, ୧ ଜୁଆଡ଼ି ଗିରଫ, ୭ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଜୁଆ ଆଡ଼ା ଉପରେ ପୋଲିସ୍ ଚଢ଼ାଉ କରି ନଗଦ ଟଙ୍କା,ମୋବାଇଲ, ବାଇକ୍ ଆଦି ଜବତ କରିବା ସହିତ ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ମିଳିଥିବା ତାଜା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ଭିମରାଓପେଟା ଠାରେ ଏକ ଘରେ ଜୁଆ ଆଡ଼ା ଚାଲିଥିବା ଖବର ପାଇ ପୋଲିସ ଅତର୍କିତଭାବେ ସେଠାରେ ଚଢ଼ାଉ କରିଥିଲା । ପୋଲିସ୍ ନଗଦ ୭ଲକ୍ଷ ୬୮ ହଜାର ୭୧୦ ଟଙ୍କା , ୧୬ ଟି ମୋବାଇଲ, ୫ ଟି ବାଇକ୍ ଜବତ …

Read More »

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

ନିରାକାରପୁର,୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଦୈନନ୍ଦିନ ହଜାର ହଜାର ଯାନବାହାନ ଚେନ୍ନାଇ-  କଲିକତା ୧୬ନଂ ଜାତୟ ରାଜପଥରେ ଅତିକ୍ରମ କରୁଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରଠାରୁ ଆରମ୍ଭ କରି ବାଲୁଗାଁ ମଧ୍ୟ ରାସ୍ତା ବର୍ତମାନ ମରଣଯନ୍ତା ପାଲଟିଛି । ବର୍ଷାଦିନେ ଅତ୍ୟଧିକ ବର୍ଷା ଯୋଗୁ ରାସ୍ତାରେ ପିଚୁ ଉଠି ଶହଶହ ଗର୍ତ ସୃଷ୍ଟି ହୋଇଛି । ଯାହା କି ଏ ପର୍ଯ୍ୟନ୍ତ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଦୃଷ୍ଟି ଆଡ଼ୁଆଳରେ ରହିବା ଭଳି ମନେ ହେଉଛି । ଦୈନନ୍ଦିନ ଏହି ରାସ୍ତାରେ ଯାତାୟତ କରୁଥିବା ଗାଡ଼ିମଟରଗୁଡ଼ିକ ଏହି ଗାତମାନଙ୍କରେ …

Read More »

ସ୍ୱର୍ଗତ ରାମଚନ୍ଦ୍ର ସାଥୁଆ ଙ୍କ ସ୍ମୃତି ଚାରଣ ସଭା – ସେ ଜଣେ ସ୍ୱଭିମାନୀ କର୍ତବ୍ୟନିଷ୍ଟ ମଣିଷ ଥିଲେ

ନିରାକାରପୁର,୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡ଼ିଆ ପଂଚାୟତ କାଶୀପୁର ଗ୍ରାମର ସ୍ୱର୍ଗତ ରାମଚନ୍ଦ୍ର ସାଥୁଆଙ୍କ ସ୍ମୃତି ଚାରଣ ସଭାରେ ଡ଼. ପୂର୍ଣ୍ଣଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବାବେଳେ ଅତିଥିଭାବେ ଅଧ୍ୟାପକ ଡ଼ ମୃତ୍ୟୁଞ୍ଜୟ ରଥ, ସୂର୍ଯ୍ୟମଣି ମହାନ୍ତି,ରମାକାନ୍ତ ପୁରୋହିତ ,ପ୍ରଫୁଲ କୁମାର ବଡ଼ଜେନା ଓ ପୂର୍ବତନ ସରପ ଗିରିଶ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାଥୁଆ ତାଙ୍କ ଜୀବନରେ ଓ ଚାକିରୀ କ୍ଷେତ୍ରରେ ସବୁବେଳେ ସମୟାନୁବର୍ତିୀ, କର୍ତବ୍ୟ ପରାୟଣ ଥିଲେ । ତାହା ସହିତ ସେ ଗ୍ରାମର ଉନ୍ନତି,ଭାଗବତ …

Read More »

ଶ୍ରୀ ରାମଦୟା ପରିଷଦ ୩୭ତମ ବାର୍ଷିକ ଅଧିବେଶନ ୨୯ରୁ

ନିରାକାରପୁର,୧୧/୧୦/୨୦୧୯ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ଅଗ୍ରଣୀ ପ୍ରାଚୀନ ଧର୍ମାନୁଷ୍ଠାନ ଶ୍ରୀ ରାମଦୟା ପରିଷଦ ର ୩୭ତମ ବାର୍ଷିକ ଅଧିବେଶନ ଆସନ୍ତା ଅକ୍ଟୋବର୨୯ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୦୭ ତାରିଖ  ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଅବସରରେ ଅକ୍ଟୋବର ୩୦ ତାରିଖଠାରୁ  ନଭେମ୍ବର ୦୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଗୋସ୍ୱାମୀ ତୁଳସୀ ଦାସକୃତ ଶ୍ରୀରାମ ଚରିତ ମାନସ ପାରାୟଣ ,ଯଜ୍ଞ ଓ ପ୍ରବଚନ ଆଦି  ଯଥାବିଧି ଅନୁଷ୍ଠିତ ହେବ । ଓଡ଼ିଶାର ସୁନାମଧନ୍ୟ ଶ୍ରୀରାମ …

Read More »

ହାୱଡା-ମୁମ୍ବାଇ (୧୨୧୦୨) ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌  ଟ୍ରେନ୍‌ ରୁ ୧୧୦ ଖଣ୍ଡ ସୁନା ବିସ୍କୁଟ ଜବତ, ଦୁଇ ଅଟକ

ରାଜଗାଙ୍ଗପୁର, ୧୧/୧୦/୨୦୧୯ (ଓଡ଼ିଶା ସମାଚାର)-  ହାୱଡା-ମୁମ୍ବାଇ (୧୨୧୦୨) ଲୋକମାନ୍ୟ ତିଲକ ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌ରୁ ୧୨ କେଜି ଓଜନର ୧୧୦ ଖଣ୍ଡ ସୁନା ବିସ୍କୁଟ ଜବତ ହୋଇଛି। ଯାହାର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଟ୍ରେନ୍‌ରୁ ଏତେ ପରିମାଣର ସୁନା ଜବତ ହେବା ଓଡ଼ିଶାରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଗୁଇନ୍ଦା ସୂଚନା ଆଧାରରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଗୁଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଓ ଆର୍‌ପିଏଫ୍‌ ମିଳିତ ଭାବେ  ରାଜଗାଙ୍ଗପୁର ଷ୍ଟେସନ ନିକଟରେ ଟ୍ରେନ୍‌ର ବି-୩ କୋଚ୍‌ରେ …

Read More »

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

କେନ୍ଦ୍ରାପଡା ୧୦/୧୦/୨୦୧୯ (ଓଡ଼ିଶା ସମାଚାର)- ଜିଲ୍ଲା ଆଇନସେବା ପ୍ରାଧୀକରଣ ପକ୍ଷରୁ କଜଳାସ୍ଥିତ ନିମାଇଁ ଚରଣ ମାନସିକ ନୂ୍ୟନତା ସଂସ୍ଥାନ  ପରିସରରେ ଗୁରୁବାର ମଧ୍ୟାହ୍ନରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ।  ଜିଲ୍ଲା ଦୈାରାଜଜ ବାସୁଦେବ ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ଅତିଥି ଭାବେ ସିଭିଲଜଜ ଜ୍ଞାନରଞ୍ଜନ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରିଣୀ ଡା.ଉର୍ମିଳା ମିଶ୍ର, କେନ୍ଦ୍ରାପଡା ପୋରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନା, ଏସ.ଡି.ଜେ.ଏମ. ଦିଗବିଜୟ ଦାସ, ଅତିରିକ୍ତ …

Read More »

ପୂର୍ବତନ ମନ୍ତ୍ରୀ ଦୀନବନ୍ଧୁ ସାହୁଙ୍କ ୧୧୦ତମ ଜନ୍ମୋତ୍ସବ

କେନ୍ଦ୍ରାପଡା ୧୦/୧୦/୨୦୧୯ (ଓଡ଼ିଶା ସମାଚାର)- ଓଡିଶାର ପୂର୍ବତନ ଆଡଭୋକେଟ ଜେନେରାଲ ,ପ୍ରାକ୍ତନ ମନ୍ତ୍ରୀ ତଥା ସଂଗ୍ରାମୀ ସୂର୍ଗତ ଦୀନବନ୍ଧୁ ସାହୁଙ୍କ ୧୧୦ତମ ଜନ୍ମବାର୍ଷିକୀ ଅବସରରେ ସହରର କଜଳା ତହସିଲ ଅଫିସ ସମ୍ମୁଖରେ ଥିବା ତାଙ୍କ ଅବୟବ ପ୍ରତିମୂର୍ତିରେ ଗୁରୁବାର ପୂର୍ବାହ୍ନରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ସେଠାେରେ ଅନୁଷ୍ଠିତ ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ  କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା,କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ସାହିତ୍ୟିକ  ଡଃ.ବାସୁଦେବ …

Read More »