ପାରାଦ୍ୱୀପ ୧୬/୧୦/୨୦୧୯ (ଓଡ଼ିଶା ସମାଚାର)-ପାରାଦ୍ୱୀପ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ରାନନୀତି ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ଡଃ.ବିଭୁତି ରଞ୍ଜନ ତି୍ରପାଠୀଙ୍କ ୫୬ବର୍ଷ ବୟସରେ ମଙ୍ଗଳବାର ରାତ୍ର ୨ଘଟିକା ସମୟରେ ହୃଦଘାତ ଯୋଗୁଁ ଅକାଳ ବିୟୋଗ ହୋଇଯାଇଛି । ତାଙ୍କ ମୃତୁ୍ୟରେ ପାରାଦ୍ୱୀପ କଲେଜ ସମେତ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ତ୍ରିପାଠୀ ଜଣେ ଛାତ୍ର ଓ ବନ୍ଧୁବସôଳ ଉଦାର ବ୍ୟକ୍ତିଥିଲେ । ବୁଧବାର ସକାଳେ ତାଙ୍କ ମୃତୁ୍ୟର ଖବର ପାଇ ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟକୁ ବହୁ ସଂଖ୍ୟାରେ କଲେଜ …
Read More »Blog Layout
ମୁଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମଜୟନ୍ତୀରେ କେନ୍ଦ୍ରାପପଡା ବିଜେଡି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୨୦୧ୟୁନିଟ ରକ୍ତ ସଂଗୃହିତ
କେନ୍ଦ୍ରାପଡା, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଜୁ ଜନତାଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଜୟନ୍ତୀ ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ସ୍ୱେଛାକୃତ ରକ୍ତଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ପ୍ରାୟ ସାଢେ ୭ଟା ସମୟରେ ମେଡିକାଲ ଛକରେ ଥିବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାର୍ଲ୍ୟାର୍ପଣ କରାଯିବା ପରେ ସଦରମହକୁମା ଡାକ୍ତରଖାନା ପରିସରରେ ବିଜୁଜନତାଦଳର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱେଛାକୃତ ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ …
Read More »ତାରପୁର ପଂଚାୟତରେ ୩୫ ହିତାଧିକାରୀଙ୍କୁ ନୂତନ ଭତା ପ୍ରଦାନ
ରଘୁନାଥପୁର, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତରେ ୩୫ ଜଣ ନୂତନ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଛି । ସରପଂଚ ସରୋଜ କୁମାର ଦାଶ ପଂଚାୟତ କାର୍ଯ୍ୟାଳୟରେ ଯୋଗ୍ୟ ହିତାଧିକାରୀଙ୍କୁ ୨ ମାସର ବକେୟା ସହ ମୋଟ ୧୫ ଶହ ଲେଖା ପ୍ରଦାନ କରିଥିବାବେଳେ ପିଇଓ ଅଭିଜିତ ଦାସ ସହଯୋଗ କରିଥିଲେ । ଦୀର୍ଘଦିନ ଧରି ଭତା ଅପେକ୍ଷାରେ ଥିବା ହିତାଧିକାରୀମାନେ ଭତା ପାଇଁ ଖୁସି ପ୍ରକଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୱାର୍ଡ଼ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ବୃଦ୍ଧ ବୃଦ୍ଧା …
Read More »ସଚିବ ଙ୍କ ରଘୁନାଥପୁର ଅଂଚଳ ପରିଦର୍ଶନ
ରଘୁନାଥପୁର, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ନୋଡ଼ାଲ ଅଫିସର ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଢଖ ସଚିବ ପ୍ରଦୀପ କୁମାର ଜେନା ଆଜି ରଘୁନାଥପୁର ବ୍ଲକ୍ ଅଂଚଳ ପରିଦର୍ଶନରେ ଆସି ଶିକ୍ଷକ ମାନଙ୍କୁ କେବଳ ସରକାରୀ କର୍ମଚାରୀ ନଭାବି ଦେଶର ଭବିଷ୍ୟତ ପିଢ଼ିଙ୍କୁ ଗଢ଼ିବାରେ ଯତ୍ନବାନ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ପୂର୍ବାହ୍ନ ରେ ପ୍ରମୁଖ ସଚିବ ଶ୍ରୀ ଜେନା ବର୍ତିସ୍ଥିତ ହରିକୃଷ୍ଣ ବିଦ୍ୟାପିଠକୁ ଯାଇ ପିଲାମାନଙ୍କୁ ଗଣିତ ପାଠ ପଢ଼ାଇବା ସମୟରେ ମାତ୍ର ୨ ଜଣ ପିଲା ଠିକ୍ …
Read More »ଗଜଲକ୍ଷ୍ମୀଙ୍କ ପୂଜାରେ ପାଟକୁରା ଅଂଚଳ ଚଳଚଂଚଳ
ଗରଦପୁର, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)- ମା’ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ପାଟକୁରା ଅଂଚଳ ଉତ୍ସବମୂଖର ହୋଇପଡିଛି । ଏ ନେଇ ବିଭିନ୍ନ ଗାଁ ଗଣ୍ଡା ଉତ୍ସବ ମୂଖର ହୋଇଉଠିଛି । ପାଟକୁରା, ଜଗଦ୍ଧଳପୁର, ବେଡାରୀ, କିଣିଲୋ ଛକ, ମଦନା, କୋଡ଼ପଲା, କୋରୁଆ, ବଙ୍ଗାଳପୁର, ତିକନପୁର, ଅଣ୍ଡାଳ, ବନ୍ତଳା, ଣିକଳପାଟଣା, ତେଣ୍ଡାକୁଡ଼ା, ଆଳିଜଙ୍ଗା, ଶଙ୍କରଭୋଳ, ଜୟତଳଙ୍ଗ, ରାମଚନ୍ଦ୍ରପୁର, ଆଦି ସ୍ଥାନମାନଙ୍କରେ କରାଯାଇଥିବା ପୂଜାମଣ୍ଡପମାନଙ୍କରେ ମା’ଙ୍କ ମୃଣ୍ମୟୀ ମୂର୍ତୀ ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ପୂଜା ମଣ୍ଡପ ଗୁଡିକରେ ସୁଦୃଶ୍ୟ ତୋରଣ ସାଙ୍ଗକୁ ସନ୍ଧ୍ୟା ସମୟରେ ବିଭିନ୍ନ …
Read More »ଅନାଥାଶ୍ରମ ପିଲାଙ୍କୁ ଫଳ ବଂଟନ କରି ବିଧାୟିକା ପାଳିଲେ ମୁଖ୍ୟ ମନ୍ତ୍ରୀଙ୍କ ଜନ୍ମ ଦିବସ
ଗରଦପୁର, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)- ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷରେ ପଦାର୍ପଣ କରିଥିବାରୁ ଆଜି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ପଲ୍ଲିଶ୍ରୀ ମହିଳା ସମିତି, କୋରୁଆ ଦ୍ୱାରା ପରିଚାଳିତ କନ୍ୟାଶ୍ରମକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଛନ୍ତି । ଏହି ଉପଲକ୍ଷେ ଆଜି ସକାଳୁ ମାନ୍ୟବର ବିଧାୟିକା କନ୍ୟାଶ୍ରମରେ ପହଂଚି ଅନ୍ତେବାସିନୀମାନଙ୍କୁ ସେଓ, କଦଳୀ, ବିସ୍କୁଟ୍, ଚକୋଲେଟ୍ ଇତ୍ୟାଦି ବାଂଟି ସେମାନଙ୍କର ଭଲ ମନ୍ଦ କଥା ପଚାରି ବୁଝିଥିଲେ । ପ୍ରଥମେ ବିଧାୟିକାଙ୍କ ସହିତ ପୁତ୍ର ସଞ୍ଜୟ ଅଗ୍ରୱାଲ, ସମାଜସେବୀ …
Read More »ଅନ୍ଧତ୍ୱଦୂରୀକରଣ କାର୍ଯ୍ୟକ୍ରମର ସମୀକ୍ଷା : ଆଉ ୧୦ ଜିଲ୍ଲାରେ ଗଡିବ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର
ଭୁବନେଶ୍ୱର,୧୬/୧୦/୨୦୧୯ ( ଓଡ଼ିଶା ସମାଚାର)- ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ ଲାଗି ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଆଉ ୧୦ଟି ଜିଲ୍ଲାରେ ସରକାର ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର ପ୍ରଚଳନ ହେବ । ଗତବର୍ଷ ୧୦ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଥିଲା । ଏଥି ସହିତ ୨୦୧୯-୨୦ ବର୍ଷରେ ଆଉ ୫୦ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ମଧ୍ୟ ସ୍ଥାୟୀ ଚକ୍ଷୁ ଚିକିସôା ସୁବିଧା ଉପଲବ୍ଧ ହେବ । ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ …
Read More »ପିଡି ଡିଆରଡିଏମାନଙ୍କ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ
ଲୋକଙ୍କ ଆସ୍ଥାଭାଜନ ହେବାକୁ ପଂଚାୟତିରାଜ ମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର,୧୬/୧୦/୨୦୧୯ ( ଓଡ଼ିଶା ସମାଚାର)-ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ବିଭାଗୀୟ କର୍ମକର୍ତାଙ୍କର ସାଂଗଠନିକ ଦକ୍ଷତା ଓ ନିଷ୍ଠାପର ଦାୟିତ୍ୱ ସମ୍ପାଦନ ଅପରିହାର୍ଯ୍ୟ । ଏଥିପାଇଁ ସ୍ୱଚ୍ଛତା, ପ୍ରଯୁକ୍ତି, ଦଳଗତ ମନୋଭାବ, ସମୟାନୁବର୍ତିତା ଓ ପରିବର୍ତନ ଉପରେ ଗୁରୁତ୍ୱାରୋପ କରିଛନ୍ତି ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ଠାରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକଙ୍କ ଦୁଇଦିନିଆ ସମ୍ମିଳନୀକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ଜେନା ଉପସ୍ଥିତ …
Read More »ଶାନ୍ତି, ସଂହତି, ସଦଭାବନା ଯାତ୍ରାକୁ ଦାମନଯୋଡିରେ ଭବ୍ୟ ସମ୍ବର୍ଦ୍ଧନା
ଦାମନଯୋଡି,୧୬/୧୦/୨୦୧୯(ଓଡ଼ିଶା ସମାଚାର)- ଜାତିର ପିତା ମହାମାନବ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଯୁବ ସଂଗଠନ, ଉକ୍ରଳ ଗ୍ରାମ ସୁରକ୍ଷା ନିଧି, ଓଡ଼ିଶା ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ଓ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶାନ୍ତି, ସଂହତି, ସଦଭାବନା ଯତ୍ରାକୁ ନାଲକୋ ଦାମନଯୋଡିରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି । ସିଦ୍ଧେଶ୍ୱର ବଣିକ ସଂଘ ଭେଜାପୁଟ, ମା’ କଂଟାବାଉଁଶୁଣି ବଣିକ ସଂଘ ମାଥାଲପୁଟ, ନାଲକୋ ଲେଡିଜ କ୍ଲବ, ନାଲକୋ ପ୍ରଶାସନ ପକ୍ଷରୁ ଭିନ୍ନଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା । ଉକ୍ରଳ ଗ୍ରାମୀଣ …
Read More »କାଶୀପୁରରେ ଶାନ୍ତି, ସଂହତି, ସଦଭାବନା ଯାତ୍ରାକୁ ସମ୍ବର୍ଦ୍ଧନା
କାଶୀପୁର, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)-କାଶୀପୁର ବ୍ଳକକୁ ଆଜି ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ବର୍ଷ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଯୁବା ସଂଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଆନୁକୂଲ୍ୟରେ ଗତ ଅକ୍ଟୋବର ୧୧ ତାରିଖରୁ ମାଲକାନଗିରି ଜିଲାର ମାଥିଲିସ୍ଥିତ ସହିଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିପୀଠରୁ ବାହାରିଥିବା ଶାନ୍ତି ସଂହତି ସଦଭାବନା ଯାତ୍ରା ଆଜି କାଶୀପୁରରେ ପହଂଚିିଥିଲା । ଗାନ୍ଧି ସ୍ମୃତି ସମିତି ଆନୁକୂଲ୍ୟରେ ପି.ଦେବେନ୍ଦ୍ରକୁମାର ରାଓଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାଧାରଣ ସଭା କାର୍ଯ୍ୟକ୍ରମରେ ଉତ୍କଳ ଗାନ୍ଧି …
Read More »