Sunday , October 1 2023

Blog Layout

ପ୍ରଜ୍ଞାରେଣୁ ଚଉରାରେ ମୃତିକା ସ୍ଥାପନ

ଡୁଙ୍ଗୁରିପାଲି,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ଡୁଙ୍ଗୁରିପାଲି ମହାବିଦ୍ୟାଳୟ ପରିସରସ୍ଥ ପ୍ରଜ୍ଞାରେଣୁ ଚଉରାରେ ଦେଶର ପୁଣ୍ୟ ଭୂମିଗୁଡିକରୁ ମାଟି ଆଣି ଏଠାରେ ସ୍ଥାପନ କରାଯାଇଛି । ନାଳନ୍ଦା ବିଶ୍ୱବିଦ୍ୟାଳୟ, ମାଉଂଟ ଆବୁ ପ୍ରଜ୍ଞାପତି ବ୍ରହ୍ମାକୁମାର ବିଶ୍ୱବିଦ୍ୟାଳୟ, ଶାନ୍ତି ନିକେତନ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ସାରନାଥ, ସତ୍ୟବାଦୀ ବନ ବିଦ୍ୟାଳୟ, ପଣ୍ଡିଚେରିର ଅରବିନ୍ଦ ଆଶ୍ରମ, ନେତାଜି ସୁବାଷଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ, ଗଙ୍ଗାଧର ମେହେର ଜନ୍ମସ୍ଥାନ, ଖଲିଆପାଲି ଭିମ ଭୋଇ ଆଶ୍ରମ, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ ସ୍ୱରାଜ ଆଶ୍ରମ, କନ୍ୟାକୁମାରୀ ପ୍ରଭୃତି ସ୍ଥାନର ମାଟି ଏହି ପ୍ରାଜ୍ଞରେଣୁ ଚଉରାରେ …

Read More »

ବୌଦ୍ଧରେ ରାଜ୍ୟ ଲୋକାୟୁକ୍ତ ଆଇନ ସଂକ୍ରାନ୍ତ ସଚେତନତା କର୍ମଶାଳା

ବୌଦ୍ଧ,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ବୌଦ୍ଧ ଜିଲା ଆଇନ ସେବା ପ୍ରାଧିକରଣର ମିଳିତ ସହଯୋଗରେ ବୌଦ୍ଧ ଟାଉନହଲଠାରେ ରାଜ୍ୟ ଲୋକାୟୁକ୍ତ ଆଇନ ସଂପର୍କୀତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି । ବୌଦ୍ଧ ଜିଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ୍ୟ ଅରବିନ୍ଦ କୁମାର ଗୁରୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କର୍ମଶାଳାରେ ମୁଖ୍ୟଅତିଥି ଭାବେ ଲୋକାୟୁକ୍ତ ସଦସ୍ୟ ଅବସରପା୍ରପ୍ତ ଜଷ୍ଟିସ ବିଜୟ କୁମାର ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଦସ୍ୟ ଡଃ. ଦେବବ୍ରତ ସ୍ୱାଇଁ, ଲୋକାୟୁକ୍ତ ସଚିବ …

Read More »

ସଂକ୍ଷେପରେ ଖବର : ବିଚାରାଧିନ କଏଦୀର ମୃତ୍ୟୁ

ବୁର୍ଲା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ବୁର୍ଲା ହସପିଟାଲରେ ଚିକିତ୍ସାଧିନ ଜଣେ ବିଚାରାଧିନ କଏଦୀର ମୃତ୍ୟୁ ହୋଇଛି । ମୃତ ବିଚାରାଧିନ କଏଦୀର ନାମ ପ୍ରକାଶ ସୁନା । ପ୍ରକାଶ ନାମରେ ୭ ଟି ମାମଲା ର ବିଚାର ଚାଲୁଥିଲା । ଓଡ଼ିଶା ସମାଚାର

Read More »

ମାରୱାଡି ଯୁବାମଂଚ ପକ୍ଷରୁ ଉପଭୋକ୍ତା ସଚେତନତା କର୍ମଶାଳା

ବୌଦ୍ଧ, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ବୌଦ୍ଧ ଜିଲାର ବୌଦ୍ଧଠାରେ ମାରୱାଡି ଯୁବ ମଂଚ ଏବଂ ମାପ ଓ ଓଜନ ବିଭାଗର ସହଯୋଗରେ ଉପଭୋକ୍ତା ସୁରକ୍ଷା ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଅଛି  । ଶିକ୍ଷାବିତ ଟଙ୍କଧର ସାହୁଙ୍କ ଅଧ୍ୟକ୍ଷତାରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଉପଭୋକ୍ତା ମହାସଂଘର ସଭାପତି ବଂଶୀଧର ଆଚାର୍ଯ୍ୟ, ସଂଯୋଜକ ଅରୁଣ କୁମାର ସ୍ୱାଇଁ, ମାପ ଓ ଓଜନ ବିଭାଗର ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳ, ବରିଷ୍ଠ ନିରୀକ୍ଷକ ବିଷ୍ଣପଦ ରାଉଳ ପ୍ରମୁଖ ଯୋଗ ଦେଇଥିଲେ …

Read More »

କାମ କରୁନି କୀଟନାଶକ – ବ୍ୟାପୁଛି ରୋଗପୋକ

ବିନିକା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ଗତ କିଛି ଦିନ ହେଲା ବିନିକା ଅଂଚଳର ଧାନ ଫସଲରେ ବିଭିନ୍ନ ପ୍ରକାର ରୋଗ ପୋକର ପ୍ରାଦୁର୍ଭାବ ଦେଖାଦେଇଛି । ଏପରି ସ୍ଥିତିରେ ବର୍ତମାନ ଚକଡା, ନଳି ପୋକ, ସଢ଼ା, ପତ୍ର ଝାଉଁଳା, ପତ୍ର ପୋଡା ପ୍ରଭୃତି ରୋଗ ଧାନ ଫସଲକୁ ଆକ୍ରାନ୍ତ କରୁଛି । ଏହାର ନିରାକରଣ ପାଇଁ ଚାଷୀମାନେ ବିଭିନ୍ନ ପ୍ରକାର କୀଟନାଶକ ଔଷଧ କିଣି ଜମିରେ ସିଂଚନ କରୁଥିଲେ ମଧ୍ୟ ତାର ସୁଫଳ ପାଇପାରୁ ନାହାନ୍ତି । ଏଥିଯୋଗୁଁ ଅଂଚଳର ଚାଷୀ ବହୁ ଅସୁବିଧାର ସମ୍ମୁଖୀନ …

Read More »

ଜିଲା ଚିକିତ୍ସାଳୟ ପଛ ଫାଟକ ଖୋଲିବା ଦାବି – ମୁଖ୍ୟ ଫାଟକରେ ତାଲା ପକାଇଲେ ମହିଳା

କେନ୍ଦ୍ରାପଡା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ୮ନମ୍ବର ୱାର୍ଡର ଶତାଧିକ ମହିଳା ଶନିବାର ସକାଳେ ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଫାଟକ ଆଗରେ ବହୁ ସମୟଧରି ବସି ରହିଥିଲେ । ସେମାନଙ୍କ ଦାବିଥିଲା ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାଖରେ ତାଙ୍କ ୱାର୍ଡକୁ ଯିବା ଆସିବା ପାଇଁ ଗୋଟିଏ ଛୋଟ ଫାଟକ ଥିଲା । ଏହି ଫାଟକରେ ଡାକ୍ତରଖାନା ପକ୍ଷରୁ ତାଲା ପକାଇ ଦିଆଯିବାରୁ ତାଙ୍କ ୱାର୍ଡର ରୋଗୀମାନେ କେନ୍ଦ୍ରାପଡା ଡାକ୍ତରଖାନାକୁ ପ୍ରାୟ ଏକ କି.ମି. ବୁଲାଣି ରାସ୍ତାଦେଇ …

Read More »

ଜିଲାପାଳଙ୍କୁ ଭେଟିଲେ ଜାପାନ ଯାଉଥିବା ରଗବୀ ଖେଳାଳି

କେନ୍ଦ୍ରାପଡା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ଜାପାନର ଟୋକିଓଠାରେ ଚଳିତ ମାସ ୨୩ ତାରିଖରେ ହେବାକୁ ଥିବା ରଗବୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ କେନ୍ଦ୍ରାପଡା ଅରୁଆ କଦଳୀବଣ ହରିହରାନନ୍ଦ ବାଳାଶ୍ରମର ଛାତ୍ରୀ ମନୋନୀତ ହୋଇଛନ୍ତି । ସୋସାଇଟି ଜେନେରାଲ କିଟସ୍ ରଗବୀ ସ୍ପରିଟ ଫେଷ୍ଟିଭାଲ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ଛାତ୍ରୀ ମାଣ୍ଡୁଇ ସଏ ଚଳିତ ମାସ ୨୨ ତାରିଖରେ ଟୋକିଓ ଯାତ୍ରା କରିବେ  । ଏ ନେଇ ଛାତ୍ରୀ ଜଣକ ଶୁକ୍ରବାର ଜିଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଯାତ୍ରା ବିଷୟରେ ଆଲୋଚନା …

Read More »

ସ୍ୱୟଂସହାୟକ ଗୋଷ୍ଠୀକୁ ମତ୍ସ୍ୟ ଚାଷ ପ୍ରଶିକ୍ଷଣ

ନାଉଗାଁ,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଂଚାୟତ କାର୍ଯ୍ୟାଳୟ ଠାରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ନେଇ ଏକ ମତ୍ସ୍ୟ ଚାଷ ସଂକ୍ରାନ୍ତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥିଭାବେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସମ୍ମାନିତ ଅତିଥିଭାବେ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ସିଡିପିଓ ରାଶେଶ୍ୱରୀ ମହାନ୍ତି, ଗଜରାଜପୁର ସରପଞ୍ଚ ରଶ୍ମିତା ମହାନ୍ତି ପ୍ରମୁଖ ଯୋଗଦେଇ ଉପସ୍ଥିତ ମହିଳାଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ମାଛ ଚାଷ ତାଲିମ ସହ କିପରି ଅଧିକ ରୋଜଗାର କ୍ଷମ ଓ ସ୍ୱାବଲମ୍ବୀ …

Read More »

କୃଷି ବିଜ୍ଞାନକେନ୍ଦ୍ରରେ ବିଶ୍ୱ ଖାଦ୍ୟ ଦିବସ ପାଳିତ

କେନ୍ଦ୍ରାପଡା,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ଜଜାଙ୍ଗସ୍ଥିତ କୃଷି ବିଜ୍ଞାନକେନ୍ଦ୍ରରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । କୃଷି ବିଜ୍ଞାନକେନ୍ଦ୍ରର ଗୃହ ବିଜ୍ଞାନୀ ଡଃ ନମିତା ମହାପାତ୍ର ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୦ରୁ ଅଧିକ କୃଷକ ଓ କୃଷୀଜିବୀ ମହିଳା ଯୋଗଦେଇଥିଲେ । ସେମାନଙ୍କୁ ଏହି ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ସୂଚନା ଦିଆଯାଇଥିଲା । କୁ-ପୋଷଣ, ଅନାହାର ମୃତୁ୍ୟ ସଚେତନତା, ଖାଦ୍ୟ ନଷ୍ଟ ନ କରିବା ଓ କ୍ଷୁଧାମୁକ୍ତ ବିଶ୍ୱ ଗଠନ ପାଇଁ ସେମାନଙ୍କୁ ଅତିଥିମାନେ ଆହ୍ୱାନ ଦେଇଥିଲେ । କୃଷି …

Read More »

ପାରାଦ୍ୱୀପ ବିଜୁଜନତା ଦଳପକ୍ଷରୁ ଲୋକସମ୍ପର୍କ ପଦଯାତ୍ରା

ପାରାଦ୍ୱୀପ ୧୯/୧୦/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବିଜୁଜନତା ଦଳପକ୍ଷରୁ ଲୋକସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅବସରରେ ଆଜି ଅପରାହ୍ନରେ ପାରାଦ୍ୱୀପ ପୌରପାଳିକା ଅନ୍ତର୍ଗତ ବିଜୟଚାନ୍ଦୁପର ଠାରୁ ବାଲିଝରା ସନ୍ତୋଷୀନଗର ପର୍ଯ୍ୟନ୍ତ   ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି ଲୋକସମ୍ପର୍କ ପଦଯାତ୍ରାରେ ବିଜେଡି ରାଜ୍ୟସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକ, ପାରାଦ୍ୱୀପ ପୌରପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ ବିଶ୍ୱାଳ, ନଗର ବିଜେଡି ସଭାପତି ଶ୍ରୀଯୁକ୍ତ ସୁମନ୍ତ ବିଶ୍ୱାଳ, ପାରିଷଦ ଶ୍ରୀ ମାନସ ବିଶ୍ୱାଳଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତା ଓ କର୍ମୀ ଯୋଗଦେଇଥିଲେ …

Read More »