Sunday , October 1 2023

Blog Layout

ବ୍ର୍ରହ୍ମପୁର ସହରରେ ‘ଗ୍ରୀନ ଏକ୍ସନ ଓି୍ୱକ’ ପାଳିତ

‘ଗୋଷ୍ଠୀ ସହଭାଜନ’ର ପ୍ରୋତ୍ସାହନ ପାଇଁ ଏକ ଦିବସୀୟ କର୍ମଶାଳା ବ୍ର୍ରହ୍ମପୁର, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସାରା ବିଶ୍ୱ ଅକ୍ଟୋବର ମାସକୁ ‘ଗ୍ରୀନ ଏକ୍ସନ ଓି୍ୱକ’ ଭାବେ ପାଳନ କରି ଆସୁଅଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରର ଗାନ୍ଧୀ ନଗର ସ୍ଥିତ ହୋଟୋଲ ମୋତିରେ ସ୍ଥାନୀୟ ସ୍ୱେଛାସେବୀ ସଂସ୍ଥା ୟୁଥ୍ ଫର ସୋସିଆଲ ଡେଭଲପମେଂଟ (ୱାଇ.ଏସ.ଡି) ତରଫରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ପରିବେଶ ଉପରେ କୁପ୍ରଭାବ ପକାଉଥିବା ଦ୍ରବ୍ୟର ଉତ୍ପାଦନକୁ ହ୍ରାସ କରିବା ସହ ଦାୟୀତ୍ୱହୀନ …

Read More »

ପ୍ରଦୁ୍ୟଷଣ,ପ୍ଲାଷ୍ଟିକ ମୁକ୍ତ ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସଚେତନତା ଅନ୍ତଃ ରାଜ୍ୟ ସାଇକେଲ ଯାତ୍ରା

କେନ୍ଦ୍ରାପଡା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ପ୍ରଦୁ୍ୟଷଣ ମୁକ୍ତ,ପ୍ଲାଷ୍ଟିକ ମୁକ୍ତ ସହିତ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଏକ ଆନ୍ତଃ ରାଜ୍ୟ ସାଇକେଲ ଯାତ୍ରା ଆଜି ସକାଳେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇଥିବା ଜଣା ପଡିଛି । ଖବରରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗ୍ରାମର ୬୩ ବର୍ଷ ବୟସ ସୟଦ ଫଇତାନ ଅଲ୍ଲୀ ସାଇକେଲ ରେ ଯାତ୍ରା ଆରମ୍ଭ କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୟଦ ଫଇତାନ ଅଲ୍ଲୀଙ୍କୁ …

Read More »

ଦଶିପୁର ପଂଚାୟତ ଉନ୍ନୟନ କାର୍ଯ୍ୟରେ ଅନୀୟମିତତା ଅଭିଯୋଗ

କେନ୍ଦ୍ରାପଡା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୀୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଂଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଦଶିପୁର ପଂଚାୟତର ଡାକ୍ତରଖାନା ରାସ୍ତା ନିର୍ମାଣ ଫଳକ ନମରାଯାଇ ଅତିନିମ୍ନମାନର କରାଯାଇ ବିଲ କରାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏତଦଭିନ୍ନ ସେହି ପଂଚାୟତର ବନ୍ଧସାହି ଗ୍ରାମର ଏକ ପରିତ୍ୟକ୍ତ ପୋଖରୀର ପୁରୁଣା ତୁଠରେ ବାଲିସିମେଂଟ ବୋଳି ବିଲ କରିନେଇଥିବା …

Read More »

ମହମ୍ମଦପୁରରେ  ଭତା ବଂଟନ ଉତ୍ସବ 

ନିଶ୍ଚିନ୍ତକୋଇଲି,୨୦/୧୦/୨୦୧୯(ଇମିସ)- ନିଶ୍ଚିନ୍ତକୋଇଲି ବ୍ଲକ୍ ମହମ୍ମଦପୁର ପଂଚାୟତରେ ଭତା ବଂଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ସରପଂଚ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ୩୩ ଜଣ ନୂତନ ହିତାଧିକାରୀ ଙ୍କୁ ଭତା ପ୍ରଦାନ କରାଯାଇଥିଲା । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ହିତାଧିକାରୀଙ୍କୁ ୩ ମାସର ୧୫ ଶହ ଲେଖା ଭତା ପ୍ରଦାନ କରିଥିବାବେଳେ ନିର୍ବାହୀ ଅଧିକାରୀ ସୌମେନ୍ଦ୍ର ଜେନା , ସମିତି ସଭ୍ୟା ଶୋଭା ମଂଜରୀ ବେହେରା, କୃଷକ ସାଥି …

Read More »

ବୁଦ୍ଧିଜୀବି ଙ୍କ ପକ୍ଷରୁ ବ୍ୟାଙ୍କ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା 

ତାରପୁର,୨୦/୧୦/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ର ବରିଷ୍ଠ କର୍ମଚାରୀ  ଦର୍ଶନ ସ୍ୱାଇଁଙ୍କ ବଦଳି ଯୋଗୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେ ଜଣେ ଭଦ୍ର , କର୍ମ ତତ୍ପର ଓ ଦାୟିତ୍ୱବାନ ବ୍ୟକ୍ତିଭାବେ ଅଂଚଳରେ ଯଥେଷ୍ଟ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଏସଏଚଜି ମହିଳା ମାନଙ୍କୁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ଅଂଚଳରେ ଅନୁଷ୍ଠିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗଦେଇ ସଂସ୍କାର ଅଭିମୁଖୀ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଉଥିଲେ । ମା …

Read More »

ପ୍ରହିଆପାରୀ ଗଜଲକ୍ଷ୍ମୀ ପୂଜାର ୧୦୦ ବର୍ଷ ପୂର୍ତି ପାଳନ 

ତାରପୁର,୨୦/୧୦/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ପ୍ରହିଆପାରୀ ଗଜଲକ୍ଷ୍ମୀ ପୂଜାର ୧୦୦ ବର୍ଷ ପୂର୍ତି ପାଳନ ଅବସରରେ ପ୍ରତ୍ୟେକ ଦିନ ମା ଙ୍କ ନିକଟରେ ସ୍ୱତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହେବା ସହ ବିଭିନ୍ନ ପ୍ରକାର ବ୍ୟଂଜନ ଲାଗି କରାଯାଇଥିଲା ।  ଏହି ଉପଲକ୍ଷେ ମଣ୍ଡପ ନିକଟରେ ଏକ ସପ୍ତାହ ଧରି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିଲା । ଏଥିସହ ଅରୁଣ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ ସ୍ୱଛ ଭାରତ,ପରିବେଶ ସୁରକ୍ଷା ବାର୍ତା ପ୍ରଦାନ କରାଯାଇଥିଲା ।  ଡ଼ କୈଳାଶ ଚନ୍ଦ୍ର ଥାଟୋଇ, …

Read More »

ଗୋ-ନବରାତ୍ର ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ଗରଦପୁର,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବ ନିମନ୍ତେ ଗରଦପୁର ବ୍ଲକ୍ର ପାଖଡ ପଂଚାୟତ ନିକଟରେ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପଂଚାୟତ ସରପଂଚ ଗୌରାଙ୍ଗ ଚରଣ ପରିଡା ସଭାପତିତ୍ୱ କରିଥିବାବେଳେ ଅତିଥିଭାବେ ଶ୍ରୀକ୍ରିଷ୍ଣା ନନ୍ଦ ମହାରାଜ, କ୍ରାନ୍ତି ସ୍ୱରୂପାନନ୍ଦ ଗିରି, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, ପତଞ୍ଜଳି ଯୋଗ ସମିତିର ଜିଲ୍ଲା ସଭାପତି ବିଭୂପ୍ରସାଦ ଦାସ, ବରଦା ପ୍ରସନ୍ନ ପତି ପ୍ରମୁଖ ଯୋଗଦେଇ ଉକ୍ତ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ …

Read More »

ପୋଷାକ ବିତରଣ ଉତ୍ସବ 

ଗରଦପୁର, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ପଳସୁଧା ପଂଚାୟତ ଅନ୍ତର୍ଗତ ରାଏସର ଖରିସାଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ପୋଷାକ ବିତରଣ ଉତ୍ସବରେ ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୫୬ ଜଣ ବାଳକ ଓ ବାଳିକା ଛାତ୍ର ଛାତ୍ରୀଙ୍କୁ ୨ ହଳ ପୋଷାକ ଓ ୧ହଳ ଯୋତା ବଂଟନ କରାଯାଇଥିଲା । ଏହି ପୋଷାକ ବିତରଣ ଉତ୍ସବରେ ସ୍ଥାନୀୟ ପଳସୁଧା ପଂଚାୟତ ର ସରପଂଚ  ଅନୁଜ କୁମାର ମହାନ୍ତି , ବିଦ୍ୟାଳୟର ସଭାପତି ସୁଧାଂଶୁ …

Read More »

ଇଗ୍ନୋ ଅଧ୍ୟୟନ କେନ୍ଦ୍ର ସଂଯୋଜକ ସମୂହ ସମ୍ମିଳନୀ

କୋରାପୁଟ,୨୦/୧୦/୨୦୧୯(ଓଡ଼ିଶା ସମାଚାର)-କୋରାପୁଟ ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟମୁକ୍ତ ବିଶ୍ୱବିଦ୍ୟାଳୟର ଆଂଚଳିକ କେନ୍ଦ୍ରର ସଂଯୋଜକଙ୍କ ଦିନିକିଆ ସମ୍ମିଳନୀ ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ପୂର୍ବତନ ଜିଲାପାଳ ତଥା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗଦାଧର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଇଗ୍ନୋ ଶିକ୍ଷାକେନ୍ଦ୍ର ଗ୍ରାମାଂଚଳ ଛାତ୍ରାଛାତ୍ରୀଙ୍କୁ ଶିକ୍ଷାଦାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ବର୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରକାଶ …

Read More »

ମାଓ ଦମନ ଓ ଉନୟନ କାର୍ଯ୍ୟ ତ୍ୱରାନ୍ୱିତ ନେଇ ପୁଲିସ୍ ର  ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

କୋରାପୁଟ,୨୦/୧୦/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ ପୁଲସି ରେଞ୍ଜ ଅଂଚଳରେ ମାଓ ଦମନ ସାଙ୍ଗକୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ପୁଲିସର ଏକ ଉଚ୍ଚସ୍ତରୀୟ ବୈଠକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ ଅହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଏସଏଫ ଡିଆଇଜି ପି.କେ. ମିଶ୍ର, ସିଆରପିଏଫ ଡିଆଜି ଏସ.ପି. ପାଣ୍ଡେ, ବିଏସଏଫ ମାଲକାନଗିରି ଡିଆଇଜି ଏସ. ସାନ୍ଧୁଙ୍କ ସହ ୬ଟି ଜିଲାର ଆରକ୍ଷୀ ଅଧିକ୍ଷକ ଓ କାର୍ଯ୍ୟରତ ସମସ୍ତ ସୁରକ୍ଷା ବିଭାଗର ଅଧିକାରୀ ଓ …

Read More »