Friday , June 9 2023

Blog Layout

କଳାହାଣ୍ଡି ପୋଲିସ ଦ୍ୱାରା ଜଣେ ମାଓବାଦୀ ସମର୍ଥକ ଗିରଫ, ମାଓ ସାମଗ୍ରୀ ଜବତ

କଳାହାଣ୍ଡି,୩୧/୦୭/୨୦୧୯ ( ଓଡ଼ିଶା ସମାଚାର / ସଂଜୟ କୁମାର ସିଂ) –କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ବରାଖୋଜ ଗ୍ରାମର ମଙ୍ଗମାଝୀ (୨୮), ପି. ଲକି ମାଝୀ ନେହେଲା ସଂରକ୍ଷିତ ଜଙ୍ଗଲକୁ ବିଷ୍ଫୋରକ ସାମଗ୍ରୀ ଧରି ଯାଉଥିବା ସମୟରେ ଭବାନୀପାଟଣା ସଦର ପୋଲିସ ଗିରଫ କରିଛି । ତାଠାରୁ ଅତ୍ୟଧିକ ବିଷ୍ଫୋରକ ସାମଗ୍ରୀ ମିଲିଥିଲା । ସେସବୁ ହେଉଛି ଲୋକାଲ ଏସବିଏମଏଲ ଦେଶୀ ବନ୍ଧୁକ, ୨୦ଟି ଜିଲୋଟିନ, ୫ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୯୫ ମିଟର ଇଲେକ୍ଟ୍ରି ତାର, ୪୫ଟି ସିପିଆଇ ଲିଫଲେଟ ଓ ବିଷ୍ଫୋରକ ଜବତ …

Read More »

ନାରୀ ଓ ଶକ୍ତି ପକ୍ଷରୁ ଆଡ଼ପ୍ଟ ଏ ଟ୍ରି କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୧/୦୭/୨୦୧୯ ( ଓଡ଼ିଶା ସମାଚାର)-ରାଜଧାନୀର ଏକ ପ୍ରମୁଖ ସଂଗଠନ ନାରୀ ଓ ଶକ୍ତି ପକ୍ଷରୁ ଭୁବନେଶ୍ୱର ରଘୁନାଥପୁରସ୍ଥିତ ରୟାଲ ଲାଗୁନ୍ କ୍ୟାମ୍ପସରେ ଓ ଏହାର ଆଖପାଖ ଅଂଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର, ହାଇକୋର୍ଟର ବିଚାରପତି ଦେବବ୍ରତ ଦାସ, ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଡଃ ପାତ୍ର ନିଜ ଭାଷଣରେ ନାରୀ ଓ ଶକ୍ତି ସଂଗଠନକୁ ବୃକ୍ଷର ସାଥୀ ସହ ତୁଳନା କରିଥିଲେ । ଏହି …

Read More »

ମୁମ୍ବାଇ ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଫନି ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର,୩୧/୦୭/୨୦୧୯ ( ଓଡ଼ିଶା ସମାଚାର)-ମୁମ୍ବାଇରୁ ପ୍ରକାଶ ପାଉଥିବା ଓଡ଼ିଆ ଖବର କାଗଜ ‘ମୁମ୍ବାଇ ଓଡ଼ିଆ ସମାଜ’ ପକ୍ଷରୁ ଫନି ପ୍ରଭାବିତଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ସହୟତା ରାଶି ପ୍ରଦାନ କରାଯାଇଛି । ମୁମ୍ବାଇ ଓଡ଼ିଆ ସମାଜର ପ୍ରକାଶିକା ଡ. ସୁକାନ୍ତି ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ସାକ୍ଷାତ୍ କରି ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ । ଏହି ଅବସରରେ ମୁମ୍ବାଇ ଓଡ଼ିଆ ସମାଜର ସମ୍ପାଦକ ତଥା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ. ବିପିନ ବିହାରୀ ମିଶ୍ର, ଜଷ୍ଟିସ ଜେ.ପି. …

Read More »

ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ଅବସର ଗ୍ରହଣ

ପାଟକୁରା ୩୧/୦୭/୨୦୧୯ ( ଓଡ଼ିଶା ସମାଚାର)-ପାଟକୁରା ଜଳସମ୍ପଦ ବିଭାଗର ବରିଷ୍ଠ କର୍ମଚାରୀ ଅକ୍ଷୟ କୁମାର ମହାନ୍ତି ଆଜି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଜଳ ସମ୍ପଦ ବିଭାଗରେ ବିଭିନ୍ନ ସମୟରେ ଅସ୍ଥାୟୀ କର୍ମଚାରୀ,ଏନ୍ଏମ୍.ଆର ଓ ଶେଷରେ ୱର୍କଚାର୍ଜ୍ଜ ଭଳି ବିଭିନ୍ନ ଦାଇତ୍ୱରେ ଦୀର୍ଘ ୩୫ ବର୍ଷ ଧରି କାର୍ଯ୍ୟ କରିଥିବା ଶ୍ରୀ ମହାନ୍ତି ଆଜି ପାଟକୁରା ସବ୍-ଡିଭିଜନରୁ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ମହାନ୍ତି ଜଣେ ନିଷ୍ଠାପର ଓ ଦାଇତ୍ୱବାନ କର୍ମଚାରୀ ଭାବରେ କାର୍ଯ୍ୟ କରି ବିଭିନ୍ନ ସମୟରେ ସମ୍ପୃକ୍ତ ବିଭାଗର …

Read More »

ଶବଦାହ ଗୃହକୁ ରାସ୍ତା ନାହିଁ

ପାଟକୁରା ୩୧/୦୭/୨୦୧୯ ( ଓଡ଼ିଶା ସମାଚାର)-ଶବ ଦାହ ଗୃହ ନିର୍ମାଣ କରାଯିବାର ଦୁଇ ବର୍ଷରୁ ଅଧିକ ଦିନ ହୋଇଥିଲେ ମଧ୍ୟ ଏହି ସ୍ଥାନକୁ ଯାତାୟତ କରିବା ପାଇଁ ରାସ୍ତା ନ ଥିବାରୁ ନିର୍ମିତ ଗୃହଟି କାର୍ଯ୍ୟରେ ଲାଗି ପାରୁ ନ ଥିବାବେଳେ,ଏଥିପାଇଁ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରକାଶ ଯେ,ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ସୋଲପାଟ ଗ୍ରାମର ଶ୍ମଶାନରେ ଗତ ୧୬-୧୭ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ଯୋଜନାରେ ପ୍ରାୟ ଚାରି ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶବଦାହ ଗୃହ ନିର୍ମାଣ …

Read More »

ଜିଲାପାଳଙ୍କ ବୟନ ଗ୍ରାମ ପରିଦର୍ଶନ 

ରଘୁନାଥପୁର, ୩୧/୦୭/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ରଘୁନାଥପୁର ବ୍ଲକ୍ ଜଇପୁରସ୍ଥିତ ବୟନଗ୍ରାମ ପରିଦର୍ଶନରେ ଆସି ବୁଣାକାର ଓ ମହିଳାଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ସାମଗ୍ରୀ ଦେଖି ସନ୍ତୋଷ ପ୍ରକାଶ କରିବା ସହ  ବାକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ରଖô୍ଥିଲେ ।  ଶ୍ରୀ ଶ୍ରୀ ପାର୍ବତୀ ତନ୍ତୁବାୟ ସହଯୋଗ ସମିତି ଓ ସଂସ୍କୃତି ହ୍ୟାଣ୍ଡଲୁମ ପ୍ରଡ଼୍ୟୁସର ଗୃପ ମିଳିତ ଆନୁକୁଲ୍ୟରେ ବୟନ ଗ୍ରାମର ୫୦ ରୁ ଉଦ୍ଧ୍ୱର୍ ମହିଳାଙ୍କୁ ନେଇ ହସ୍ତତନ୍ତ କାର୍ଯ୍ୟକ୍ରମ ଜାରି …

Read More »

ବିନ୍ଧା ନୂଆଗାଁ ରୁ ଗୋରଖନାଥ ସଂକୀର୍ତନ ପଦଯାତ୍ରା

ଗରଦପୁର,୩୧/୦୭/୨୦୧୯ ( ଓଡ଼ିଶା ସମାଚାର)- ବୁଧବାର ଦିନ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ବିନ୍ଧା ନୂଆଗାଁ ରୁ ଗୋରଖନାଥ ସଂକୀର୍ତନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜିକୁ ୧୨ ବର୍ଷ ହେଲା ଆଜିର ତିଥିରେ ବିନ୍ଧା ନୂଆଗାଁ ର ଗ୍ରାମବାସୀ ଗ୍ରାମରେ ଥିବା ପଂଚେଶ୍ୱର ମହାଦେବଙ୍କ ପୀଠରୁ ଭୋଗରାଗ ଧରି ସଂକୀର୍ତନ ସହିତ ପାଦରେ ଚାଲି ଚାଲି ପଡ଼ୋସୀ ଜଗତସିଂହପୁର ଜିଲା ର ପ୍ରସିଦ୍ଧ ବିଭୂତି କ୍ଷେତ୍ର ଭାବେ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଗୋରଖନାଥଙ୍କ ପୀଠରେ …

Read More »

ନିର୍ଯାତନା ସହିନପାରି ସ୍ତ୍ରୀ କୂଅକୁ ଡେଇଁ ଆତ୍ମହତ୍ୟା ମାମଲା : ସ୍ୱାମୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ, ୩୧/୦୭/୨୦୧୯ (ଓଡ଼ିଶା ସମାଚାର)- ଅଧିକ ଯୋ÷ତୁକପାଇଁ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ଜନୈକ ମହିଳା କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣାରେ ସ୍ୱାମୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି । ଗତ ୨୦୧୫ ଅଗଷ୍ଟ ମାସରେ ବଅଁରପାଳ ଥାନା ଅନ୍ତର୍ଗତ ନଳଚନ୍ଦ୍ରପୁର ଗ୍ରାମର ଗୋପବନ୍ଧୁ ମାଝୀଙ୍କ ଝିଅ ପିପିନା ଭୁକ୍ତା (୧୯) ସେହି ଗ୍ରାମର ଧନେଶ୍ୱର ଭୁକ୍ତାଙ୍କ ପୁଅ ମହେଶ୍ୱର ଭୁକ୍ତା ଙ୍କୁ ବିବାହ କରିଥିଲେ । କିନ୍ତୁ ବାହାଘରର ୧ ମାସ ପରେ ଅଧିକ ଯୋ÷ତୁକ ଦାବି …

Read More »

ଭିଜିଲାନ୍ସ କୋର୍ଟରେ ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀ ଦଣ୍ଡିତ

ବାରିପଦା, ୩୧/୦୭/୨୦୧୯ ( ଓଡ଼ିଶା ସମାଚାର)-ଏକ ଲାଂଚ ମାମଲାର ବିଚାରକରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ବେଣୁଧର ପାତ୍ର ଅଭିଯୁକ୍ତ ପୂର୍ବତନ ତଥାଅବସରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଲକ୍ଷ୍ମଣ କୁମାର କୁମାର ବେହେରା (୬୩)ଙ୍କୁ ଦୁର୍ନୀତି ନିବାରଣ ଆଇନ ଧାରା ୭ ପିସିଆକ୍ଟରେ ଦୁଇବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ମାସ କାରାଦଣ୍ଡ ଏବଂଧାରା ୧୩(୧) ରେ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି । ଜୋରିମାନା ଅନାଦେୟ …

Read More »

ଚିତା ଲାଗି ଅମାବାସ୍ୟା –

 ଓଡ଼ିଶାର ହିନ୍ଦୁ ପର୍ବପର୍ବାଣୀ ଗୁଡ଼ିକ ଧାର୍ମିକ ଚେତନା, ସାମାଜିକ ବ୍ୟବସ୍ଥା ତଥା ଚଳଣି ଏବଂ କୃଷି ଇତ୍ୟାଦିକୁ ଭିତିକରି ପାଳିତ ହୁଏ । ଏଦୃଷ୍ଟିରୁ ଚିତାଲାଗି ଅମାବାସ୍ୟା ଉଭୟ ଧାର୍ମିକ ଏବଂ କୃଷି ଭିତିକଅଟେ । ଧାର୍ମିକ ଦୃଷ୍ଟିରୁ ଏହା ଜଗନ୍ନାଥଙ୍କୁ କେନ୍ଦ୍ରକରି ପାଳିତ ହୁଏ । ଜଗନ୍ନାଥ ଓଡ଼ିଆ ହିନ୍ଦୁ ଜାତିର ଇଷ୍ଟ ଓ ଗଣଦେବତା, ତାଙ୍କୁ ନେଇ ବର୍ଷ ସାରା ଯାତ୍ରା ବା ମହୋତ୍ସବ ଚାଲିଥାଏ । ଏଣୁ କଥାରେ କୁହାଯାଏ ଶ୍ରୀକ୍ଷେତ୍ରରେ ବାରମାସରେ ତେର ଯାତ୍ରା ହୁଏ । ଶ୍ରୀମନ୍ଦିରରେ …

Read More »