Sunday , October 1 2023

Blog Layout

  ବିଶ୍ୱ ଆୟୋଡିନ ଅଭାବ,କୁପରିଣାମ ପ୍ରତିହତ ଦିବସ  ପାଳିତ

ଜଗତସିଂହପୁର ୨୧/୧୦/୨୦୧୯(ଓଡ଼ିଶା ସମାଚାର)- ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସମ୍ମିଳନୀ କକ୍ଷରେ ବିଶ୍ୱ  ଆୟୋଡିନ ଅଭାବ,କୁପରିଣାମ ପ୍ରତିହତ ଦିବସ ପାଳିତ ହୋଇଯାଇଅଛି । ଦିବସଟିକୁ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲା  ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଗୁଂଜର ଚରଣ ମହନ୍ତ କହିଲେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ଖାଦ୍ୟରେ ଆୟୋଡିନର ଅଭାବ ଥିଲେ ବିଭିନ୍ନ ରୋଗ ଯଥା-ଗଳଗଣ୍ଡ,ମାନସିକ ବିକୃତ,ଓଜନବଢିଯିବା,ଚର୍ମଶୁଷ୍କ ହୋଇଯିବା, ଦୁର୍ବଳ ଲାଗିବା ଭଳି ରୋଗ ହୋଇଥାଏ । ପ୍ରତି ରୋଗକୁ  …

Read More »

ପାଟକୁରା ବଜାରରୁ ଜବର ଦଖଲ ଉଛେଦ ପାଇଁ ମାପଚୁପ ଚୁଡ଼ାନ୍ତ

ଗରଦପୁର,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ବଜାରରୁ ଜବର ଦଖଲ ଉଛେଦ କରାଯିବ ।  ସେଥିପାଇଁ ଗତ ୪ ସପ୍ତାହ ହେଲା ଜିଲାପାଳ ସମର୍ଥ ବର୍ମା ପ୍ରୟାସ ଜାରି ରଖିଛନ୍ତି ।  ଦିନକୁ ଦିନ ପାଟକୁରା ବଜାର ଜନଗହଳି ତଥା ଗାଡ଼ି ମୋଟର ର ବହୁଳ ବ୍ୟବହାର ଫଳରେ ରାସ୍ତାର ସଂକୀର୍ଣ୍ଣତା ଯୋଗୁ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ଜିଲାପାଳ ସମର୍ଥ ବର୍ମା ପାଟକୁରା ବଜାରର ରାସ୍ତା ଘରଟ ବୁଲି ଦେଖିଲା ପରେ ଜବର ଦଖଲ ହଟାଇବା ପାଇଁ ପାଟକୁରା ବଜାର କମିଟି ସହ ଆଲୋଚନା …

Read More »

ମତ୍ସ୍ୟ ଚାଷ ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

କେନ୍ଦ୍ରାପଡା, ୨୧/୧୦/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ସଭାଗୃହରେ ମତ୍ସ୍ୟଚାଷ ଉପରେ ଏକ ପ୍ରଶିକ୍ଷଣ ଶିବିର ଅନୂଷ୍ଠିତ ହୋଇଯାଇଛି । ମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମଧ୍ୟରେ ଗ୍ରାମପଂଚାୟତ ପୋଖରୀ ଗୁଡିକ ଲିଜ୍ ନେଇ ସେଥିରେ ମାଛଚାଷ କରିବାକୁ ମହିଳା ସ୍ୱୟଂସହାୟିକ ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଏହି ଏସ.ଏଚ.ଜି ଗ୍ରୁପମାନଙ୍କୁ ମତ୍ସଚାଷ ସମ୍ପର୍କି ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ବ୍ଲକର ପଂଚାୟତ ସମିତି ସଭାଗୃହରେ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ୧୮ ଓ ୧୯ତାରିଖ ଅନୁଷ୍ଠିତ …

Read More »

ସାରା ବିଶ୍ୱରେ ଆୟୋଡିନ ଅଭାବଜନିତ ଅସୁବିଧା ପ୍ରତିରୋଧ ଦିବସ ପାଳିତ

କେନ୍ଦ୍ରାପଡା,୨୧/୧୦/୨୦୧୯(ଓଡ଼ିଶା ସମାଚାର)-ସାରା ବିଶ୍ୱରେ ଆୟୋଡିନ ଅଭାବ ଜନିତ ଅସୁବିଧା ପ୍ରତିରୋଧ ଦିବସ ପାଳନ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ମିର୍ଜା ବାବର ବେଗଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।  ଏହି ସଚେତନତା ସଭାରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରକାଶ ବାନାର୍ଜୀ,ରାମସା ସଂଯୋଜକ ପିତବାସ ପଣ୍ଡା,ମାନସିକ ସ୍ୱାସ୍ଥ୍ୟ ସଂଯୋଜକ ସୋମାପୁଷ୍ପା ମିଶ୍ର,ଗ୍ରାମୀଣ ଶିଶୁ ସ୍ୱାସ୍ଥ୍ୟର ଉପ ପରିଚାଳକ କୃଷ୍ଣ ଚନ୍ଦ୍ର ଲୋହା,ସହକାରୀ ପରିଚାଳିକା(ଆଶା)ଜସସ୍ୱିନୀ ସାହାଣୀ ପ୍ରମୁଖ …

Read More »

୬୦ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡା,୨୧/୧୦/୨୦୧୯(ଓଡ଼ିଶା ସମାଚାର)-ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ସୋମବାର  ୬୦ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର  ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ  କରି କହିଥିଲେ ଯେ ୧୯୫୯ମସିହା ଅକ୍ଟୋବର ୨୧ତାରିଖ ଦିନ ସି.ଆର.ପି.ଏଫ.ର ୧୦ଜଣ କର୍ତବ୍ୟନିଷ୍ଠ ଜବାନ ଲଦାଖଠାରେ ଭାରତସୀମା ଉଲ୍ଲଙ୍ଘନ କରିବାକୁ ପ୍ରୟାସ କରୁଥିବା ଚୀନ ଦେଶର ସୈନ୍ୟ ବାହିନୀ ସହିତ ଯୁଦ୍ଧ କରି ମାତୃଭୂମିର ସେବାରେ ପ୍ରାଣବଳୀ ଦେଇଥିଲେ ।  ୧୯୬୦ମସିହା ଜାନୁଆରୀ ମାସରେ ଦେଶର ସମସ୍ତ ଆରକ୍ଷୀ ମହାନିରୀକ୍ଷକମାନଙ୍କର …

Read More »

କୁଜଙ୍ଗ ଗାନ୍ଧୀ ଶ୍ରୀ ନାରାୟଣ ବିରବର ସାମନ୍ତଙ୍କର ୧୧୯ ତମ ଜୟନ୍ତୀ ପାଳିତ

ପାରାଦ୍ୱୀପ,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ବିଶିଷ୍ଟ ଶ୍ରମିକ ନେତା ତଥା ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଙ୍କର ନେତୃତ୍ୱାଧୀନ ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କୁଜଙ୍ଗ ଗାନ୍ଧୀ ଭାବେ ପରିଚିତ ସ୍ୱର୍ଗତ ନାରାୟଣ ବିରବର ସାମନ୍ତଙ୍କର ୧୧୯ ତମ ଜୟନ୍ତୀ ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସମାପିତ ହୋଇଥିଲା । କୃଷକ ସଂଘ ପକ୍ଷରୁ ପ୍ରାତଃ ମୁହୂତ୍ତ୭ରେ ମନ୍ଦିରଦରେ ଦୀପଦାନ ଓ ପୂଜାର୍ଚ୍ଚନା କରାଯିବା ପରେ ପାରାଦ୍ୱୀପ ଗଡ ସ୍ଥିତ ଶ୍ରୀ …

Read More »

ପଂଚସଖା ରାସ ମାଣ୍ଡଳୀ ପକ୍ଷରୁ ଉଦୟ ବଟ ଧାମରେ ରାସ ଉତ୍ସବ ପାଳିତ

ପାରାଦ୍ୱୀପ,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ପବିତ୍ର ପଦ୍ମବନ ନେମାଳ ସ୍ଥିତ ଶ୍ରୀବତ୍ସ ଶ୍ରୀ ଅବଧୂତ ବାସୁଦେବ ମହାନ୍ତି ପଂଚସଖା ରାସ ମଣ୍ଡଳୀ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୦ ତାରିଖ ରବିବାର ଦିନ ପୂର୍ବାହ୍ନରେ ପାରାଦ୍ୱୀପ ସ୍ଥିତ ଉଦୟ ବଟ ଧାମରେ ରାସ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ପଂଚସଖା ଙ୍କର ମାନବ ସମାଜକୁ ମାନବିକ ମୂଲ୍ୟବୋଧର ପ୍ରଚାର ଓ ପ୍ରସାର କରି ସତ ଚେତନା ର ଜାଗ୍ରତ କରିବା ପାଇଁ ଏହି ରାସ ଉତ୍ସବ ଓଡିଶାର ପଂଚବଟରେ ଅନୁଷ୍ଠିତ ହୋଇଥାଏ । …

Read More »

ବିଜେପୁର ବିଧାନସଭା ନିର୍ବାଚନ – ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଜାରି , ଦିନ ୩ ଟା ସୁଦ୍ଧା ୫୬.୫ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୧/୧୦/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଆଜି ସକାଳ ୭ ଟାରୁ ୨୮୫ ଟି ମତଦାନ କେନ୍ଦ୍ରରେ ବିଜେପୁର ବିଧାନସଭା ନିର୍ବାଚନ ଚାଲିଛି । ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ ଚାଲିବାର କାର୍ଯ୍ୟକ୍ରମ ରହିଥିବାବେଳେ କେତେକ ମତଦାନ କେନ୍ଦ୍ରରେ ବର୍ତମାନ ସୁଦ୍ଧା ମତଦାତାଙ୍କ ଭିଡ଼ ରହିଥିବା ଦେଖାଯାଇଛି । ଆଉ ମାତ୍ର ୧୦ ମିନିଟ୍ ସମୟ ଥିବାବେଳେ ଯେଉଁମାନେ ମତଦାନ କେନ୍ଦ୍ରରେ ଥିବେ ସେମାନଙ୍କୁ ଚିରିକୁଟ ଦିଆଯାଇ ମତଦାନ ପାଇଁ ସୁଯୋଗ ଦିଆଯିବ । ଦିନ ୩ ଟା ସୁଦ୍ଧା ୫୬.୫ ପ୍ରତିଶତ …

Read More »

ପ୍ରଥମେ ଫେସବୁକ୍ ଜାଲ, ପରେ କଟକ ଡିସିପିଙ୍କ ପରିଚୟ ଦେଇ ଲକ୍ଷାଧିକ ଠକେଇ – ଅଭିଯୁକ୍ତ ଗିରଫ ପରେ ଧରାପଡ଼ିଲା କାରନାମା

ସୁନାବେଡା, ୨୧/୧୦/୨୦୧୯(ଓଡ଼ିଶା ସମାଚାର)- ଗାର୍ଲଫ୍ରେଣ୍ଡ ନାମରେ ଫେସବୁକ୍ ରେ ନକଲି ଆଇଡି ଖୋଲି ସେମିଳିଗୁଡାର ଜଣେ ଯୁବକଙ୍କୁ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଦାମନଯୋଡିର ଜଣେ ଯୁବକଙ୍କୁ ସେମିଳିଗୁଡା ପୁଲିସ ଗିରଫ କରିଥିବା ଜଣାପଡିଛି । ସୁନାବେଡା ଏସଡିପିଓ ସେମିଳିଗୁଡା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଦାମନଯୋଡ଼ିର ପବିତ୍ର ମୋହନ ମହାନ୍ତି ନାମକ ଜଣେ ଯୁବକ ପୁନାର ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି । ଉକ୍ତ ଯୁବକ ଜଣକ ଗାର୍ଲଫ୍ରେଣ୍ଡ ନାମରେ ଫେସବୁକ ରେ …

Read More »

କ୍ରସରରେ ପଶି ଆୟକର ଅଫିସର ଡ୍ରାମାର ଫର୍ଦ୍ଦାଫାସ – ୭ଜଣ ଗିରଫ, ୮ ଫେରାର

ସୁନାବେଡ଼ା,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ଗତ୧୫ ତାରିଖରେ ସେମିଳିଗୁଡା ନିକଟସ୍ଥ ପେଟକଣା ଅଂଚଳରେ ଥିବା ତାରାତାରିଣୀ କ୍ରସରରେ ନିଜକୁ ଆୟକର ବିଭାଗର ଅଫିସର କହି କିଛି ଦୁର୍ବୃତ କର୍ମଚାରୀଙ୍କୁ ପିଟିବା ସହ କ୍ରସରର କାଗଜପତ୍ର ଦେଖାଅ, ଇତ୍ୟାଦି ଧମକଚମକ ଦେଇ ନଗଦ ଦୁଇଲକ୍ଷ ଟଙ୍କା କ୍ରସର ମାଲିକ ତ୍ରିପତି ପାଢ଼ୀ ଏବଂ ତାଙ୍କ ଭାଇ ନୀଳାଂଚଳ ପାଢ଼ିଙ୍କ ଠାରୁ ନେଇଯିବା ସହ ସେଠାରେ ଥିବା ଲେବର ଠିକାଦାର ପ୍ରଭାତ ସାହୁଙ୍କ ଠାରୁ ୫୦ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ଆୟକର ଅଫିସର …

Read More »