Sunday , October 1 2023

Blog Layout

ଭଦ୍ରକରେ ପର୍ଯ୍ୟଟନ ପର୍ବ ପାଳିତ

ଭଦ୍ରକ, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସଂସ୍କୃତିଭବନ ପରିସରରେ ପର୍ଯ୍ୟଟନ ପର୍ବ ପାଳିତ ହୋଇଯାଇଅଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମର୧୫୦ବର୍ଷ ପୂର୍ତୀ ଉପଲକ୍ଷେ ଆୟୋଜିତ ଏହି ପର୍ଯ୍ୟଟନ ପର୍ବକୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ରୁପେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁ ଯୋଗ ଦେଇ ପର୍ଯ୍ୟଟନର ମହତ୍ୱ ଏବଂ ଗାନ୍ଧୀଙ୍କ ଆଗମନ ସହ ଭଦ୍ରକର ସଂପୃକ୍ତି ବିଷୟରେ ଆଲୋକପାତ କରିଥିଲେ …

Read More »

‘ଦି ନୁ୍ୟ ହୋପ ସଂଗଠନ’ ପକ୍ଷରୁ ବିଶ୍ୱ ଧଳାବାଡ଼ି ସପ୍ତାହ

ବାଲେଶ୍ୱର, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ବାଲେଶ୍ୱରର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ଦି ନୁ୍ୟ ହୋପ ସଂଗଠନ’ ପକ୍ଷରୁ ବିଶ୍ୱ ଧଳାବାଡ଼ି ସପ୍ତାହ ପାଳିତ ହୋଇଯାଇଛି । ସହରର ଗାନ୍ଧୀସ୍ମୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ଅଶ୍ୱିନୀ କୁମାର ଦାସ ସଭାପତିତ୍ୱ କରିଥିଲେ । ଆଂଚଳିକ ପରିବହନ ଅଧିକାରୀ ବିକାଶ କୁମାର ଚୌଧୁରୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୃଷ୍ଟିହୀନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଧେଶ୍ୟରେ ସବୁ ମହଲରୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଶାନ୍ତନୁ …

Read More »

ସ୍ୱଦେଶ ପ୍ରେମ ଓ ରାଷ୍ଟ୍ର ଗଠନ ଶୀର୍ଷକ କକ୍ତୃତା ପ୍ରତିଯୋଗିତା

ବାରିପଦା, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ମୟୂରଭଞ୍ଜ ଆନୁକୁଲ୍ୟରେ ଉତର ଓଡିଶା ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନାର ସହଯୋଗୀତାରେ ଉତର ଓଡିଶା ବିଶ୍ୱ ବିଦ୍ୟାଳୟ ଏନ.ଏସ.ଏସ. ବ୍ୟୁରୋ ସମ୍ମିଳନୀ କକ୍ଷ ଠାରେ ସ୍ୱଦେଶ ପ୍ରେମ ଓ ରାଷ୍ଟ୍ର ଗଠନ ଶୀର୍ଷକ ରେ ଏକ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଉତର ଓଡିଶା ବିଶ୍ୱ ବିଦ୍ୟାଳୟର କୁଳସଚିବ ପ୍ରଫେସର ଡଃ ପ୍ରମୋଦ …

Read More »

‘ଆଇଏନଟିୟୁସି’ଯୁବ ଶାଖା କାର୍ଯ୍ୟକାରିଣୀ ବୈଠକ – ବଢୁଛି ବେକାରୀ ସମସ୍ୟା

ବାଲେଶ୍ୱର, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି)ର ବାଲେଶ୍ୱର ଯୁବ ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଜାତୀୟ ରାଜପଥ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ଶାଖାର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଏଥିରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ବାଲେଶ୍ୱର ସମେତ ରାଜ୍ୟର କଂଗ୍ରେସ ଶାସନ କାଳରେ ପ୍ରତିଷ୍ଠା ହୋଇଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ସମ୍ପ୍ରତି ରୁଗଣ ସ୍ଥିତିରେ ପହଂଚିଥିବା ବେଳେ ଏହାର ପୁନରୁଥାନ ପାଇଁ ସରକାର ପଦକ୍ଷେପ ନ …

Read More »

ଆଇନଜୀବୀଙ୍କ ବିଭିନ୍ନ ଦାବି ନେଇ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କୁ ସ୍ମାରକପତ୍ର

ଖୋର୍ଦ୍ଧା, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଆଇନ ଜୀବି କଲ୍ୟାଣ ପାଣ୍ଠିକୁ ରାଜ୍ୟ ସରକାରଙ୍କ ତରଫରୁ ୧୦୦ କୋଟି ଟଙ୍କା ପ୍ରଦାନ ଏବଂ ରାଜ୍ୟର ସମସ୍ତ ଆଇନ ଜୀବି ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ ଦାବି ନେଇ ନୀଖିଳ ଓଡ଼ିଶା ଆଇନ ଜୀବି ସଂଘ ପକ୍ଷରୁ ଏକ ଦାବି ପତ୍ର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ପ୍ରଦାନ କରାଯାଇଛି । ଏହି ପରିପେକ୍ଷୀରେ ଆୟୋଜିତ ଏକ ଶୋଭା ଯାତ୍ରା କଟକ ଫୋ÷ଜଦାରୀ ଅଦାଲତ ନିକଟରୁ ବାହାରି …

Read More »

ପାରାଦୀପରେ ଅଭାବନୀୟ ଘଟଣା

ପାରାଦୀପ ୨୨/୧୦/୨୦୧୯(ଓଡ଼ିଶା ସମାଚାର)-ବନ୍ଦର ନଗରୀ ପାରାଦୀପରେ ପୃଥକ ପୃଥକ ଭାବେ ଦୁଇଟି ଅଭାବନୀୟ ଘଟଣା ଘଟିଯାଇଛି । ସୋମାବର ଘଟିଥିବା ପ୍ରଥମ ଘଟଣାଟି ଗୋପାଳଜିୟୁ କଲୋନୀର ୪ନଂ ଗଳିରେ ଅନିଲ କୁମାର ରାଉଳ, ୫୨ବର୍ଷ ନାମକ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବୃନ୍ଦାବନ କଲୋନୀର ୮ବର୍ଷର ଛୋଟ ଝିଅ ଛଦ୍ମନାମ ଡଲି ଓଢଣୀରେ ଖେଳୁଥିବା ସମୟରେ ବେକରେ ଗୁଡାଇ ହୋଇ ଯିବାରୁ ମୃତୁ୍ୟ ଘଟିଛି । ଏହି ଦୁଇ ଅଭାବନୀୟ ଘଟଣାର ପାରାଦୀପ ଆଦର୍ଶ ଥାନା ତରଫରୁ ୩୧/୧୯ …

Read More »

କେନ୍ଦ୍ରାପଡା ଗଜଲକ୍ଷ୍ମୀ ଭସାଣୀ ଉତ୍ସବ ଶେଷ

କେନ୍ଦ୍ରାପଡା, ୨୨/୧୦/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ଭସାଣୀ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ଜିଲ୍ଲା ଶାନ୍ତି କମିଟିର ସଭାପତି ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁରୁଣା ବସଷ୍ଟାଣ୍ଡରେ ହୋଇଥିବା ନିୟନ୍ତ୍ରଣ କକ୍ଷରେ ମେଲଣ କିମ୍ବା ଭଷାଣିରେ ମଧ୍ୟ ଦେଖିବାକୁ ମିଳିନାହିଁ । ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ବିଧାୟକ ଶଶୀଭୂଷଣ ବେହେରା, ବ୍ଲକ ଅଧ୍ୟକ୍ଷ ଅନାମ ବଂଧୁ ଧଳ, ପୈାର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ପ୍ରମୁଖ ଉପସ୍ଥିତ ରହି ଭସାଣୀ ଉସôବକୁ ନିୟନ୍ତ୍ରଣ କରୁଥିବା ଦେଖାଯାଇଛି । ଭସାଣୀର ଦ୍ୱିତୀୟ ଦିନରେ …

Read More »

କେନ୍ଦ୍ରାଂଚଳ ଅବକାରୀ ବିଭାଗର ଚଢାଉ ୨୭ଲିଟର ଚୋରାମଦ ଜବତ ୩ଗିରଫ

କେନ୍ଦ୍ରାପଡା ୨୧/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାଂଚଳ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୭ଲିଟର ଦେଶୀମଦ ଜବତ କରାଯିବା ସହିତ ୩ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । କେନ୍ଦ୍ରାଚଂଳ ଅବକାରୀ ଇନିସପେକ୍ଟର ଜଗଦିଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଟିମ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବଡପାଳଗଡାରେ ଚଢାଉ କରାଯାଇ ସେଠାରେ ଚୋରାମଦ ବିକ୍ରୀ କରୁଥିବା ବଡପାଳ ଗ୍ରାମର ସୂର୍ଗତ ରଘୁନାଥ ବେହେରାଙ୍କ ପୁଅ ବିଜୟ ବେହେରା(୨୫)କୁ ଗିରଫ କରାଯାଇ ତାଙ୍କ …

Read More »

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କାଉଂଟର

ଜଗତସିଂହପୁର,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ହେଲପ୍ ଡେସ୍କ କାଉଂଟର ଠାରେ ଆଂଚଳିକ ପରିବହନ  କାର୍ଯ୍ୟାଳୟର କ୍ୟାମ୍ପ ଜିଲ୍ଲାପାଳ  ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଉଦଘାଟନ କରିଛନ୍ତି । ଏହି କ୍ୟାମ୍ପରେ ଅନ୍ ଲାଇନ୍ ଲର୍ଣ୍ଣସ ଲାଇସେନସ୍ ପାଇଁ ଆବେଦନ କରାଯିବ । ଜିଲ୍ଲାପାଳ ଏହି କ୍ୟାମ୍ପ ଉଦଘାଟନ କରି କହିଲେ ଲର୍ଣ୍ଣସ ଲାଇସେନସ ପାଇଁ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଅଧିକ ଭିଡ ପରିଲକ୍ଷିତ ହେଉଥିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କାଉଣର ଖୋଲା ଯାଇଛି …

Read More »

  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜଗତସିଂହପୁର ୨୧/୧୦/୨୦୧୯(ଓଡ଼ିଶା ସମାଚାର)- ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ ୨୮୬ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ-  ୨୪୩ ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର-୮୧ଟି,ଭତା ସଂମ୍ବନ୍ଧୀୟ-୨୮ଟି,ରେସନ କାର୍ଡ ସମସ୍ୟା ସଂପର୍କିତ-୧୦ଟି,ଆଇନ ସହାୟତା ସଂପର୍କିତ-୧୬ଟି,ଜମିଜମା ସଂପର୍କିତ-୨୭ଟି,ବ୍ୟାଙ୍କ ଋଣ ସଂପର୍କୀତ-୩ଟି,ଚାକିରୀ …

Read More »