ଭୁବନେଶ୍ୱର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପରିବେଶ ସୁରକ୍ଷା, ରକ୍ତଦାନ ସେବା ଓ କଲ୍ୟାଣ ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସମାଜ ସେବାକାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଘୋଷଣା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଓଡ଼ିଶା ମା’ର ସେବା କରିଚାଲିଛି। ସେବା, ସଂଗ୍ରାମ ଓ ସ୍ବାଭିମାନ ହେଉଛି ବିଜେଡିର ଆଦର୍ଶ। ଓଡ଼ିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି। ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିଜେଡି ‘ଓଡ଼ିଶା-ମୋ ପରିବାର’ …
Read More »Blog Layout
ସଂକ୍ଷେପରେ ତାଜା ଖବର : ଦାଦାବଟିକୁ କେନ୍ଦ୍ରକରି ଗୁଳିମାଡ଼
ଛତ୍ରପୁର, ୨୫/୧୦/୨୦୧୯(ଓଡ଼ିଶା ସମାଚାର)- ଦାଦାବଟିକୁ କେନ୍ଦ୍ରକରି ଗୁଳିମାଡ଼ ହୋଇଛି । ଦୁର୍ବୃତଙ୍କ ଗୁଳିମାଡ଼ରେ ସୁଶାନ୍ତ କୁମାର ପାତ୍ର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଠାରେ ଏହି ଗୁଳିକାଣ୍ଡ ଘଟିଛି । ଆହତ ସୁଶାନ୍ତ ଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର
Read More »ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ
ଭୁବନେଶ୍ୱର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ଜମ୍ମୁ-କାଶ୍ମୀରର ନୂଆ ଉପ-ରାଜ୍ୟପାଳ ହେଲେ ଓଡ଼ିଆ ପୁଅ । ୧୯୮୫ ମସିହା ବ୍ୟାଚର ଗୁଜୁରାଟ ଆଇଏଏସ କ୍ୟାଡର ଗୀରିଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଗିରୀଶଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ । ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର। ଜମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ …
Read More »ପାଚିକାଙ୍କୁ ଅପବାଦ ଦେଇ ସ୍କୁଲରୁ ତଡିଦେବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସପରିବାର ଅନଶନ
କେନ୍ଦ୍ରାପଡା,୨୫/୧୦/୨୦୧୯(ଓଡ଼ିଶା ସମାଚାର)-ଜନୈକ ସ୍କୁଲ ପାଚିକାଙ୍କୁ ମିଥ୍ୟା ଆରୋପ ଓ ଅପବାଦ ଦେଇ ସ୍କୁଲରୁ ତଡିଦେଇଥିବା ପ୍ରତିବାଦରେ ସେ ସପରିବାର ଶୁକ୍ରବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ କରିଥିବାର ଦେଖାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ପଂଚାୟତର ବଡମଙ୍ଗରାଜପୁର ଗ୍ରାମର ସୂର୍ଗତ ବାଇଧର ବେହେରାଙ୍କ ବିଧବା ପତ୍ନୀ ଝରଣା ବେହେରା ଅଭିଯୋଗ କରିଛନ୍ତି ଯେ ସେହି ବ୍ଲକ ଅନ୍ତର୍ଗତ ଡିଆପାଟଣା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ୨୨ବର୍ଷରୁ ଉଦ୍ଧ୍ୱର୍ ହେବ ପାଚିକା ଭାବେ କାର୍ଯ୍ୟ କରି ଆସୁଥିବା …
Read More »ତୁଳସୀ ଚେତନା ପରିଷଦ ପକ୍ଷରୁ ତୁଳସୀ ବିବାହ ଓ କନ୍ଦରାସୁର ବଧ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା,୨୫/୧୦/୨୦୧୯(ଓଡ଼ିଶା ସମାଚାର)-ତୁଳସୀ ଚେତନା ପରିଷଦର ଏକ ସାଧାରଣ ପରିଷଦ ବୈଠକ ପରିଷଦର କାର୍ଯ୍ୟାକାରୀ ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଗୋପସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଆସନ୍ତା ନଭେମ୍ବର ମାସ ୯ତାରିଖରେ ତୁଳସୀ ବିବାହ ଓ କନ୍ଦରାସୁର ବଧ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ତୁଳସୀ ବିବାହ ଓ କନ୍ଦରାସୁର ବଧ ଉସôବ ନିମନ୍ତେ କି କି ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଆଉ କେଉଁ କେଉଁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । …
Read More »କେନ୍ଦ୍ରାପଡା କଲେଜ ସ୍ଥିତି ସମୀକ୍ଷା କଲେ ଉଚ୍ଚଶିକ୍ଷା ବିଭାଗର ୨ ନୋଡାଲ ଅଧିକାରୀ
କେନ୍ଦ୍ରାପଡା ୨୫/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କଲେଜର ସ୍ଥିତି ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ୨ ନୋଡାଲ ଅଧିକାରୀ । କଲେଜର ସାମ୍ପ୍ରତିକ ସ୍ଥିତି ଆକଳନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ରଞ୍ଜିତା ରଥ ଓ ଉପ ଶାସନ ସଚିବ ସ୍ନିଗ୍ଧା ଚମ୍ପତିରାୟ ଗୁରୁବାର କେନ୍ଦ୍ରାପଡାରେ ପହଁଚି କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସହାୟତାରେ ପ୍ରତିକୂଳ ପାଗ ସତ୍ୱେ କଲେଜର ବିଭିନ୍ନ ବିଭାଗକୁ ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ ତନ୍ନ ତନ୍ନ କରି ଯାଂଚ କରିଥିଲେ । ପ୍ରଥମେ କଲେଜର ଜମିଜମା କାଗଜପତ୍ରକୁ …
Read More »ପ୍ରଦୂଷଣ ନିୟନ୍ତ୍ରଣ କର, ନହେଲେ ପାରାଦ୍ୱୀପ ଛାଡ- ଶ୍ରୀବଲ୍ଲଭ
ପାରାଦ୍ୱୀପ ୨୫/୧୦/୨୦୧୯(ଓଡ଼ିଶା ସମାଚାର)- ପୂର୍ବଭାରତ ପ୍ରବେଶ ପଥ ଶିଳ୍ପ ଓ ବନ୍ଦର ସହର ପାରାଦ୍ୱୀପରେ ପ୍ରଦୂଷଣମାତ୍ରା ଅତ୍ୟାଧିକ ଭାବେ ବୃଦ୍ଧି ପାଇ ସାଧାରଣରେ ଜୀବନଧାରଣ ଦୁର୍ବିସହ ହୋଇପଡିଲାଣି । ଦିଲ୍ଲିର ଆଇଆଇଟି ର ଏକ ସର୍ଭେକ୍ଷଣ ରିପୋର୍ଟରେ ଓଡିଶାରେ ପ୍ରଦୂଷଣ କ୍ଷେତ୍ରରେ ଏକ ନମ୍ବର ଥିବା ପାରାଦ୍ୱୀପ ଏବେ ଦିଲ୍ଲିକୁ ଟପିବାକୁ ବସିଲାଣି । ପାରାଦ୍ୱୀପ ଏବଂ ଆଇଓସିଏଲ ତୈଳ ବିଶୋଧନାଗାର, ସାରକାରଖାନ, କାର୍ବନ କାରଖାନା ଏବଂ ଆଇରନ, କୋଇଲା, ଜିପ୍ସମ୍, ସାର ଗୁଣ୍ଡ ଯୋଗୁଁ ସ୍ଥାନୀୟ ଅଳରେ ଜଳ, ସ୍ଥଳ ଓ ଆକାଶରେ …
Read More »ପ୍ରବଳ ବର୍ଷାରେ ଏକ ଦଳିତ ପରିବାରର ଘର ଭାଙ୍ଗିିବାକୁ ପୋଲିସ ଓ ପ୍ରଶାସନର ଉଦ୍ୟମ ଅଭିଯୋଗ
କେନ୍ଦ୍ରାପଡା,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ପ୍ରବଳ ବର୍ଷାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଏକ ଦଳିତ ପରିବାରର ଘର ଭାଙ୍ଗିବାକୁ ଉଦ୍ୟମ କରାଯାଇଥିବା ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ସଂପୃକ୍ତ ପିଡିତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବଡମୂଳବସନ୍ତ ପଂଚାୟତର ପୋହଳ ଗ୍ରାମର ସୂର୍ଗତ ରାମଚନ୍ଦ୍ର ମଳିକଙ୍କ ପୁଅ ୨ବୃଦ୍ଧ ଅଚୁ୍ୟତାନନ୍ଦ ମଳିକ ଓ ପ୍ରହଲ୍ଲାଦ ମଳିକଙ୍କ ଘରକୁ ଭାଙ୍ଗିଦେବା ପାଇଁ ଗୁରୁବାର ପ୍ରବଳ ବର୍ଷା ସତ୍ୱେ ପଟ୍ଟାମୁଣ୍ଡାଇ ତହସିଲଦାର ପୋଲିସ ଫୋର୍ସ ଓ ଡ୍ରୋଜର ସହିତ …
Read More »କାଳୀ ପୂଜା ପାଇଁ ପ୍ରସ୍ତୁତି ଜୋରଦାର
ଗରଦପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ନୂଆପଡା ଠାରେ ଦୀର୍ଘ ବର୍ଷରୁ ପାରମ୍ପାରିକ ଭବରେ ମା’ ଶ୍ୟାମା କାଳୀ ପୂଜା ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ପୂଜା ମା’ ଶ୍ୟାମା କାଳୀ ପୂଜା ଉତ୍ସବ ପାଇଁ ଆୟୋଜକମାନେ ପ୍ରସ୍ତୁତି ଚଳାଇଥିବାବେଳେ, ହଠାତ୍ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପୂଜା ପାଇଁ ପ୍ରସ୍ତୁତିରେ କିଛିଟା ପ୍ରଭାବ ପକାଇଥିଲା । ଆଜି ପାଗରେ ସାମାନ୍ୟ ପରିବର୍ତନ ହୋଇଥିବାରୁ ଆୟୋଜକମାନେ ପୂଜା ପ୍ରସ୍ତୁତି କାର୍ଯ୍ୟକୁ ଜୋରଦାର ଭାବରେ ଆଗେଇ ନେଇଥିବାର ଦେଖିବାକୁ ମିଳିଛି । …
Read More »ଜନ ନିଷ୍କାସନରେ ସମସ୍ୟା, ରାସ୍ତା ଉପରେ ପାଣି
ଗରଦପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ଗତ ତିନି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଟକୁରା ଅଂଚଳର ଅନେକ ସ୍ଥାନରେ ବର୍ଷା ପାଣି ଭରି ରହିଛି । ଏହି ଲଗାଣ ବର୍ଷା ଫଳରେ କେତେକ ସ୍ଥାନରେ ଗ୍ରାମ୍ୟ ରାସ୍ତା ବୁଡି ପାଣି ଚାଲୁଥିବାର ଦେଖାଯାଇଛି । ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଗ୍ରାମର ନୂଆପଡା ବଜାର ଠାରୁ ନୂଆପଡା ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୩ଶହ ମିଟରର ଢଳେଇ ରାସ୍ତା ବର୍ଷା ପାଣିରେ ବୁଡି ରହିଛି । ଏହି ଢଳେଇ ରାସ୍ତାର …
Read More »